ଖେଳଦେଶ ବିଦେଶ

Best Para Archer Award: ଶୀତଲଙ୍କୁ ବର୍ଷର ଶ୍ରେଷ୍ଠ ପାରା ତୀରନ୍ଦାଜ ପୁରସ୍କାର

ଭାରତୀୟ ତୀରନ୍ଦାଜ ଶୀତଲ ଦେବୀ ‘ବର୍ଷର ଶ୍ରେଷ୍ଠ ପାରା ତୀରନ୍ଦାଜ ୨୦୨୫’ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ଜନ୍ମରୁ ବିନା ହାତରେ ଜନ୍ମ ନେଇଥିବା ଏହି ୧୯ ବର୍ଷୀୟା ଜମ୍ମୁ କାଶ୍ମୀର ଖେଳାଳି ଦକ୍ଷିଣ କୋରିଆରେ ଆୟୋଜିତ ବିଶ୍ବ ପାରା ତୀରନ୍ଦାଜି ପ୍ରତିଯୋଗିତାର ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ନୂଆଦିଲ୍ଲୀ: ଭାରତୀୟ ତୀରନ୍ଦାଜ ଶୀତଲ ଦେବୀ ‘ବର୍ଷର ଶ୍ରେଷ୍ଠ ପାରା ତୀରନ୍ଦାଜ ୨୦୨୫’ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ଜନ୍ମରୁ ବିନା ହାତରେ ଜନ୍ମ ନେଇଥିବା ଏହି ୧୯ ବର୍ଷୀୟା ଜମ୍ମୁ କାଶ୍ମୀର ଖେଳାଳି ଦକ୍ଷିଣ କୋରିଆରେ ଆୟୋଜିତ ବିଶ୍ବ ପାରା ତୀରନ୍ଦାଜି ପ୍ରତିଯୋଗିତାର ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ଲାଗି ବିଶ୍ବ ତୀରନ୍ଦାଜି ପକ୍ଷରୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଦୁଇ ବାହୁ ନଥିବା ଶୀତଲ ନିଜ ପାଦ, ଗୋଡ଼ ଓ କାନ୍ଧରେ ଧନୁ ଧରି ପାଟିରେ ତୀର ମାରନ୍ତି।

ସେ ବିଶ୍ବ ପ୍ରତିଯୋଗିତାରେ ମହିଳା ଦଳଗତରେ ରୌପ୍ୟ ଓ ମିଶ୍ରିତରେ କାଂସ୍ୟ ପାଇଥିଲେ। ‘ଗ୍ବାଙ୍ଗ୍‌ଜୁରେ ବିଶ୍ବ ମୁକୁଟ ଜିତିଥିବା ଭାରତର ଶୀତଲ ଦେବୀଙ୍କୁ ବର୍ଷର ଶ୍ରେଷ୍ଠ ତୀରନ୍ଦାଜ ପୁରସ୍କାରରେ ସମ୍ମାନୀତ କରାଯିବ’ ବୋଲି ବିଶ୍ବ ତୀରନ୍ଦାଜୀ କହିଛି। ବିଶ୍ବ ପ୍ରତିଯୋଗିତା ସ୍ବର୍ଣ୍ଣ ବାଦ୍‌ ପ୍ୟାରିସ୍‌ ଅଲିମ୍ପିକ୍ସରେ ମିଶ୍ରିତ ଦଳଗତରେ କାଂସ୍ୟ ପାଇଥିଲେ। ସେ ମଧ୍ୟ ୨୦୨୨ ଏସୀୟ ପାରା କ୍ରୀଡ଼ାରେ ୨୦୨୩ ଏସୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button