Breaking News

ବର୍ଡର-ଗାଭାସ୍କର ଟ୍ରଫି: ଅଭ୍ୟାସ ମ୍ୟାଚ୍‌ ୩୦ରୁ: କାନ୍‌ବେରାରେ ଭାରତୀୟ ଦଳ

କାନବେରା: ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର କାନବେରାରେ ପହଞ୍ଚିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଦଳ ବିପକ୍ଷରେ ଭାରତୀୟ ଦଳ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବ। ତେବେ ଭାରତୀୟ ଦଳ ଏଠାରେ ପହଞ୍ଚିବା ପୂର୍ବରୁ ବିରାଟ କୋହଲି ପହଞ୍ଚି ସାରିଥିଲେ।…

ବୁମ୍‌ରା ପୁଣି ଏକ ନମ୍ବର

ଦୁବାଇ: ପର୍ଥ ଟେଷ୍ଟ୍‌ରେ ଧମାକାଦାର ପ୍ରଦର୍ଶନ କରି ଭାରତକୁ ଐତିହାସିକ ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ତଥା କାମଚଳା ଅଧିନାୟକ ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଟେଷ୍ଟ୍ ବୋଲର ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ଏହି ଟେଷ୍ଟ୍‌ରେ ୭୨ ରନ୍ ବିନିମୟରେ ୮ ୱିକେଟ୍ ନେଇ ଶ୍ରେଷ୍ଠ…

ଓଡ଼ିଶାରେ ଆଳୁ ଦର ପୁଣି ବଢ଼ିବା ଆଶଙ୍କା: ଆଳୁ ଗାଡ଼ିକୁ ଅଟକାଇଲେ ମମତା ସରକାର

ଜଳେଶ୍ୱର: ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି । ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି । ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂର ବେଲଦାରେ ଓଡ଼ିଶାକୁ ଆସୁଥିବା ଆଳୁଗାଡ଼ିକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ…

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ: ‘ଛାତ୍ରଛାତ୍ରୀ ବିଶ୍ଳେଷଣାତ୍ମକ ଚିନ୍ତକ ହୁଅନ୍ତୁ’

ଭୁବନେଶ୍ୱର: ଓଡ଼ିଶାର ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟ ନିଜକୁ ସୁଦୃଢ଼ କରିପାରିଛି। ଏଠାରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନ ସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପରିବ୍ୟାପ୍ତ ଏହି…

ରାଜଧାନୀରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଛି। ନିକଟରେ ଭାରତ ସରକାରଙ୍କ ପରିବାର ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା…

ଉଛ୍ବାସର ରଙ୍ଗ ଉଦ୍‌ଘାଟିତ: ବାଦ୍ୟ, ନୃତ୍ୟରେ କମ୍ପିଲା ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ବର: କେତେବେଳେ ଓଡ଼ିଶୀ ବୃନ୍ଦ ଗାୟନ ପ୍ରେକ୍ଷାଳୟକୁ ରସସିକ୍ତ କରୁଥିଲା ତ ଆଉ କେତେବେଳେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ। ପୁଣି ବୃନ୍ଦ ତବଲା ବାଦନ ସାଙ୍ଗକୁ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରୁଥିଲା। ଏହା ସାଙ୍ଗକୁ ସୁନାମ ଅର୍ଜନ କରିଥିବା ଗୁରୁମାନଙ୍କ ସମ୍ପର୍କରେ ଅନାଲୋଚିତ…

ଆସାମ ଯୁବକଙ୍କ ୫୦ ହଜାର ଫେରାଇଲା ଜିଆର୍‌ପି: ଭଉଣୀ ବାହାଘର ପାଇଁ ଝାଳବୁହାଇ ସଞ୍ଚିଥି‌ଲେ

ଭୁବନେଶ୍ବର: ବିଶ୍ବାସ ଅଛି, ‘ଝାଳବୁହା ଧନ ହଜେନାହିଁ, ହଜିଲେ ବି ମିଳିଯାଏ।’ ଏହା ଆଜି ସତ ପ୍ରମାଣିତ ହୋଇଛି। ବେଙ୍ଗାଲୁରୁରୁ ଆସାମ ଫେରୁଥିବା ଜଣେ ଯୁବ ଶ୍ରମିକଙ୍କ ୫୦ ହଜାର ଟଙ୍କା ଟ୍ରେନ୍‌ରେ ହଜିଯାଇଥିଲେ ବି ପରେ ସବୁତକ ଟଙ୍କା ତାଙ୍କ ପାଖକୁ ଫେରିଆସିଛି। ଭୁବନେଶ୍ବର ଜିଆର୍‌ପିର…

ଟ୍ରାଫିକକୁ ଭୁଲିଗଲେ: ଆଜି ତ ଏମିତି, ଆଗକୁ କେମିତି?

ଭୁବନେଶ୍ବର: ରାଜଧାନ‌ୀରେ ଏକ ସାଙ୍ଗରେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଚାଲିଛି। ଗୋଟିଏ ପଟେ ବିଧାନସଭା ଓ ଅନ୍ୟପଟେ ଡିଜି ଓ ଆଇଜି ସମ୍ମିଳନୀର ପ୍ରସ୍ତୁତି। ତେଣୁ ଟ୍ରାଫିକ କଟକଣା କଡ଼ାକଡ଼ି ରହିଛି। ପୁଲିସ ପକ୍ଷରୁ ବିଧାନସଭା ପାଇଁ ଟ୍ରାଫିକ ଆଡ୍‌ଭାଇଜରି ନୋଟିସ କରାଯାଇଥିଲେ ମଧ୍ୟ ଏବେ ଯାଏ ଡିଜି…

ଛିନ୍‌ତାଇ ବେଳେ ମହିଳାଙ୍କ ମୃତ୍ୟୁ ମାମଲା: ଧରାପଡ଼ିଲା ଝାରଖଣ୍ଡୀ ତଡ଼ିପାର୍‌ ବିଧାତା

ଭୁବନେଶ୍ବର: ଏୟାର୍‌ଫିଲ୍‌ଡ ଥାନା ଲବଣଗିରି ଛକରେ ଛିନ୍‌ତାଇ ବେଳେ ଘଟିଥିବା ମହିଳା ମୃତ୍ୟୁ ମାମଲାର ଅନ୍ୟତମ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେ ହେଲା ଝାରଖଣ୍ଡରୁ ତଡ଼ିପାର୍‌ ହୋଇ ଭୁବନେଶ୍ବର ପଳାଇଆସିଥିବା କୁଖ୍ୟାତ ଡକାୟତ ବିଧାତା ତନ୍ତୁବାଇ। ଘଟଣା ପରଠୁ ଡକାୟତ ବିଧାତା…

ଚିନ୍ତା ବଢ଼ାଉଛି ଟ୍ରାଫିକ୍‌ ସମସ୍ୟା: ରଘୁନାଥପୁର ଓ ପଟିଆ କଲେଜ୍ ରୋଡ୍‌ ‌ଦେଢ଼ଘଣ୍ଟା ଜାମ୍‌

ଚନ୍ଦ୍ରଶେଖରପୁର: ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ଏକ ପ୍ରମୁଖ ସମସ୍ୟା ପାଲଟିଛି। ବିଶେଷକରି ସନ୍ଧ୍ୟା ସମୟରେ ରାସ୍ତାରେ ଅସମ୍ଭାଳ ଭିଡ଼ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଜାତୀୟ ରାଜପଥ ରସୁଲଗଡ଼ ଛକରେ ଜାମ୍‌ ତ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିରେ ଲୋକେ ହଇରାଣ ହେଉଥିବା…