Bhubaneswar-Uttara : ଭୁବନେଶ୍ବର-ଉତ୍ତର ପୂଜା ଭସାଣି ସମିତି ବୈଠକ
ଭୁବନେଶ୍ବର ଉତ୍ତର ପୂଜା ଭସାଣି ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା ସମିତିର ମୁଖ୍ୟ ଉପଦେଷ୍ଟା ପ୍ରିୟଦର୍ଶୀ ମିଶ୍ରଙ୍କ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟରେ....

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଉତ୍ତର ପୂଜା ଭସାଣି ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା ସମିତିର ମୁଖ୍ୟ ଉପଦେଷ୍ଟା ପ୍ରିୟଦର୍ଶୀ ମିଶ୍ରଙ୍କ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ସାଂସଦ ପାଣ୍ଠିରୁ ପ୍ରତ୍ୟେକ ଦୁର୍ଗାପୂଜା ମଣ୍ଡପକୁ ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ସମ୍ପର୍କରେ ପୂର୍ବ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ ଔପଚାରିକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମୁଖ୍ୟ ଉପଦେଷ୍ଟା ଶ୍ରୀ ମିଶ୍ର ଯୋଗଦେଇ ସମସ୍ତ ପୂଜା ସମିତିଙ୍କ ମଧ୍ୟରେ ଭାଇଚାରା, ସମନ୍ୱୟ ଓ ସହଯୋଗିତାକୁ ଆହୁରି ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସମିତିର ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ ବୈଠକକୁ ସଂଯୋଜନା କରିଥିଲେ।
ବୈଠକରେ ଡମଣା ଦୁର୍ଗାପୂଜା କମିଟି ପ୍ରତିଷ୍ଠାତା ସଭାପତି ନିଶାକର ସାହୁ, ହାଉସିଂ ବୋର୍ଡ ଦୁର୍ଗାପୂଜା କମିଟି ସାଧାରଣ ସମ୍ପାଦକ ଗୋଲେଖ ଚନ୍ଦ୍ର ରାଉତ, ଉମାକାନ୍ତ ହାତୀ, କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ଶରତ ନାୟକ, ଖଦାଳ ବରାଳ, ଗୟାଧର ମଲ୍ଲିକ, ସୁନୀଲ କୁମାର ରାୟ, ଲିଙ୍ଗରାଜ ରଥ, ପ୍ରକାଶ କୁମାର ତ୍ରିପାଠୀ, କଳ୍ପନା ସାମଲ, ବିଜୟାଲକ୍ଷ୍ମୀ ସାମଲ, ସୁଶୀଲ କୁମାର ପଣ୍ଡା, ଅନିରୁଦ୍ଧ ମଲ୍ଲିକ, ନଗେନ ବିଶୋଇ, ନିର୍ମଳ ପଣ୍ଡା ପ୍ରମୁଖ ଅଭିଭାଷଣ ଦେଇଥିଲେ।
କାର୍ଯ୍ୟକ୍ରମରେ ନୀଳାଦ୍ରିବିହାର ସାର୍ବଜନୀନ ଦୁର୍ଗାପୂଜା କମିଟି,ଗୋଲଡେନ୍ ଦୁର୍ଗାପୂଜା କମିଟି(କୈବଲ୍ୟ ନଗର), ଲୁମ୍ବିନୀବିହାର ଓନର୍ସ ୱେଲଫେୟାର ଆସୋସିଏସନ ଦୁର୍ଗାପୂଜା କମିଟି, ନୀଳମାଧବ ନିବାସ ଦୁର୍ଗାପୂଜା କମିଟି, ବିଡିଏ କଲୋନି ଦୁର୍ଗାପୂଜା କମିଟି, ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ, ଡିଷ୍ଟ୍ରିକ୍ଟ ସେଣ୍ଟର ଦୁର୍ଗାପୂଜା କମିଟି, ରେଳୱେ କଲୋନି ଦୁର୍ଗାପୂଜା କମିଟି, ଡମଣା ଦୁର୍ଗାପୂଜା କମିଟି, ନନ୍ଦନ ଏନ୍କ୍ଲେଭ୍ ଦୁର୍ଗାପୂଜା କମିଟି, ଗଣ୍ଡରପୁର ଗ୍ରାମ୍ୟ ଦୁର୍ଗାପୂଜା କମିଟି, ହାଉସିଂ ବୋର୍ଡ ସାର୍ବଜନୀନ ଦୁର୍ଗାପୂଜା କମିଟି, ଶୈଳଶ୍ରୀବିହାର(ଫେଜ୍-୨) ଦୁର୍ଗାପୂଜା କମିଟି, ବାଣୀବିହାର ଦୁର୍ଗାପୂଜା କମିଟି ଓ କଳାରାହାଙ୍ଗା ଦୁର୍ଗାପୂଜା କମିଟିର ପ୍ରତିନିଧିମାନେ ସାମିଲ ହୋଇଥିଲେ।
ସୌଜନ୍ୟ ସମ୍ବାଦ




