Breaking News

ଜିଲା ଲେଖକ ସାମୁଖ୍ୟ କାର୍ଯ୍ୟାଳୟ ଠାରେ ଭାଷା ଆନ୍ଦୋଳନ ବୈଠକ

0

ଫୁଲବାଣୀ : ଭାଷା ଭିତିରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା। ୧୯୩୬ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହେବାପରେ ଓଡ଼ିଆ ଭାଷା ପ୍ରଚଳନ କରିବା କୁ ଇଂରେଜ ସରକାର ଘୋଷଣା କରିଥିଲେ।୧୯୫୪ ମସିହାରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମନିଷ ନବକୃଷ୍ଣ ଚୌଧୁରୀ ପ୍ରଥମ ବିଧାନ ସଭାର ପ୍ରଥମ ଦିନରେ ଭାଷା ବିଧେୟକ ଆଣି ଓଡ଼ିଆ ଭାଷା ପ୍ରଚଳନ କଲେ।ପରବର୍ତ୍ତୀ ସମୟରେ ୧୯୬୨ମସିହାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଧାନସଭାରେ ଓଡ଼ିଆ ଭାଷା ସହିତ ଇଂରାଜୀ ଭାଷା ପ୍ରଚଳନ କରିଥିଲେ। ଦେଶ ସ୍ୱାଧିନର ୧୫ବର୍ଷ ମଧ୍ୟରେ ପ୍ରାଦେଶିକ ସରକାର ପ୍ରାଦେଶିକ ଭାଷାକୁ ସରକାରୀ ଭାଷା ଭାବେ ପ୍ରଚଳନ କରିବେ।

କିନ୍ତୁ ଆଜି ପର୍ଯ୍ୟନ୍ତ ଆମ ନିର୍ବାଚିତ ସରକାର ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଦେଉ ନଥିବାରୁ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ବରିଷ୍ଠ ସାମ୍ବାଦିକ ଭାଷାପ୍ରାଣ ସୁବାସ ପଟ୍ଟନାୟକଙ୍କ ନେତୃତ୍ବରେ ୬ବର୍ଷ ୬ମାସ ୧୩ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ କଳାପତକା ମାଧ୍ୟମରେ ଚାଲିଛି ଭାଷା ଆନ୍ଦୋଳନ।ଭାଷା ଆନ୍ଦୋଳନର ସଦସ୍ୟ ସୌମେନ୍ଦ୍ର ଶତପଥି ଅତିଥି ଭାବେ ଯୋଗ ଦେଇ ପ୍ରତି କାର୍ଯ୍ୟାଳୟ ଓ ଦୋକାନ ବଜାର ସାଇନ ବୋର୍ଡ ଓଡ଼ିଆ ରେ କରିବାକୁ ଗୁରୁତ୍ୱ ଦେଇଥିଲେ। ଇତି ମଧ୍ୟରେ ଓଡିଶା ସରକାର ଚାରିଥର ଓଡ଼ିଆ ଭାଷା ପାଇଁ ବିଞପ୍ତି ପ୍ରକାଶ କରିଛନ୍ତି।। କିନ୍ତୁ ସାମଗ୍ରିକ ଭାବେ ପ୍ରଚଳନ ଓ ବ୍ୟବହାର ନ କଲେ ଦଣ୍ଡ ବିଧାନ ପାଇଁ ସରକାର ନିୟମ କାନନୁ କରୁ ନଥିବା ସମ୍ପର୍କରେ ଆଲୋଚନା ମଞ୍ଚାସୀନ ଭାଷାପ୍ରାଣମାନେ ଆଲୋଚନା କରିଥିଲେ।

ଆବାହକ ଅଶୋକ ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ।ଲେଖକ ସାମୁଖ୍ୟ ର ସମ୍ପାଦକ ବନ ବିହାରୀ ନନ୍ଦ ସଭାପତିତ୍ୱ କରିଥିବା ବେଲେ ନବ କିଶୋର ରଥ,ପ୍ରଶନ୍ନ ପଟ୍ଟନାୟକ, ଦୁର୍ଯ୍ୟୋଧନ ପ୍ରଧାନ, ଘନ ଶବର ସୋମନାଥ ସାହୁ ପ୍ରମୁଖ ଓଡ଼ିଆ ଭାଷାର ମାଧୁର୍ଯ୍ୟ ଓ ବ୍ୟବହାର ସମ୍ପର୍କରେ ମତ ରଖିଥିଲେ। ଶେଷରେ ଭାଷା ଆନ୍ଦୋଳନ ସଦସ୍ୟ ବୈଦ୍ୟନାଥ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.