Breaking News

ହାଉସିଂ ବୋର୍ଡ କେ‌େଳଙ୍କାରୀ: ଟଙ୍କା ନେଇଗଲା, ଜମି ଦେଉନି

ଭୁବ‌ନେଶ୍ବର: ଚନ୍ଦକା ଜଗନ୍ନାଥ ପ୍ରସାଦର ବାସୁଦେବ ବିହାରରେ ଜମି ଯୋଗାଇ ଦେବାପାଇଁ ଏପ୍ରିଲ ୨୦୨୨ ମସିହାରେ ଓଡିଶା ରାଜ୍ୟ ହାଉସିଂ ବୋର୍ଡ(ଓଏସ୍‌ଏଚ୍‌ବି) ବିଜ୍ଞପ୍ତି ପ୍ରକାଶ କରିଥିଲା। ଲଟେରି ଜରିଆରେ ୧୬୬ ହିତାଧିକାରୀ ଚୟନ ହେବା ସହ ସମ୍ପୂର୍ଣ୍ଣ ଅର୍ଥ ଜମା କରିଥିଲେ ମଧ୍ୟ ଏ ଯାବତ୍‌…

ବୈକୁଣ୍ଠଧାମରେ ହଜିଗଲା ସ୍ତ୍ରୀ ଥାନା ବାରଣ୍ଡାରେ ସ୍ବାମୀ: ବେଙ୍ଗାଲୁରୁରୁ ବିଦେଶ ଭାୟା ହରିୟାଣା ପର୍ଯ୍ୟନ୍ତ ଚେର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ ନାଁରେ ଆସିଛି ଆଉ ଏକ ସଂଗିନ୍‌ ଅଭିଯୋଗ। ବୈକୁଣ୍ଠଧାମ ଆଶ୍ରମରେ ତାଙ୍କ ପତ୍ନୀ ହଜିଯାଇଛନ୍ତି ବୋଲି କେନ୍ଦୁଝରର ଜଣେ ଯୁବକ ଆଜି ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ୪ବର୍ଷରୁ ଅଧିକ କାଳ ହେଲା ତାଙ୍କ ଉଚ୍ଚଶିକ୍ଷିତା…

ଲୋକସେବା ଭବନକୁ ବାବୁଙ୍କ କା‌ର୍‌ ମନା

ଭୁବନେଶ୍ବର: ଡିଜିପି ସମ୍ମିଳନୀ ପାଇଁ ଲୋକସେବାଭବନରେ କଟକଣା ଜାରି ରଖାଯାଇଛି। ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ କାର୍‌ ବ୍ୟତୀତ ଅନ୍ୟ କୌଣସି ବରିଷ୍ଠ ଅଫିସର୍‌ଙ୍କ କାର୍‌କୁ ଲୋକସେବାଭବନରେ ପାର୍କିଂ ପାଇଁ ଅନୁମତି ମିଳିବ ନାହିଁ। ସେହିପରି ଲୋକସେବାଭବନର କର୍ମଚାରୀମାନେ ଆଇ-କାର୍ଡ ପାଖରେ…

ପୁଲିସ ବଳୟରେ ରହିବ ରାଜଧାନୀ: ଡିଜି-ଆଇଜି ସମ୍ମିଳନୀ ବେଳେ ଅଘଟଣ ଏଡ଼ାଇବା ପାଇଁ…

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ମାସ ୨୯ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ପୂରା ରାଜଧାନୀକୁ ଏବେଠାରୁ ହାଇଆଲର୍ଟରେ ରଖାଯାଇଛି। ବିମାନବନ୍ଦରରୁ…

ଅଭାବନୀୟ ଘଟଣା: ବନ୍ଦ ଘରେ ଜୀବନ୍ତ ଦଗ୍ଧ ହେଲେ ବୃଦ୍ଧ

ଯଶୀପୁର: ମୟୂରଭଞ୍ଜ ଜିଲ୍ଲା ବରେଇପାଣି ପଞ୍ଚାୟତ ଅନ୍ତର୍ଗତ ବାରସିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବୃଦ୍ଧ ଘରେ କବାଟ ବନ୍ଦ କରି ରାତିରେ କମ୍ବଳ ଘୋଡ଼େଇ ହୋଇ ଶୋଇଥିଲେ। ହେଲେ କୌଣସି କାରଣରୁ କମ୍ବଳରେ ନିଆଁ ଲାଗିଯିବାରୁ ସେ ସଂପୂର୍ଣ୍ଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।…

ରାଜ୍ୟର ୫୮ ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ କରାଯିବ: କେ.ଭି ସିଂହଦେଓ

ଭୁବନେଶ୍ବର:ଗତକାଲି ଅଚଳାବସ୍ଥା ଦେଖା ଦେଇଥିବା ବେଳେ ଆଜି ବିଧାନସଭା ଶୀତାକାଳୀନ ଅଧିବେଶନର ଦ୍ୱିତୀୟ ଦିନ ସ୍ବାଭାବିକ ହୋଇଛି ସ୍ଥିତି। ଆଜି ଚାଲିଥିବା ପ୍ରଶ୍ନକାଳରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ। କେ.ଭି ସିଂହଦେଓ କହିଛନ୍ତି କି, ରାଜ୍ୟର…

କାର୍ଯ୍ୟରେ ଯୋଗ ଦେଲେ ବରିଷ୍ଠ ଆଇଏଏସ ସୁଜାତା କାର୍ତ୍ତିକେୟନ

ଭୁବନ‌େଶ୍ବର: ଭି.କେ. ପାଣ୍ଡିଆନଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ତାଙ୍କୁ ରାଜ୍ୟ ସରକାର ନୂତନ ଦାୟିତ୍ୱ ଦେଇଛନ୍ତି। ସୁଜାତାଙ୍କୁ ସରକାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି । ଝିଅର ଦଶମ ପରୀକ୍ଷା…

ଟିପିଏନଓଡିଏଲ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଜଳେଶ୍ଵର:ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ସେକସରାଇ ଗାଁରେ ଜଣେ ଉପଭୋକ୍ତାଙ୍କ ଘରକୁ ଲାଇନ୍ କାଟିବାକୁ ଯାଇଥିବା ଟିପିଏନଓଡିଏଲ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସେହି ସମୟର ଏକ ଭିଡିଓ ମଧ୍ୟ ମୋବାଇଲରୁ ମୋବାଇଲରେ ଘୁରି ବୁଲିଛି। ଟିପିଏନଓଡିଏଲ କର୍ମଚାରୀଙ୍କୁ…

ଆଦାନୀକୁ ଗନ୍ଧମାର୍ଦ୍ଦନର ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ

ଭୁବନେଶ୍ବର: ଆଜି ବିଧାନସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ ଜମି ପ୍ରସଙ୍ଗ ଉଠିଥିଲା। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ କହିଛନ୍ତି କି, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ। ହେଲେ ଗନ୍ଧମାର୍ଦ୍ଦନ ପାହାଡ଼ର…

ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା: ଜାମିନ ଶୁଣାଣି ସ୍ଥଗିତ ରଖିଲେ କୋର୍ଟ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାରେ ଜାମିନ ଶୁଣାଣି ସ୍ଥଗିତ। ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢା ବ୍ରିଜ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହୋଇଥିବା ଜାମିନ ଆବେଦନ ଶୁଣାଣିକୁ ସ୍ଥଗିତ…