Breaking News

ବାହାନଗା ଟ୍ରେନ ଦୁର୍ଘଟଣା: ଦାୟିତ୍ୱରେ ଅବହେଳା, ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଅବହେଳା କାରଣରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଜିଏମ ଅନିଲ କୁମାର ମିଶ୍ର ସୁଚନା ଦେଇଛନ୍ତି । ବାହାନଗା ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା ।

ସିଗ୍ନାଲିଂ ସର୍କିଟ୍ ବଦଳାଯିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଇଣ୍ଟର୍ଲକିଂ ସିଷ୍ଟମ୍ ପ୍ରଭାବିତ ହୋଇଥିଲା ଓ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସିଆର୍ଏସ୍ ରିପୋର୍ଟ ଦେଇଥିଲେ । ସେହି ରିପୋର୍ଟକୁ ଆଧାର କରି ଉକ୍ତ ଗିରଫଦାରୀ ହୋଇଥିବା କୁହାଯାଉଛି। ତେବେ ଦୁର୍ଘଟଣା ପଛରେ କୌଣସି ଅନ୍ତର୍ଘାତୀ ବା ଷଡଯନ୍ତ୍ର ଥିବା ବାବଦରେ ଏ ଯାଏ କିଛି ସ୍ପଷ୍ଟ ହୋଇନାହିଁ ।

ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ୩ କର୍ମଚାରୀଙ୍କ ସହ ୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସିଆରଏସଙ୍କ ତଦନ୍ତରେ ଅନ୍ୟ ୪ ଜଣଙ୍କ ସମ୍ପୃକ୍ତି ଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଦାୟିତ୍ୱରେ ଅବହେଳା କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେଲେ ରେଲୱେ ଜିଏମ ଅନୀଲ ମିଶ୍ର । ସିବିଆଇ ଓ ସିଆରଏସଙ୍କ ତଦନ୍ତ ଏବେ ବି ଜାରି ରହିଛି । ଆଜି ତଦନ୍ତ ପାଇଁ ଷ୍ଟେସନରେ ପହଞ୍ଚିଥିଲେ ଡି.ଆର.ଏମ ଓ ଜି.ଏମ ।

ବାହାନଗାରେ ରେଳ ଦୁର୍ଘଟଣାକୁ ମାସେ ୧୦ ଦିନ ବିତିଲାଣି । ରେଳ ଚଳାଚଳ ସ୍ବଭାବିକ ହୋଇଛି । ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନରେ ନୂତନ ଭାବେ ଯୋଗ ଦେଇଥିବା ଡିଆରଏମ କେ.ଆର ଚୌଧୁରୀ ଓ ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ବାହାନଗା ରେଳ ଷ୍ଟେସନକୁ ଆସି ସମସ୍ତ ବିଭାଗରେ ତଦାରଖ କରିବା ସହ ରେଳ ଟ୍ରାକ ତଦାରଖ କରିଛନ୍ତି । ଷ୍ଟେସନରୁ ରେଳ ଧାରଣା ଦେଇ ଅନୁଧ୍ୟାନ କରି ଉତ୍ତର କ୍ୟାବିନ ନିକଟରେ ପହଞ୍ଚିଥିଲେ । ଦୁର୍ଘଟଣା ଘଟିଥିବା ସ୍ଥାନ, ଲୁପ୍‌ ଲାଇନ ଓ ପ୍ୟାନେଲ ରୁମରେ ଅନୁଧ୍ୟାନ କରିଥିଲେ ।

Comments are closed.