Breaking News

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବଞ୍ଚାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ବର : ବାଲେଶ୍ବର ବାହାନଗା ଠାରେ ଏକ ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ହୃଦୟ ବିଦାରକ ରେଳ ଦୁର୍ଘଟଣା ଘଟିଯାଇଛି। ଯେଉଁ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଟ୍ରେନ୍‌ ଦୁର୍ଘଟଣା କେବଳ ଆମ ଦେଶକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ମାତ୍ର ବାହାନଗା ରେଳ ଦୁର୍ଘଟଣା ଗ୍ରସ୍ତ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟକୁ ନେଇ ସମଗ୍ର ବିଶ୍ୱ ସ୍ଥାନୀୟ ବାସିନ୍ଦା ଏବଂ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଦୁର୍ଘଟଣା ହେବା ମାତ୍ରେ କାଳ ବିଳମ୍ବ ନକରି ସ୍ଥାନୀୟ ବାସିନ୍ଦା ନିଜ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ’ ବୋଲି କୁହାଯାଏ। ହେଲେ ଅପରିଚିତ ଲୋକଙ୍କୁ, ଅଜଣା ସ୍ଥାନରେ, ଅଚିହ୍ନା ଲୋକମାନେ ସହାୟତାର ହାତ ବଢାଇବା ନିଶ୍ଚିତ ଭାବରେ ଏକ ହୃଦୟସ୍ପର୍ଶୀ କଥା। ସେଥିପାଇଁ ଏଭଳି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିଥିବା ପ୍ରତ୍ୟେକ ବ୍ୟକ୍ତି ଧନ୍ୟବାଦର ପାତ୍ର।

ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍ ଏବଂ ଯସ୍ୱନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାର ଛାତିଥରା ଖବର ଚାରିଆଡେ କ୍ଷୀପ୍ରବେଗରେ ବ୍ୟାପି ଯାଇଥିଲା। ପ୍ରଶାସନ ସହ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟ ଲାଗି ଅଣ୍ଟା ଭିଡ଼ିଥିଲେ। ଦୁର୍ଘଟଣାରେ ମୃତକ ସଂଖ୍ୟା ସହିତ ଆହତ ତାଲିକା ଲମ୍ବି ଚାଲିଥିଲା। ରାତି ଯେତେ ବଢୁଥିଲା ସେତେ ଅଧିକ ଆହତଙ୍କୁ ଟ୍ରେନ୍ ତଳୁ ଉଦ୍ଧାର କରାଯାଉଥିଲା। ଶହଶହ ସଂଖ୍ୟକ ଆହତଙ୍କୁ ସୋର, ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଥିବା ବେଳେ ଗୁରୁତରଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରିବାରେ ତତ୍ପର ଥିଲେ ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳ ପରିଦର୍ଶନ ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା ଓ ତଦାରଖ କରିଥିଲେ। ସେହିପରି ରାଜ୍ୟର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ହେମନ୍ତ ଶର୍ମା, ବଲବନ୍ତ ସିଂହ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବୀତ କରିଥିଲେ।

ସେହିପରି ଘଟଣାସ୍ଥଳରେ ରେଲୱେ ଉଦ୍ଧାରକାରୀ ଟିମକୁ ଅପେକ୍ଷା ନକରି ୩ ଏନଡିଆରଏଫ, ୪ ଓଡ୍ରାଫ ଟିମ୍ ଏବଂ ୧୫ରୁ ଅଧିକ ଅଗ୍ନିଶମବାହିନୀ ନିୟୋଜିତ କରିଥିଲେ ରାଜ୍ୟ ସରକାର । ୫୦ଟି ଆମ୍ବୁଲାନ୍ସ ଆହତଙ୍କୁ ହସ୍ପିଟାଲ ନେବାକୁ ନିୟୋଜିତ ଥିଲେ ମଧ୍ୟ ଆହତଙ୍କ ସଂଖ୍ୟା ବେଶ ଅଧିକ ଥିବାରୁ ବସ୍ ଯୋଗେ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ରେଲୱେ ପକ୍ଷରୁ ଉଦ୍ଧାର କାର୍ୟ୍ୟ କୁ ଅପେକ୍ଷା କରିବା ଠାରୁ ‘ପ୍ରତେକ ଜୀବନ ମୂଲ୍ୟବାନ’ ନୀତି ଆପଣେଇଥିଲେ ମୁଖ୍ୟମନ୍ତ୍ରୀ। ଯାହାକି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ପାଇଁ ଏକ ସୁରକ୍ଷା କବଚ ପାଲଟି ଯାଇଥିଲା।

ଯଦି ରାଜ୍ୟ ସରକାର ତତ୍ପରତା ଦେଖାଇ ନଥାନ୍ତେ ତେବେ ଅନେକ ମୂଲ୍ୟବାନ ଜୀବନ ହାନି ଘଟିଥାନ୍ତା। ଯାହାକି ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ଅଡୁଆ ବଢ଼ାଇ ଦେଇଥାନ୍ତା। ସବୁଆଡୁ ତାଙ୍କ ଇସ୍ତଫା ଦାବି ସ୍ୱର ଶୁଭୁଥିଲେ ମଧ୍ୟ ରାଜ୍ୟ ସରକାର ଙ୍କ ତରଫରୁ ଦୁର୍ଘଟଣା ପାଇଁ ଅଶ୍ୱିନୀଙ୍କୁ ଥରେ ମଧ୍ୟ ଦାୟୀ କରାଯାଇନାହିଁ। ପଡୋଶୀ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ ଆସିଥିବା ସମୟରେ ମୃତକ ଙ୍କ ସଂଖ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚିତ ମୃତକଙ୍କ ସଂଖ୍ୟା ଡବଲ କାଉଣ୍ଟ ହୋଇଛି କହି ରେଲୱେ ଦ୍ୱାରା ଜାରି ନମ୍ବର ସହିତ ସମାନ ବୋଲି କହିଥିଲେ ମୁଖ୍ୟ ଶାସନ ସଚିବ। ଯାହାକି ଅଶ୍ୱିନୀଙ୍କ ପ୍ରତି ନବୀନଙ୍କ ଦୁର୍ବଳତାକୁ ଦର୍ଶାଉଥିଲା।

ସୂଚନା ଅନୁଯାୟୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସହ ନବୀନଙ୍କ ସମ୍ପର୍କ ଖୁବ ନିବିଡ଼। ଏଥିରେ କୌଣସି ଦ୍ୱିମତ ନାହିଁ। ଆଜି ଯଦି ଅଶ୍ୱିନୀ ମନ୍ତ୍ରୀ ପଦ ପାଇଛନ୍ତି ଏଥିରେ ନବୀନଙ୍କ ପ୍ରମୁଖ ଭୂମିକା ରହିଛି। ନବୀନଙ୍କ ସହଯୋଗ କ୍ରମେ ଅଶ୍ୱିନୀ ରାଜ୍ୟସଭାକୁ ଚୟନ ହୋଇଥିଲେ ଏବଂ ଏହାପରେ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Leave A Reply

Your email address will not be published.