Breaking News

୭୦ହଜାର ଟଙ୍କା ପାଇଁ ଦୀପାବଳି ଦିନ ମୋ ପୁଅକୁ ମାରିଦେଲେ

ନୂଆଦିଲ୍ଲୀ: ସମଗ୍ର ଦେଶ ଦୀପାବଳି ଉତ୍ସବ ପାଳୁଥିବା ବେଳେ ରାଜଧାନୀ ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ଘର ବାହାରେ ବାଣ ଫୁଟାଉଥିବା ବେଳେ ଦାଦା ଓ ପୁତୁରାଙ୍କୁ ଏକାଠି ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଦ୍ୱୟ ହେଲେ ଆକାଶ ଶର୍ମା ଓ…

ନିଜ ଦଳର ସରକାରଙ୍କ ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖର୍ଗେ

ବେଙ୍ଗାଲୁରୁ: ଆର୍ଥିକ ସଙ୍କଟ ଭିତରେ କର୍ଣ୍ଣାଟକ ସରକାର । ଆଉ ଏହାରି ଭିତରେ ନିଜ ସରକାର ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ । ସିଧା ସିଧା ସରକାରକୁ ଶୁଣେଇବା ସହ ଖର୍ଗେ କହିଛନ୍ତି, ‘‘ଯେତିକି ଦେଇପାରିବେ, ସେତିକିର ଗ୍ୟାରେଣ୍ଟି ଦିଅନ୍ତୁ…

ଦୀପାବଳି ରାତିରେ ୪୦ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ପୁତୁରାକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଦୀପାବଳି ରାତିରେ ଉତ୍ତର-ପୂର୍ବ ଦିଲ୍ଲୀର ଶାହଦରାଠାରେ ଦୁଇଜଣ ସଶସ୍ତ୍ର ବ୍ୟକ୍ତିଙ୍କ ଗୁଳିମ‌ାଡ଼ରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏବଂ ତାଙ୍କ ପୁତରାଙ୍କ ମୃତ୍ୟୁ ଘଟିିଛି। ଉଭୟ ପୀଡ଼ିତ ନିଜ ଘର ବାହାରେ ଥିବା ବେଳେ ଦୁଇ ଜଣ ସଶସ୍ତ୍ର ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ମାଡ଼…

ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ ଜଣାପଡ଼ିଛି ଯେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ…

ସାମୁଦ୍ରିକ ଝଡ଼ରେ ତାଇୱାନ ପୂର୍ବ ଉପକୂଳରେ ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଳୀ: ତାଇୱାନରେ ତାଣ୍ଡବ ରଚିଛି ବାତ୍ୟା କଙ୍ଗ-ରେ। ଗୁରୁବାର ସାମୁଦ୍ରିକ ଝଡ ତାଇୱାନ ପୂର୍ବ ଉପକୂଳରେ ମାଡ଼ ହେବା ପରେ ବ୍ୟାପକ କ୍ଷୟକ୍ଷତି କରିଛି । ଭୀଷଣ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ଅଂଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି । ତଳିଆ ଅଂଚଳରେ ପାଣି ମାଡ଼ିଯିବାରୁ ଲୋକ…

ପୁରୀରେ ବାଣ ବିସ୍ଫୋରଣ: ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଖି ବୁଜିଲେ ଯୁବକ

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁରେ ବାଣ ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ସ୍ଥାନୀୟ ଅଞ୍ଚଳର ଯୁବକ ସଞ୍ଜୟ ଜେନା ବୋଲି ଜଣା ପଡ଼ିଛି।…

ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ: ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ। ଏଥିଲାଗି ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍। ତେବେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି…

‘ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ’

ଭୁବନେଶ୍ବର: ବର୍ତ୍ତମାନ ସମୟରେ ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ ବୋଲି ନୂଆ ଓଡ଼ିଆ ଖବରକାଗଜ ‘ସର୍କାର’ର ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ହୋଟେଲ ଭିଭାନ୍ତଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା,…

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଧୁରା ଥିବା କାମ ପୂରା କରିପାରିବେ। ଚାକିରିରେ ଉନ୍ନତି ଯୋଗ ଅଛି। ବନ୍ଧୁର ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଘର ପାଇଁ ବିଜୁଳି ଉପକରଣ କିଣି ପାରନ୍ତି। ‌ ବୃଷ: ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ…

ନ୍ୟୁଜିଲାଣ୍ଡ୍‌ କରୁଛି ବ୍ୟାଟିଂ: ଦ୍ବିତୀୟ ୱିକେଟ୍‌ର ଟାର୍ଗେଟ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ତିନିଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ର ଶେଷ ମୁକାବିଲା ଆଜି। ମୁମ୍ବାଇର ୱାନ୍‌ଖେଡେ ଷ୍ଟାଡିୟମ୍‌ରେ ଆଜି ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ନ୍ୟୁଜ୍‌ଲାଣ୍ଡ୍‌ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି…