ଜିଲ୍ଲା

Bhadrak Politics: ୪ ବ୍ଲକ୍ ଅଧ୍ୟକ୍ଷଙ୍କୁ ନେଇ ବୈଠକ, ତୃଣମୂଳ ସ୍ତରରେ ଭୁଶୁଡ଼ି ଯିବ ବିଜେଡି!

ଭାଙ୍ଗିଯିବ କି ଭଦ୍ରକ ଜିଲ୍ଲାର ବିଜେଡି ସଙ୍ଗଠନ? ଏଭଳି ଚର୍ଚ୍ଚା ଚାଲୁଥିବା ବେଳେ ଗତ କିଛି ଦିନ ହେଲା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଲୁଲୁ ସାମଲଙ୍କ ରାଜନୈତିକ ଗତିବିଧି ଓ ରାଜନୈତିକ କାର୍ଯ୍ୟକଳାପକୁ ନେଇ ରାଜନୈତିକ ମହଲରେ ହଇଚଇ ଆରମ୍ଭ ହୋଇଛି।

ଭଦ୍ରକ (ହରିହର ନାୟକ): ଦିନକୁ ଦିନ ବଢୁଛି ବିଜେପିର ପତିଆରା। ଭାଙ୍ଗିଯିବ କି ଭଦ୍ରକ ଜିଲ୍ଲାର ବିଜେଡି ସଙ୍ଗଠନ? ଏଭଳି ଚର୍ଚ୍ଚା ଚାଲୁଥିବା ବେଳେ ଗତ କିଛି ଦିନ ହେଲା ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ଲୁଲୁ ସାମଲଙ୍କ ରାଜନୈତିକ ଗତିବିଧି ଓ ରାଜନୈତିକ କାର୍ଯ୍ୟକଳାପକୁ ନେଇ ରାଜନୈତିକ ମହଲରେ ହଇଚଇ ଆରମ୍ଭ ହୋଇଛି। ଲୁଲୁ ବିଜେଡିରୁ ଗତ କିଛି ମାସ ତଳୁ ଇସ୍ତଫା ଦେବା ଠାରୁ ତାଙ୍କର ଗତି କୁଆଡ଼କୁ ବୋଲି ଚର୍ଚ୍ଚା ହେଉଛି।

ଲୁଲୁ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଗତ କିଛି ଦିନ ତଳେ ସେ ତାଙ୍କର ଅଧୀନରେ ପରିଚାଳିତ ବରପଦା ଇଞ୍ଜିନିୟରିଂ କଲେଜ ଜମି ଭଦ୍ରକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାନ କରିବାକୁ ଘୋଷଣା କରିବା ଓ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଫୁଲ ତୋଡା ଦେବା, ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଭେଟିବା ସହ ଗତକାଲି ଭଦ୍ରକ ସାଂସଦ ତଥା ବିଜେପି ନେତା ଅଭିମନ୍ୟୁ ସେଠୀଙ୍କ ସହ ଏକ ବୈଠକରେ ଯୋଗଦେବା ବେଳେ ଭଦ୍ରକ ଜିଲ୍ଲାର ୪ ବ୍ଲକର  ବ୍ଲକ୍ ଅଧ୍ୟକ୍ଷକଙ୍କୁ ନେଇ ଆଲୋଚନା କରିବା ଘଟଣା ଭଦ୍ରକ ରାଜନୀତିକୁ ହଇଚଇ କରିଛି।

ପୌର ନିର୍ବାଚନରୁ ରାଜନୈତିକ କ୍ୟାରିୟର

ଲୁଲୁ ଏକଦା ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଥିଲେ। ସେଇଠୁ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଲୁଲୁ ବିଜେଡି ଦଳର ଜଣେ ଟାଣୁଆ ଯୁବ ନେତା ଭାବରେ ଦଳରେ ନିଜର ସାଂଗଠନିକ ଦକ୍ଷତା ଦେଖାଇବା ସହ ନିଜ ବାବାଙ୍କ ରାଜନୀତିରେ ସହଯୋଗ କରୁଥିଲେ। ଏବେ ଲୁଲୁଙ୍କ ପରାମର୍ଶ କ୍ରମେ ବାଦେଦେବପୁର ବ୍ଲକ୍ ଅଧ୍ୟକ୍ଷ ତଥା ବିଜେଡି ନେତା ନଗେନ ବିଶ୍ଵାଳ, ଭଣ୍ଡାରିପୋଖରୀ ବ୍ଲକର ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ସୁମତୀ ସେଠୀ, ବନ୍ତ ବ୍ଲକର ବିଜେଡି ଅଧ୍ୟକ୍ଷ ତଥା ବିଜେଡି ନେତା ମନୋରଞ୍ଜନ ଘଡେ଼ଇ,  ଭଦ୍ରକ ବ୍ଲକର ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ ଉର୍ମିଳା ନାୟକ ବୈଠକରେ ବସିଥିଲେ।

ସାଂସଦଙ୍କ ଫଟୋ ଭାଇରାଲ

ଏହି ବୈଠକରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ରହିଥିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲା ହେଉଛି। ଶୁଣା ଯାଉଛି ବିଜେପିରେ କାଳେ ଲୁଲୁଙ୍କ ନେତୃତ୍ୱରେ ଏହି ୪ ଜଣ ବ୍ଲକ ଅଧ୍ୟକ୍ଷଙ୍କ ସହ ଖୋଦ ଲୁଲୁ ବି ବିଜେଡିରେ ମିଶିବେ। ଆଲୋଚନାରେ କଲେ ବ୍ଲକ ଅଧ୍ୟକ୍ଷଙ୍କ ସହ ତୃଣମୂଳ ସ୍ଥରରୁ କିଛି ସରପଂଚ ଓ ସମିତି ସଭ୍ୟ ବି ମିଶିବା ପାଇଁ ଯୋଜନା ଚାଲିଛି। ଶୁଣା ଯାଉଛି କାଳେ ବିଜେଡିର ବହୁ ନେତା ଓ କର୍ମୀ ବିଜେପିରେ ମିଶିବେ। ସୁଦୃଢ଼ ହେବ ବିଜେପି। ଦୁର୍ବଳ ହୋଇଯିବ ବିଜେଡି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜେପିକୁ ସକ୍ରିୟ କରାଯିବ। ବିଜେପି ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ବାଜି ଜିତିବ ଏବେ ଠାରୁ ଆରମ୍ଭ ହୋଉଛି ଗେମ୍ ପ୍ଲାନ। ଆଗାମୀ ଦିନରେ ଲୁଲୁଙ୍କ ବିଜେପିର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରି ଥିବା ବେଳେ ଲୁଲୁ କିନ୍ତୁ ନିଜେ ସଠିକ ଭାବରେ କିଛି କହି ନାହାନ୍ତି। ସମୟ କହିବ କଣ ହେବ ବୋଲି ଲୁଲୁ ‘ସମ୍ବାଦ’କୁ କହିଛନ୍ତି।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button