Breaking News

ପୁଲିସ-ସେନା ଅଫିସର ମାମଲା: ହାଜର ହେଲେ ମେଜରଙ୍କ ସହିତ ବାନ୍ଧବୀ

ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ଅନ୍ୟ ୪ ପୁଲିସ ତଦନ୍ତ କମିସନଙ୍କ ସମ୍ମୁଖରେ ଓକିଲଙ୍କ ଜରିଆରେ ହାଜର ହୋଇଛନ୍ତି। ତ୍ୟପାଠ ଦାଖଲ ସମୟ ସରିବା ପରେ ଗୁରୁବାର ପ୍ରଥମ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସଙ୍କ…

କଳିଙ୍ଗା ଘାଟିରେ ଜିଆଇ ତାର ବୋଝେଇ ମାଲବାହି ଟ୍ରକ ଦୁର୍ଘଟଣା ଗ୍ରସ୍ତ: କଟରରେ ଟ୍ରକ୍ କାଟି ଚାଳକଙ୍କୁ ଉଦ୍ଧାର

ଘୁ. ଉଦୟଗିରି: କନ୍ଧମାଳ ଜିଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟିର ପ୍ରଥମ ବୁଲାଣିରେ ଏକ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏପି ୩୯ ଟିକ୍ୟୁ ୭୫୭୫ ନମ୍ବର ବିଶିଷ୍ଟ ୧୬ ଚକିଆ ଟ୍ରକ୍‌ରେ ଜିଆଇ ତାର ବୋଝେଇ ହୋଇ ବ୍ରହ୍ମପୁର ଯାଉଥିବା ବେଳେ…

ସୁପ୍ରିମକୋର୍ଟରେ ଜୟନାରାୟଣଙ୍କୁ ବଡ଼ ଝଟକା: ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଝଟକା ଲାଗିଛି। ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ଆଗୁଆ ଜାମିନ ପାଇଁ ଜୟନାରାୟଣ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ଜୟନାରାୟଣଙ୍କ…

ଗିରଫ ହେଲେ ଏସ୍‌ଡିଏମ୍‌ଙ୍କୁ ଚାପୁଡ଼ା ମାରିଥିବା ସ୍ବାଧୀନ ପ୍ରାର୍ଥୀ

ଜୟପୁର: ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗିରଫ ହୋଇଛନ୍ତି। ପୂର ଘଟଣାଟି ଭିଡିଓରେରେ କ୍ୟାପ୍‌ଚର ହୋଇଥିବା ବେଳେ ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍…

ଭାଇରାଲ୍‌ ହେଉଛି ଭିଡିଓ: ଟ୍ରମ୍ପ୍‌ଙ୍କ ଝିଅ ବୋଲି କହୁଛନ୍ତି ପାକ୍‌ ଯୁବତୀ

ୱାଶିଂଟନ: ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସେଥିରେ ଜଣେ ଯୁବତୀ ନିଜକୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଯୁବତୀ ଜଣକ କହୁଥିବାର ଶୁଣିବାକୁ ମିଳୁଛି, ‘‘ଡୋନାଲ୍ଡ…

ରିଜର୍ଭ ବ୍ୟାଙ୍କ ରିପୋର୍ଟ: ମହାନଗର ପାଇଁ ମୁଣ୍ଡପିଛା ୧୨୫୮ ଟଙ୍କା ଋଣ

ଭୁବନେଶ୍ବର: ଓଡ଼ିଶାର ମହାନଗର ନିଗମଗୁଡ଼ିକ ଆର୍ଥିକ ଅନୁଷ୍ଠାନରୁ ଅଧିକ ଋଣ କରୁଛନ୍ତି। ସେମାନଙ୍କ ପାଇଁ ସହରବାସୀଙ୍କ ମୁଣ୍ଡରେ ୨୦୨୨-୨୩ରେ ୧୨୫୮ ଟଙ୍କା ଥିଲା ଯାହା ଦେଶରେ ସର୍ବାଧିକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ତାଲିକାରେ ଓଡ଼ିଶା ପଛକୁ…

ପୁଣି ମୁମ୍ବାଇ ବିମାନବନ୍ଦରକୁ ମିଳିଲା ବୋମା ଧମକ

ମୁମ୍ବାଇ: ଥମୁନାହିଁ ବିମାନକୁ ବୋମା ଧମକ। କିଛି ଦିନ ଅନ୍ତରରେ ପୁଣି ଥରେ ଏକ ଅଜଣା ବ୍ୟକ୍ତି ବିମାନବନ୍ଦରକୁ ବୋମା ଧମକ ଦେଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିିଳି ସାରିଥିବା ବେଳେ ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ…

ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟରେ ୬୬ ପ୍ରତିଶତ ମତଦାନ, ମାଓ ଅଧ୍ୟୁଷିତ ଅଞ୍ଚଳରେ ଭୋଟ୍‌ ଗ୍ରହଣ ଶାନ୍ତିପୂର୍ଣ୍ଣ

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୪୩ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ୬୬ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିଳି ୧୦ଟି ରାଜ୍ୟର ୩୧ଟି ବିଧାନସଭା ଆସନ ଏବଂ କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ମଧ୍ୟ ଆଜି ଭୋଟ୍‌ ଗ୍ରହଣ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହେଲିକପ୍ଟର ଯାଞ୍ଚ: ଗଡ଼କରୀଙ୍କ ହେଲିକପ୍ଟର ବି ଯାଞ୍ଚ ହେଲା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆଜି ପାଲଘରରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀମାନେ ତାଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି। ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓ ଜିନିଷପତ୍ର ଯାଞ୍ଚ କରିବା ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ…

ଆମେରିକାର ଅମଲାତନ୍ତ୍ରରେ ବଡ଼ ସଂସ୍କାର ଯୋଜନା: ସରକାରୀ କଳର ଅଳିଆ ସଫା କରିବେ ମସ୍କ ଓ ବିବେକ ରାମସ୍ୱାମୀ

ୱାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ ଅମଲାତନ୍ତ୍ରରେ ବଡ଼ ଧରଣର ସୁଧାର ଆଣି ପାଇଁ ସରକାରୀ ଦକ୍ଷତା ବିଭାଗ ‘ଡୋଗି’ (ଡିଓଜିଇ) ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହାର ନେତୃତ୍ୱ ନେବା ପାଇଁ ସେ ‘ମହାନ’ ଏଲନ୍ ମସ୍କ ଏବଂ ‘ଆମେରିକୀୟ ଦେଶପ୍ରେମୀ’…