ରାଜନୀତି

Bihar elections: ବିହାର ନିର୍ବାଚନ: ‘ଆମେ ବିସ୍ମିତ’

ବିହାର ନିର୍ବାଚନରେ ମହାମେଣ୍ଟର ଶୋଚନୀୟ ପରାଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମହାମେଣ୍ଟ ଉପରେ ବିଶ୍ବାସ ଦେଖାଇଥିବା ଲକ୍ଷାଧିକ ଭୋଟରଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି।

ନୂଆଦିଲ୍ଲୀ: ବିହାର ନିର୍ବାଚନରେ ମହାମେଣ୍ଟର ଶୋଚନୀୟ ପରାଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମହାମେଣ୍ଟ ଉପରେ ବିଶ୍ବାସ ଦେଖାଇଥିବା ଲକ୍ଷାଧିକ ଭୋଟରଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ବିହାରରେ ନିର୍ବାଚନ ଫଳ ଆମ ପାଇଁ ପ୍ରକୃତରେ ଆଶ୍ଚର୍ଯ୍ୟଜନକ।

ଏହି ନିର୍ବାଚନ ଆରମ୍ଭରୁ ନିରପେକ୍ଷ ନଥିଲା ଏବଂ ଏଥିରେ  ଆମେ ବିଜୟ ହାସଲ କରିପାରିଲୁ ନାହିଁ। ଏହି ଲଢ଼େଇ ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ। କଂଗ୍ରେସ ଦଳ ଓ ମେଣ୍ଟ ନିର୍ବାଚନ ଫଳକୁ ଗଭୀର ଭାବେ ସମୀକ୍ଷା କରିବ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ଉଦ୍ୟମକୁ ଅଧିକ ଫଳପ୍ରଦ କରିବ ବୋଲି ରାହୁଲ କହିଛନ୍ତି।

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button