Breaking News

ଚିନ୍ତା ବଢ଼ାଉଛି ଟ୍ରାଫିକ୍‌ ସମସ୍ୟା: ରଘୁନାଥପୁର ଓ ପଟିଆ କଲେଜ୍ ରୋଡ୍‌ ‌ଦେଢ଼ଘଣ୍ଟା ଜାମ୍‌

ଚନ୍ଦ୍ରଶେଖରପୁର: ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ଏକ ପ୍ରମୁଖ ସମସ୍ୟା ପାଲଟିଛି। ବିଶେଷକରି ସନ୍ଧ୍ୟା ସମୟରେ ରାସ୍ତାରେ ଅସମ୍ଭାଳ ଭିଡ଼ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଜାତୀୟ ରାଜପଥ ରସୁଲଗଡ଼ ଛକରେ ଜାମ୍‌ ତ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିରେ ଲୋକେ ହଇରାଣ ହେଉଥିବା…

ଡିସେମ୍ବର ୨ ତାରିଖରୁ ଖୋଲିବ ଧାନମଣ୍ଡି: ଟୋକେନ୍ ନେଇ ଦ୍ବନ୍ଦ୍ବରେ ଚାଷୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ଜମିରୁ ଧାନ କାଟି ଖଳାରେ ରଖିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଚାଷୀ ଧାନକୁ ମଳିବା ସହ ବସ୍ତାରେ ସୁରକ୍ଷିତ ଭାବେ ରଖିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଆସନ୍ତା ମାସ ଦୁଇ ତାରିଖ…

ଆଳୁ ଦେଉନଥିଲେ, ଏବେ ଧାନ ବୋହୁଛନ୍ତି!

ବା‌ଲେଶ୍ବର: କିଛିମାସ ପୂର୍ବରୁ ପଶ୍ଚିମବଙ୍ଗ ଆମ ରାଜ୍ୟକୁ ଆଳୁ ଛାଡ଼ୁନଥିଲା। ଓଡ଼ିଶାରେ ଆଳୁ ସଂକଟ ଦେଖା ଦେଇଥିଲା। ଏବେ କିନ୍ତୁ ପଶ୍ଚିମବଙ୍ଗ ବେ‌ପାରୀ ଓଡ଼ିଶାରୁ ଧାନ ବୋହି ନେଉଛନ୍ତି। ଆଉ ଓଡ଼ିଶା ସରକାର ଚୁପ୍‌ ରହିଛନ୍ତି। ବାଲେଶ୍ବର ଜିଲ୍ଲାରେ ଏବେ ଗାଁ ଗାଁରେ ପଶ୍ଚିମବଙ୍ଗ ଧାନ ବେପାରୀ…

ଚିଲିକା ପାଇଁ ସତର୍କ ଘଣ୍ଟି: ବର୍ଷକୁ ଜମା ହେଉଛି ୧୦ ଲକ୍ଷ ଟନ୍‌ ପଟୁ

ଖୋର୍ଦ୍ଧା: ଚିଲିକାକୁ ବିପଦ ପଟୁ ମାଟି। ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଗର୍ଭରେ ପ୍ରତିବର୍ଷ ଭର୍ତ୍ତି ହେଉଛି ୧୦ ଲକ୍ଷ ଟନ୍‌ର ମାଟି। ଚିଲିକାରେ ମିଶିଥିବା ବିଭିନ୍ନ ନଦୀ ମାଧ୍ୟମରେ ନଦୀର ଉପର ଅବବାହିକାରୁ ଆସୁଥିବା ମାଟି ଗଭୀର ଚିଲିକାକୁ ପୋତି ପକାଉଛି। ଚିଲିକାର ଜୈବ…

ଜାଲ୍‌ ରାସନ୍‌କାର୍ଡଧାରୀ ଧରାପଡ଼ିଲେନି: ନୂଆ ରାସନ୍ କାର୍ଡ ଅପେକ୍ଷାରେ ୬.୧୯ଲକ୍ଷ

ଭୁବନେଶ୍ବର: ଗତ ଜୁଲାଇ, ଅଗଷ୍ଟ ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ୨୫ଲକ୍ଷ ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଅଛନ୍ତି। ଏଥିରେ ବହୁ ଅଯୋଗ୍ୟ ରାସନ୍‌ କାର୍ଡ ହାତେଇଥିବା ବେଳେ ବହୁ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଛି। ବିଜେଡି ସରକାର…

ବସ୍‌ ମାଲିକ ସଂଘ ସଭାପତିଙ୍କ ଛୁରାମାଡ଼

କୋରାପୁଟ: ବସ୍‌ ଚଳାଚଳ ସମୟକୁ କେନ୍ଦ୍ର କରି କୋରାପୁଟ ଘରୋଇ ବସ୍‌ ମାଲିକ ସଂଘ ସଭାପତି ସେକ୍‌ କାସିମ୍‌ଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କ ପିଠିରେ ଛୁରା ମାଡ଼ ହୋଇଥିବା କୋରାପୁଟ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଘରୋଇ ବସ୍‌ ମାଲିକଙ୍କୁ ଥାନାରେ ଅଟକ ରଖି…

ବର୍ଷ ଶେଷ ହେବାକୁ ବସିଲାଣି, ପିଲା ପାଇନାହାନ୍ତି ପୋଷାକ: କାଗଜ କଲମରେ ୮୭ ପ୍ରତିଶତ ପିଲା ପାଇଥିବା ଦର୍ଶାଯାଉଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶିକ୍ଷା ବିଭାଗର ଅବସ୍ଥା ଅତି ଖରାପ ହୋଇପଡ଼ିଛି । ଇତି ମଧ୍ୟରେ ସ୍କୁଲ ପିଲାଙ୍କୁ ପୋଷାକ ବଣ୍ଟନ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ଷ ସରିବାକୁ ବସିଲାଣି,କିନ୍ତୁ ଏବେ ବି ୪୦ ପ୍ରତିଶତ ସ୍କୁଲ ପିଲା ପୋଷାକ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଭାଗ…

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ଜଣେ ମୃତ, ୩ ଆହତ

ଯାଜପୁର: ଯାଜପୁର ଜିଲ୍ଲା ଏନଏଚ-୧୬ ଚଣ୍ଡିଖୋଲ ଛକ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା…

ସମସ୍ତ କ୍ବାରି ସାଇଡରେ ସିସିଟିଭି ଲଗାଇବାକୁ କଡ଼ା ନିର୍ଦ୍ଦେଶ

ମାଲକାନଗିରି: ନିରାପତ୍ତା ଏବଂ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ମାଲକାନଗିରି ଖଣି ଅଧିକାରୀଙ୍କ କାର୍ଯ୍ୟାଳୟର ଅଧୀନରେ ଥିବା ନିର୍ଦ୍ଦିଷ୍ଟ ଖଣିଜ ପଦାର୍ଥଗୁଡ଼ିକରେ ତଥା ଛୋଟ ଖଣିଜ ପଦାର୍ଥ (ବାଲି, ମୋରମ୍ ଏବଂ ପଥର) ଉତ୍ତୋଳନ ଏବଂ କାର୍ଯ୍ୟରେ ନିୟୋଜିତ ସମସ୍ତ ଲିଜଧାରୀଙ୍କୁ କ୍ଲୋଜ-ସର୍କିଟ…

ଆଜି ରାତିରୁ ଶୀତ କମିବ

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଆଜି ରାତିରୁ ରାଜ୍ୟରେ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…