Breaking News

ରାଜଧାନୀରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ବରରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଛି। ନିକଟରେ ଭାରତ ସରକାରଙ୍କ ପରିବାର ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା…

ଉଛ୍ବାସର ରଙ୍ଗ ଉଦ୍‌ଘାଟିତ: ବାଦ୍ୟ, ନୃତ୍ୟରେ କମ୍ପିଲା ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ବର: କେତେବେଳେ ଓଡ଼ିଶୀ ବୃନ୍ଦ ଗାୟନ ପ୍ରେକ୍ଷାଳୟକୁ ରସସିକ୍ତ କରୁଥିଲା ତ ଆଉ କେତେବେଳେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ। ପୁଣି ବୃନ୍ଦ ତବଲା ବାଦନ ସାଙ୍ଗକୁ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରୁଥିଲା। ଏହା ସାଙ୍ଗକୁ ସୁନାମ ଅର୍ଜନ କରିଥିବା ଗୁରୁମାନଙ୍କ ସମ୍ପର୍କରେ ଅନାଲୋଚିତ…

ଆସାମ ଯୁବକଙ୍କ ୫୦ ହଜାର ଫେରାଇଲା ଜିଆର୍‌ପି: ଭଉଣୀ ବାହାଘର ପାଇଁ ଝାଳବୁହାଇ ସଞ୍ଚିଥି‌ଲେ

ଭୁବନେଶ୍ବର: ବିଶ୍ବାସ ଅଛି, ‘ଝାଳବୁହା ଧନ ହଜେନାହିଁ, ହଜିଲେ ବି ମିଳିଯାଏ।’ ଏହା ଆଜି ସତ ପ୍ରମାଣିତ ହୋଇଛି। ବେଙ୍ଗାଲୁରୁରୁ ଆସାମ ଫେରୁଥିବା ଜଣେ ଯୁବ ଶ୍ରମିକଙ୍କ ୫୦ ହଜାର ଟଙ୍କା ଟ୍ରେନ୍‌ରେ ହଜିଯାଇଥିଲେ ବି ପରେ ସବୁତକ ଟଙ୍କା ତାଙ୍କ ପାଖକୁ ଫେରିଆସିଛି। ଭୁବନେଶ୍ବର ଜିଆର୍‌ପିର…

ଟ୍ରାଫିକକୁ ଭୁଲିଗଲେ: ଆଜି ତ ଏମିତି, ଆଗକୁ କେମିତି?

ଭୁବନେଶ୍ବର: ରାଜଧାନ‌ୀରେ ଏକ ସାଙ୍ଗରେ ଦୁଇଟି ବଡ଼ କାର୍ଯ୍ୟକ୍ରମ ଚାଲିଛି। ଗୋଟିଏ ପଟେ ବିଧାନସଭା ଓ ଅନ୍ୟପଟେ ଡିଜି ଓ ଆଇଜି ସମ୍ମିଳନୀର ପ୍ରସ୍ତୁତି। ତେଣୁ ଟ୍ରାଫିକ କଟକଣା କଡ଼ାକଡ଼ି ରହିଛି। ପୁଲିସ ପକ୍ଷରୁ ବିଧାନସଭା ପାଇଁ ଟ୍ରାଫିକ ଆଡ୍‌ଭାଇଜରି ନୋଟିସ କରାଯାଇଥିଲେ ମଧ୍ୟ ଏବେ ଯାଏ ଡିଜି…

ଛିନ୍‌ତାଇ ବେଳେ ମହିଳାଙ୍କ ମୃତ୍ୟୁ ମାମଲା: ଧରାପଡ଼ିଲା ଝାରଖଣ୍ଡୀ ତଡ଼ିପାର୍‌ ବିଧାତା

ଭୁବନେଶ୍ବର: ଏୟାର୍‌ଫିଲ୍‌ଡ ଥାନା ଲବଣଗିରି ଛକରେ ଛିନ୍‌ତାଇ ବେଳେ ଘଟିଥିବା ମହିଳା ମୃତ୍ୟୁ ମାମଲାର ଅନ୍ୟତମ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେ ହେଲା ଝାରଖଣ୍ଡରୁ ତଡ଼ିପାର୍‌ ହୋଇ ଭୁବନେଶ୍ବର ପଳାଇଆସିଥିବା କୁଖ୍ୟାତ ଡକାୟତ ବିଧାତା ତନ୍ତୁବାଇ। ଘଟଣା ପରଠୁ ଡକାୟତ ବିଧାତା…

ଚିନ୍ତା ବଢ଼ାଉଛି ଟ୍ରାଫିକ୍‌ ସମସ୍ୟା: ରଘୁନାଥପୁର ଓ ପଟିଆ କଲେଜ୍ ରୋଡ୍‌ ‌ଦେଢ଼ଘଣ୍ଟା ଜାମ୍‌

ଚନ୍ଦ୍ରଶେଖରପୁର: ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ଏକ ପ୍ରମୁଖ ସମସ୍ୟା ପାଲଟିଛି। ବିଶେଷକରି ସନ୍ଧ୍ୟା ସମୟରେ ରାସ୍ତାରେ ଅସମ୍ଭାଳ ଭିଡ଼ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ଜାତୀୟ ରାଜପଥ ରସୁଲଗଡ଼ ଛକରେ ଜାମ୍‌ ତ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିରେ ଲୋକେ ହଇରାଣ ହେଉଥିବା…

ଡିସେମ୍ବର ୨ ତାରିଖରୁ ଖୋଲିବ ଧାନମଣ୍ଡି: ଟୋକେନ୍ ନେଇ ଦ୍ବନ୍ଦ୍ବରେ ଚାଷୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ପ୍ରାୟ ଚାଷୀ ଜମିରୁ ଧାନ କାଟି ଖଳାରେ ରଖିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଚାଷୀ ଧାନକୁ ମଳିବା ସହ ବସ୍ତାରେ ସୁରକ୍ଷିତ ଭାବେ ରଖିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଆସନ୍ତା ମାସ ଦୁଇ ତାରିଖ…

ଆଳୁ ଦେଉନଥିଲେ, ଏବେ ଧାନ ବୋହୁଛନ୍ତି!

ବା‌ଲେଶ୍ବର: କିଛିମାସ ପୂର୍ବରୁ ପଶ୍ଚିମବଙ୍ଗ ଆମ ରାଜ୍ୟକୁ ଆଳୁ ଛାଡ଼ୁନଥିଲା। ଓଡ଼ିଶାରେ ଆଳୁ ସଂକଟ ଦେଖା ଦେଇଥିଲା। ଏବେ କିନ୍ତୁ ପଶ୍ଚିମବଙ୍ଗ ବେ‌ପାରୀ ଓଡ଼ିଶାରୁ ଧାନ ବୋହି ନେଉଛନ୍ତି। ଆଉ ଓଡ଼ିଶା ସରକାର ଚୁପ୍‌ ରହିଛନ୍ତି। ବାଲେଶ୍ବର ଜିଲ୍ଲାରେ ଏବେ ଗାଁ ଗାଁରେ ପଶ୍ଚିମବଙ୍ଗ ଧାନ ବେପାରୀ…

ଚିଲିକା ପାଇଁ ସତର୍କ ଘଣ୍ଟି: ବର୍ଷକୁ ଜମା ହେଉଛି ୧୦ ଲକ୍ଷ ଟନ୍‌ ପଟୁ

ଖୋର୍ଦ୍ଧା: ଚିଲିକାକୁ ବିପଦ ପଟୁ ମାଟି। ଏସିଆ ମହାଦେଶର ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଗର୍ଭରେ ପ୍ରତିବର୍ଷ ଭର୍ତ୍ତି ହେଉଛି ୧୦ ଲକ୍ଷ ଟନ୍‌ର ମାଟି। ଚିଲିକାରେ ମିଶିଥିବା ବିଭିନ୍ନ ନଦୀ ମାଧ୍ୟମରେ ନଦୀର ଉପର ଅବବାହିକାରୁ ଆସୁଥିବା ମାଟି ଗଭୀର ଚିଲିକାକୁ ପୋତି ପକାଉଛି। ଚିଲିକାର ଜୈବ…

ଜାଲ୍‌ ରାସନ୍‌କାର୍ଡଧାରୀ ଧରାପଡ଼ିଲେନି: ନୂଆ ରାସନ୍ କାର୍ଡ ଅପେକ୍ଷାରେ ୬.୧୯ଲକ୍ଷ

ଭୁବନେଶ୍ବର: ଗତ ଜୁଲାଇ, ଅଗଷ୍ଟ ମାସରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ୨୫ଲକ୍ଷ ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଅଛନ୍ତି। ଏଥିରେ ବହୁ ଅଯୋଗ୍ୟ ରାସନ୍‌ କାର୍ଡ ହାତେଇଥିବା ବେଳେ ବହୁ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଛି। ବିଜେଡି ସରକାର…