ଖେଳମହାନଗର

Bilash Rautaray Memorial Football: ସେମି‌ରେ ପ୍ରତାପନଗରୀ, ଜାରକା:ବିଳାଶ ରାଉତରାୟ ସ୍ମାରକୀ ଫୁଟ୍‌ବଲ୍‌

ଦଶମ ବିଳାଶ ରାଉତରାୟ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ କ୍ବାର୍ଟରଫାଇନାଲ୍‌ରେ ପ୍ରତାପନଗରୀ ଫୁଟ୍‌ବଲ୍‌ କ୍ଲବ୍‌ ୨-୧ ଗୋଲ୍‌ରେ ଭଦ୍ରକ ୟୁନାଇଟେଡ୍‌ ଫୁଟ୍‌ବଲ୍‌ କ୍ଲବ୍‌କୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି।

ଭୁବନେଶ୍ବର: ଦଶମ ବିଳାଶ ରାଉତରାୟ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ କ୍ବାର୍ଟରଫାଇନାଲ୍‌ରେ ପ୍ରତାପନଗରୀ ଫୁଟ୍‌ବଲ୍‌ କ୍ଲବ୍‌ ୨-୧ ଗୋଲ୍‌ରେ ଭଦ୍ରକ ୟୁନାଇଟେଡ୍‌ ଫୁଟ୍‌ବଲ୍‌ କ୍ଲବ୍‌କୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସେହିଭଳି ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ ମୁକାବିଲାରେ ଜାରକା ଯାଜପୁରକୁ ଢେଙ୍କାନାଳର ପପୁଲାର ଫୁଟ୍‌ବଲ୍‌ କ୍ଲବ୍‌ ହରାଇ ଦେଇଛି। ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଫଳରେ ଫଳାଫଳ ନିର୍ଣ୍ଣୟ ଲାଗି ପେନାଲ୍‌ଟି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏହାକୁ ରୋମାଞ୍ଚକ ଭାବେ ୬-୫ ଗୋଲ୍‌ରେ ଜିତି ଜାରକା ଦଳ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍‌ ଟିକେଟ ହାସଲ କରିଥିଲା। ମଙ୍ଗଳବାର ମ୍ୟାଚ୍‌ର ଅତିଥି ଥିଲେ ମାନ ବିଶ୍ବାଳ, ବୀରଜ ପାତ୍ର, କୃଷ୍ଣ ସାମନ୍ତରାୟ, ସୁଧୀର ସାମନ୍ତରାୟ, ହେମନ୍ତ ସାମନ୍ତରାୟ, ଟୁକୁନା ସାମନ୍ତରାୟ ପ୍ରମୁଖ।

ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button