Breaking News

ଘୁଷୁରିକୁ ମାରି ଖାଇଲା ବାଘୁଣୀ ‘ଜୀନତ୍‌

ବାରିପଦା: ବାଘୁଣୀ ‘ଜୀନତ୍‌ ଏକ ଘୁଷୁରିକୁ ମାରି ଖାଇଥିବା ଜଣାଯାଇଛି। ଏହା ତାର ପ୍ରଥମ ଶିକାର। ଗତକାଲି ରାତି ପ୍ରାୟ ୧୦ଟା ବେଳେ ବାଘୁଣୀ ‘ଜୀନତ୍‌ ଏକ ଘୁଷୁରିକୁ ମାରି ଖାଇଥିଲା। ଏହା ଭଲ ଲକ୍ଷଣ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତାର ଦେହ ଭଲ ଥିବା ସୂଚନା ରହିଛି। ଶିମିଳିପାଳ ବ୍ୟାଘ୍ର…

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଭଦ୍ରକ: କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି। ରାଣିତାଲ ନିକଟରେ ଧୂଆଁ ବାହାରିବାର ଦେଖିବାକୁ ପାଇଥିଲେ…

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ସରସରା ଗାଁର ସୁମନ୍ତ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ବୌଦ୍ଧ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।…

ଛାଡ଼ିନି ଜୟକୃଷ୍ଣଙ୍କ ଜ୍ଞାନଅର୍ଜନ ନିଶା: ୭୮ ବର୍ଷରେ ସ୍ନାତକୋତ୍ତର ଡିଗ୍ରୀ

ରାଉରକେଲା: ବିଦ୍ୟା ଅର୍ଜନର ପ୍ରତିବନ୍ଧକ ସାଜିନି ବାର୍ଦ୍ଧକ୍ୟ। ଅଧାରୁ ପାଠ ଛାଡିଦେଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା। ୭୮ ବର୍ଷରେ ପବ୍ଲିକ ଆଡମିନିଷ୍ଟ୍ରେସନ୍‌ରେ ୭୦% ନମ୍ବର ରଖି ସମ୍ବଲପୁରସ୍ଥ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ…

ପରକୀୟା ପ୍ରୀତି ପାଇଁ ଛୁଆଙ୍କୁ ତାୱା ଚେଙ୍କ: ରାକ୍ଷସୀ ସାଜିଥିବା ମା’ ଓ ପ୍ରେମିକ ଗିରଫ

ଭୁବନେଶ୍ବର: ପରକୀୟା ପ୍ରୀତିର ନିଶାରେ ଅନ୍ଧ ଓ ଅମଣିଷ ପାଲଟି ଥିବା ମା’ ଓ ତା’ର ପ୍ରେମିକ ଗିରଫ ହୋଇଛନ୍ତି। ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମହିଳା ଜଣକ ନିଜଘରେ ପ୍ରେମିକ ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା। ପୂର୍ବରୁ ଏସବୁ ଚାଲିଥିଲେ ହେଁ ଏଥର ସେ ଦୃଶ୍ୟକୁ ମହିଳାଟିର ଦୁଇ…

ଭାରତୀୟ ଜାତୀୟ ଶିକ୍ଷାନୀତି ଗୁଣଯୁକ୍ତ ଶିକ୍ଷାର ଆଧାର: ପ୍ରଫେସର ଆଦିତ୍ୟ ଦାଶ

କଟକ: ଦେଶରେ ଉଚ୍ଚ ଗୁଣଯୁକ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ପ୍ରତିଷ୍ଠା ଦିଗରେ ଏବେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଏହା ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତୀୟ ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ କୋଭିଡ୍‌ ମହାମାରୀ ପରେ ଦେଶରେ ଗବେଷଣା କ୍ଷେତ୍ରରେ ଏକପ୍ରକାର ବିପ୍ଳବ…

ମହିଳାଙ୍କ ଭାଗୀଦାରି ନୂଆ ଓଡ଼ିଶା ଗଢ଼ିବ: ଗୋବିନ୍ଦ

ବାଲେଶ୍ବର: ସମାଜରେ ପୁରୁଷଙ୍କୁ ଯେତିକି ଅଧିକାର ମିଳୁଛି, ମହିଳାମାନଙ୍କୁ ମଧ୍ୟ ସେତିକି ଅଧିକାର ମିଳିବା ଦରକାର। ନୂତନ ସରକାର ନୂତନ ଓଡ଼ିଶା ଗଠନର ପ୍ରୟାସ କରୁଥିବା ବେଳେ ଏଥିରେ ମହିଳାମାନେ ଭାଗୀଦାର ହୁଅନ୍ତୁ। ମା’ମାନେ ଆଗକୁ ଆସିଲେ, ସମାଜ ଆଗେଇବ। ‘ସମ୍ବାଦ’ ପକ୍ଷରୁ ବାଲେଶ୍ବରରେ…

ରାଜାଧିରାଜ ବେଶରେ ମହାବାହୁ: ବିନା ପହୁଡ଼ରେ ନୀତିକାନ୍ତି

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାଜାଧିରାଜ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ମହୋଦଧିରେ ବୁଡ଼ ପକାଇ ବୋଇତ ବନ୍ଦାଣ ପରେ ମହାପ୍ରଭୁଙ୍କ ଦର୍ଶନ କରି ପଞ୍ଚକ ବ୍ରତ ଶେଷ କରିଛନ୍ତି। ସେପଟେ ପଞ୍ଚକରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ…

ମଣିପୁରରେ ୬ ଅପହୃତଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ଇମ୍ଫାଲ୍‌: କୁକି ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ପରେ ରିଲିଫ କ୍ୟାମ୍ପରୁ ନିଖୋଜ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଶନିବାର ଜାଣିବାକୁ ମିଳିଛି। ଅଭିଯୁକ୍ତମାନେ ସେମାନଙ୍କୁ ଅପହରଣ କରି ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ସୂତ୍ରରୁ…

ବ୍ୟବସାୟ ପାଇଁ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି। ଗସ୍ତ ପୂର୍ବରୁ ଭୁବନେଶ୍ବର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ନିବେଶ ପାଇଁ ଓଡ଼ିଶା ସମ୍ପର୍ଣ୍ଣ ପ୍ରସ୍ତୁତ ଅଛି। ଏଠାରେ, ନିବେଶକମାନଙ୍କୁ ସମସ୍ତ ପ୍ରକାରର…