Breaking News

ମଦ ନିଶାରେ ଶିଶୁପୁତ୍ରକୁ ମାରିଦେଲେ ବାପା-ମା’

ଚୌଦ୍ବାର: ଚୌଦ୍ବାର ଥାନା ଅନ୍ତର୍ଗତ ୮ ନମ୍ବର ୱାର୍ଡର ବ୍ୟାଘ୍ରବାହିନୀ ପଡ଼ିଆ ନିକଟରେ ଥିବା ଆଦିବାସୀ ବସ୍ତିରେ ଘଟିଛି ଅଭାବନୀୟ ଘଟଣା। ମଦ ନିଶାରେ ବାପା-ମା’ ୬ ମାସର ଶିଶୁପୁତ୍ରକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଶିଶୁପୁତ୍ରର ମୃତଦେହକୁ ଚୌଦ୍ବାର ଥାନା ପୁଲିସ୍‌ ଉଦ୍ଧାର…

ଯୋଗାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ସୋହେଲାରେ ଖୋଲିଲା ଧାନମଣ୍ଡି

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲାରେ ଆଜି ଖୋଲିଛି ଧାନମଣ୍ଡି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରିବା ପରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି ଏଥିଲାଗି ସୋହେଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟ‌ୋଜିତ ହୋଇଛି। ଧାନ ମଣ୍ଡି ଖୋଲିବା ଅବସରରେ…

ବ୍ୟବସାୟ ସାରି ଫେରୁଥିଲେ, ଟ୍ରେନ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା ଗାଁ ନିକଟରେ କୋରାପୁଟ ବିଶାଖାପାଟଣା ଡିଏମ ୟୁ ଟ୍ରେନ ଧକ୍କା ଦେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇଜଣ ବୁର୍ଜା ଗାଁର ବୁରୁସ ଖରା ଓ ଯମୁନା ଖରା ବୋଲି ଚି଼ହ୍ନଟ ହୋଇଛି। ଉଭୟେ ସ୍ୱାମୀ…

୧୦୦୦ ଦିନ ୟୁକ୍ରେନ-ରୁଷିଆ ଯୁଦ୍ଧ: ଏକ ନୂଆ ଅଧ୍ୟାୟ ଆରମ୍ଭ

ନୂଆଦିଲ୍ଳୀ: ୟୁକ୍ରେନ-ରୁଷିଆ ଯୁଦ୍ଧର ୧୦୦୦ ଦିନ ଆଜି ପୂରିଛି ଏବଂ ଏହା ସହ ଯୁଦ୍ଧର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁମୋଦନର ଦୁଇ ଦିନ ପରେ ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ୍‌ ଉପରକୁ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ।…

ଏଲ୍‌ଆଇସି ‌ହିନ୍ଦୀ ୱେବସାଇଟ୍‌କୁ ତାମିଲନାଡ଼ୁରେ ବିରୋଧ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବୀମା କମ୍ପାନି ଏଲଆଇସିର ୱେବସାଇଟ୍‌ ହିନ୍ଦୀରେ ଆସିବା କାରଣରୁ ତାମିଲନାଡ଼ୁର ନେତାମାନେ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଏହା ସେମାନଙ୍କ ଉପରେ ଭାଷାଗତ ଅତ୍ୟାଚାର। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଛନ୍ତି। ତେବେ ଏହି ବିବାଦ…

ବାତ୍ୟା କ୍ଷତିପୂରଣ ଲାଗି ଲାଞ୍ଚ ମାଗିବା ଭିଡିଓ ଭାଇରାଲ୍: କର୍ମଚାରୀ ନିଲମ୍ବିତ

ଚାନ୍ଦବାଲି: ବାତ୍ୟାରେ କ୍ଷୟକ୍ଷତି ସହିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବା ବେଳେ ଲୋକଙ୍କଠାରୁ କର୍ମଚାରୀ ଲାଞ୍ଚ ନେଉଥିବା ନେଇ ଭିଡିଓ ଭାଇରାଲ୍ ହେବା ପରେ ଭଦ୍ରକ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତ ଭଗବତୀ କିସାନଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା କୃଷି…

ଫାଇନାଲ୍‌ରେ ଭାରତ; ଆଜି ଚୀନ୍‌ ସହ ଟ୍ରଫି ଟକ୍କର

ଭୁବନେଶ୍ବର: ଗତ ଥର ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ମହିଳା ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ବିହାରର ରାଜଗିରରେ ଚାଲିଥିବା ଏହି ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ଘରୋଇ ଦଳ ୨-୦ ଗୋଲ୍‌ରେ ଗତ ଥରର ଉପବିଜେତା ଜାପାନକୁ ପରାସ୍ତ କରିଛି। ବୁଧବାର…

ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ଫେବ୍ରୁଆରି ୯ରେ: ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଟିକଟ ଦର ହ୍ରାସ

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କୁ ମଙ୍ଗଳବାର ମିଳିଛି ପ୍ରତୀକ୍ଷିତ ଖୁସି ଖବର। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ହସ୍ତକ୍ଷେପ ପରେ ବାରବାଟୀ ଟିକଟ ଦର କମିବାକୁ ଯାଉଛି। ଆସନ୍ତା ଫେବ୍ରୁଆରି ୯ ତାରିଖରେ ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ…

ଚାଲିଛି ବିଚାରବିମର୍ଶ: ୪ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ

ନୂଆଦିଲ୍ଲୀ: ୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ପୁଞ୍ଜି ବଜାର ନିୟାମକ ସେବି ଦ୍ବାରା ଧାର୍ଯ୍ୟ ନିୟମକୁ ପାଳନ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେବେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଆଗାମୀ ଦିନ‌ରେ କେନ୍ଦ୍ର…

ସହରରେ ବେକାରି ହାର ୧୦.୬%: ଜାତୀୟ ହାରଠାରୁ ଉପରେ

ଭୁବନେଶ୍ବର: ଓଡ଼ିଶାର ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ବେକାରି ସମସ୍ୟା ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବେକାରଙ୍କ ସଂଖ୍ୟା ବଢ଼ିଛି। ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ) ଜାରି କରିଥିବା ତୈମାସିକ ରିପୋର୍ଟରୁ ଏହା…