ରାଜନୀତି

BJD Meeting: ଭୁବନେଶ୍ବରରେ ଯାଜପୁର ନେତାଙ୍କ ବଡ଼ ବୈଠକ: ପ୍ରମିଳା ମଲ୍ଲିକଙ୍କ ଘରେ ଏକାଠି ହେଲେ ଛାମୁଆ ନେତା, ଦଳରେ ହଲଚଲ…

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନ ଠାରୁ ଶଙ୍ଖ ଭବନର ଦୂରତା ମାତ୍ର କେଇ ହାତ ଦୂରରେ । ହେଲେ ତା ସତ୍ତ୍ୱେ ମଧ୍ୟ ଏହି ନେତାମାନେ କାହିଁକି ପ୍ରମିଳାଙ୍କ ଘରେ ଏକାଠି ହେଲେ, ତାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉନି...

ଭୁବନେଶ୍ବର: ପୁଣି ମେଳି ବାନ୍ଧିଲେ ବିଜେଡି ନେତା । ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କ ସହିତ ରାଜ ନାରାୟଣ ମହାପାତ୍ର, ସୁଜାତା ସାହୁ, ଶର୍ମିଷ୍ଠା ସେଠୀ ଏବଂ ବିଶ୍ୱ ମଲ୍ଲିକଙ୍କ ଭଳି ନେତା ସାମିଲ ହୋଇଛନ୍ତି । ତେବେ ଏକାଧିକ ବିଜେଡି ନେତାଙ୍କ ଏହି ବୈଠକ ସୌଜନ୍ୟମୂଳକ ନା ଏହା ପଛରେ ଅନ୍ୟ କିଛି ଗୁମର ଲୁଚିଛି, ସେନେଇ କୌଣସି ବି ସୂଚନା ମିଳିପାରିନି ।

Leave a Reply

Your email address will not be published. Required fields are marked *

Back to top button