ବିଶେଷ

Birth horoscope of Odisha: ଓଡ଼ିଶାର ଜନ୍ମ କୁଣ୍ଡଳୀ: ୨୦୨୬ ବର୍ଷରେ ଓଡ଼ିଶାର ଭାଗ୍ୟ

୦୧.୦୪.୧୯୩୬ ବୁଧବାର ସକାଳ ୧୦ଟା ୩୦ ମିନିଟରେ ସ୍ୱତନ୍ତ୍ର ଓଡ଼ିଶା କଟକ ଠାରେ ଜନ୍ମ ନେଇଥିଲା। ୦୧.୦୪.୨୦୨୬, ୨୨ଟା ୪୨ମିନିଟ୍‌ ୫୭ ସେକେଣ୍ଡରେ ୯୦ବର୍ଷ ବୟସରେ ପ୍ରବେଶ ହେବ । ଓଡ଼ିଶାର ଜାତକରେ ମିଥୁନ ଲଗ୍ନ।

୦୧.୦୪.୧୯୩୬ ବୁଧବାର ସକାଳ ୧୦ଟା ୩୦ ମିନିଟରେ ସ୍ୱତନ୍ତ୍ର ଓଡ଼ିଶା କଟକ ଠାରେ ଜନ୍ମ ନେଇଥିଲା। ୦୧.୦୪.୨୦୨୬,  ୨୨ଟା ୪୨ମିନିଟ୍‌ ୫୭ ସେକେଣ୍ଡରେ ୯୦ବର୍ଷ ବୟସରେ ପ୍ରବେଶ ହେବ ।
ଓଡ଼ିଶାର ଜାତକରେ ମିଥୁନ ଲଗ୍ନ। ବର୍ଷାରମ୍ଭରେ ଧନୁ ଲଗ୍ନକୁ ଲଗ୍ନରେ ରବି+ବୁଧ+ଶୁକ୍ର+ମଙ୍ଗଳ ଚତୁଃଗ୍ରହ ଯୋଗ ଅବସ୍ଥାନ କରିଛନ୍ତି। ବୁଦ୍ଧାଦିତ୍ୟ ଯୋଗ ସହିତ ଶୁକ୍ର+ମଙ୍ଗଳ ଦୁଇଟି ରାଜଯୋଗ ବର୍ଷର ଆରମ୍ଭରୁ ୨୦୨୬ ବର୍ଷରେ ଏକ ନୂତନ ଆଶା ଓ ଉନ୍ମାଦନା କୁ ନେଇ ସର୍ବୋତ୍କୃଷ୍ଟ ବର୍ଷ ଭାବେ ପରିଗଣିତ ହେବ। ଅପ୍ରେଲ ମାସ ୧୪ ତାରିଖ ମଧ୍ୟରେ ନୂତନ ରାଜନୈତିକ ଦଳ ଗଠିତ ହେବ। ସପ୍ତମାଧିପତି ବୁଧ ଲଗ୍ନରେ। ତେଣୁ ମୁଖ୍ୟ ବିରୋଧୀ ଦଳ ତିଷ୍ଠିବା ସହଜ ହେବନି।
ତା: ୦୧.୦୪.୧୯୩୬ ବୁଧବାର ସକାଳ ୧୦ଘ: ୩୦ମି.ରେ 
ସ୍ୱତନ୍ତ୍ର ଓଡ଼ିଶା କଟକ, କର୍କଟ ରାଶି ପୁଷ୍ୟା ନକ୍ଷତ୍ର, ମିଥୁନ ଲଗ୍ନ
୧.ଗୁଡ ଗର୍ଭର୍ଣ୍ଣାନ୍ସ ବା ସୁଶାସନ ଆମ ଦେଶ ଓ ରାଜ୍ୟ ପାଇଁ ଏକ ସୁସମ୍ବାଦ ଆଣିଦେବ।
୨.ରାଜନୀତି, ଆର୍ଥିକ ସ୍ଥିତି, ବିପଣନ, ବଜାର ସହିତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉତ୍ତମ ବ୍ୟବସ୍ଥା ସାଧାରଣ ବ୍ୟକ୍ତି ପାଖରେ ପହଞ୍ଚିବାର ସୁଯୋଗ ସୃଷ୍ଟି କରିବ।
୩.ତୃତୀୟ ପରାକ୍ରମ ସ୍ଥାନରେ ରାହୁଙ୍କ ଅବସ୍ଥାନ ବର୍ଷ ପାଇଁ ଏକ ଶିଳ୍ପାୟନକୁ ନେଇ ନୂତନ ଦିଗନ୍ତ ରାଜ୍ୟର ପଶ୍ଚିମ ଦିଗରେ ଆହୁରି ରୁଦ୍ଧିମନ୍ତ କରିବାର ସ୍ୱପ୍ନ ସାକାର ହେବ।
୪.ଭ୍ରାତୃଭାବରେ ଉଭୟ ସରକାର ଓ ବିରୋଧୀ ଦଳ କାମ କରିବେ, ଫଳରେ ସମାଜରେ ଶାନ୍ତ ବାତାବରଣ ରହିବ।
୬.ଚତୁର୍ଥ ଶନି ବର୍ଷ ତମାମ୍ ରହିବେ। ତେଣୁ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ହେବା ସହିତ ନୂତନ ଶିକ୍ଷା ନୀତିରେ ମାଧ୍ୟମିକ ସ୍ତରରୁ ବୈଷୟିକ ଶିକ୍ଷାର ଆଦର୍ଶ ସ୍ଥାନ ପାଇବ। ନୂତନ ଜାତୀୟ ବିଶ୍ୱବିଦ୍ୟାଳୟ ଉତ୍ତର ଦିଗରେ ଗଢ଼ି ଉଠିବାର ଆଶା ରହୁଛି।
୭.ପଂଚମାଧିପତି ମଙ୍ଗଳ ଲଗ୍ନରେ ଏବଂ କେତୁ ଭାଗ୍ୟ  ସ୍ଥାନରେ ଅବସ୍ଥାନ କରିଥିବା ସ୍ଥଳେ କର୍ମାଧିପତି ବ୍ୟବସାୟ ବାଣିଜ୍ୟ ଗ୍ରହ ବୁଧ ଦ୍ୱାଦଶ ଲଗ୍ନସ୍ଥ। ତେଣୁ ବିଶ୍ୱ ବଜାରରେ ମୁଦ୍ରାସ୍ଫୀତି ହାର ବଢ଼ିବ, ତେଣୁ ଦେଶର ଅର୍ଥନୀତି ସୁଦୃଢ଼ ହେବ। ବଜାର ଦର ସମତୁଲ ରହିବ। ବଜାର-ଓଡ଼ିଶା ଜାତକରେ ବର୍ତମାନ ବୃହସ୍ପତି ମହାଦଶା ଚଳନ ହେଉଛି। ଚଳିତ ୨୦୨୫ ଅକ୍ଟୋବର ମାସ ରୁ ବୃହସ୍ପତି ଦଶାରେ ଶନି ଅନ୍ତରଦଶା ଚଳିତ ଅଛନ୍ତି। ଯାହାକି ୨୦୨୮ ମସିହା ଅକ୍ଟୋବର ମାସ ମଧ୍ୟରେ ଶେଷ ରହଣୀ।
୮.୨୦୨୬ ବର୍ଷରେ ବ୍ୟବସାୟ ବାଣିଜ୍ୟ ଭଲ ରହିବ। ବଜାର ଦର କମିବ। ମଇ ମାସ ୧୪ ତାରିଖ ପରେ ଭାରତ ରାଷ୍ଟ୍ର ସମୂହରେ ଗୁରୁ ଦାୟିତ୍ୱ ପ୍ରାପ୍ତ ହେବ।
୯.ଶନି ମାର୍ଚ୍ଚ ମାସ ୨୯ ତାରିଖ ରୁ ମୀନ ସଂକ୍ରମଣ କରିଛନ୍ତି। ମାର୍ଚ୍ଚ ୪ ତାରିଖ, ୨୦୨୬ ପରେ ଚନ୍ଦ୍ରଗ୍ରହଣ ପରେ ଭୂତାଣୁ ଜନିତ ରୋଗ ସମାଜରେ ବ୍ୟାପିବ। କାରଣ ଚନ୍ଦ୍ର ଷଷ୍ଠରେ ଉଚ୍ଚସ୍ଥ ଅଧିକ ଘନିଭୂତ ହେବ।
୧୦.ଗ୍ରୀଷ୍ମକାଳୀନ ଅଧିବେଶନରେ ଅନେକ ମନ୍ତ୍ରୀ ବାଦ୍‌ ପଡ଼ିପାରନ୍ତି। ଖାଉଟି ବିଭାଗ, କ୍ରୀଡ଼ା ବିଭାଗ, ଶିକ୍ଷା ବିଭାଗ, ଆଇନ ବିଭାଗର ମନ୍ତ୍ରୀ ପଦ ପରିବର୍ତ୍ତନ ହୋଇପାରେ।
୧୧.ଉତ୍ତର କିମ୍ବା ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲାରୁ କେହି ନୂତନ ମନ୍ତ୍ରୀ ହୋଇପାରନ୍ତି।
୧୨.ଖାଦ୍ୟାଭାବ ହେତୁ ଖାଉଟି ବିଭାଗର ବଡ଼ ପରିବର୍ତନ ଆଶା କରାଯାଏ।
୧୩.ଚତୁର୍ଥ ଭାଗକୁ ବିପଦ ରହୁଛି, କାରଣ ବୃହସ୍ପତି ନିଜେ ସପ୍ତମରେ ତତ୍ ସହିତ ଚତୁର୍ଥରେ ଶନି ଚଳନ ସମୟରେ ବର୍ଷାରମ୍ଭ ହେଉଛି। େତଣୁ ଶିକ୍ଷା ବିଭାଗ ପ୍ରତି ସମସ୍ୟା ଆସିବ। ନୂତନ ଶିକ୍ଷା ନୀତି ହେତୁ ରାଜ୍ୟ ଶିକ୍ଷା ପଦ୍ଧତିରେ ବଡ଼ ପରିବର୍ତ୍ତନ ଆସିବ। ଅନେକ ମନ୍ତ୍ରୀଙ୍କ ସ୍ଥାନ ପରିବର୍ତ୍ତନ ହେବ।
୧୪.ଜୁନ୍ ମାସ ପରେ ରାଜ୍ୟର ମୁଣ୍ଡିଆଳ ରାଜନେତାଙ୍କର ଦେହାନ୍ତ ହୋଇପାରେ।
୧୫.ଲଗ୍ନରେ ରବି, ଭାଗ୍ୟ କାରକ ରବି ଲଗ୍ନରେ ଅର୍ଥାତ୍ ସରକାର ସ୍ଥିର।
୧୬.କେନ୍ଦ୍ର ସରକାରଙ୍କର ନୂତନ ନୀତି ୱାନ ନେସନ ୱାନ ଭୋଟ ନିଶ୍ଚୟ ଲାଗୁ ହେବ। ଫଳରେ ଓଡ଼ିଶାରେ ବିରୋଧୀ ଦଳ ପ୍ରତି ବଡ଼ ଘାତକ ଦୃଶ୍ୟମାନ ହେଉଛି।
୧୭.କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ହେତୁ ବହୁତ କେନ୍ଦ୍ରୀୟ ଅନୁଦାନରେ ଦ୍ୱାରା ଓଡ଼ିଶା ଶକ୍ତିଶାଳୀ ହେବ। ପ୍ରକାରାନ୍ତରେ ସରକାରୀ ସ୍ତରରେ ଜନସାଧାରଣଙ୍କୁ ସାହାଯ୍ୟ ପାଇଁ ବିଭିନ୍ନ ପଦକ୍ଷେପ ନେଇପାରନ୍ତି।
୧୮.କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲାଯିବ। ଧର୍ମ ଶିକ୍ଷାକୁ ପ୍ରାଧାନ୍ୟ ମିଳିବ।
୧୯.କୃଷି ଓ ପାଣିପାଗ-ବର୍ଷାକାରକ ଗ୍ରହ ଚନ୍ଦ୍ର ଓ ଶୁକ୍ର ବହୁତ ଉତ୍ତମ ସ୍ଥିତିରେ ବର୍ଷାରମ୍ଭ ରହିଛନ୍ତି। ୨୦୨୬ ବର୍ଷଟି ଓଡ଼ିଶାର କୃଷି ପାଇଁ ବହୁଜଳ ସମ୍ଭାବନା ରହିଛି। ନୂତନ କୃଷି ନୀତି ଯୋଗୁ ଚାଷୀକୂଳ ଲାଭବାନ ହେବେ। ସମୁଦ୍ରରେ ଘନ ଘନ ଲଘୁଚାପ ହେଲେ ମଧ୍ୟ ଘାତକ ହେବ ନାହିଁ।
୨୦.ଆସନ୍ତା ଜୁନ୍ ମାସରେ ରବି ମିଥୁନ ରାଶିରେ ପ୍ରବେଶ କରିବେ। ଶନି ମୀନରେ ଚଳିତ କାଳରେ ମହାବାତ୍ୟା ହୋଇପାରେ, ଅଗ୍ନିଭୟ ରହିଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button