ରାଜନୀତି

BJP: ପ୍ରଭାବଶାଳୀ ବିଜେପିର ପ୍ରଭାବ ରହୁନି: ନରସିଂହଙ୍କ କ୍ଷୋଭରେ କଂଗ୍ରେସରେ କମ୍ପନ, ପୂର୍ବ ଭଳି ସକ୍ରିୟ ରହୁନି ବିଜେଡି ଶିବିର

ରାଜ୍ୟ ରାଜନୀତିରେ ବଲାଙ୍ଗୀର ଜିଲ୍ଲାର ପ୍ରଭାବ ସବୁବେଳେ ରହି ଆସିଛି। ବିଜେପି ସରକାରରେ ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରତିନିଧିତ୍ବ କରିବା ଏହାର ସଦ୍ୟ ପ୍ରମାଣ। ରାଜ୍ୟରେ ବିଜେପି ପ୍ରଭାବଶାଳୀ ଥିଲେ ହେଁ ବଲାଙ୍ଗୀର‌ରେ ଦଳର....

ଅଞ୍ଜନ ପ୍ରଧାନ

ବଲାଙ୍ଗୀର: ରାଜ୍ୟ ରାଜନୀତିରେ ବଲାଙ୍ଗୀର ଜିଲ୍ଲାର ପ୍ରଭାବ ସବୁବେଳେ ରହି ଆସିଛି। ବିଜେପି ସରକାରରେ ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରତିନିଧିତ୍ବ କରିବା ଏହାର ସଦ୍ୟ ପ୍ରମାଣ। ରାଜ୍ୟରେ ବିଜେପି ପ୍ରଭାବଶାଳୀ ଥିଲେ ହେଁ ବଲାଙ୍ଗୀର‌ରେ ଦଳର ପ୍ରଭାବ କିନ୍ତୁ ସେତେଟା ଅନୁଭୂତ ହୋଇନାହିଁ। ବଲାଙ୍ଗୀରକୁ କୌଣସି ବଡ଼ ପ୍ରକଳ୍ପ ଆଣିବା, ଆଖିଦୃଶିଆ ଯୋଜନା ପ୍ରଣୟନ କରିବାରେ ଦଳ ବିଫଳ ହୋଇଛି। ବରଂ, ଧାନକିଣା ବିଭ୍ରାଟ, ଦାଦନ ସୁଅ ମାମଲାରେ ଦଳ ସମାଲୋଚନାର ଶିକାର ହେଉଛି। ରାଜନୈତିକ ଦୃଷ୍ଟିକୋଣରୁ ବିଜେପି ସେଭଳି କିଛି ଆଖିଦୃଶିଆ ଅଗ୍ରଗତି କରିନାହିଁ। ପାଞ୍ଚଟି ନିର୍ବାଚନମଣ୍ଡଳୀରେ ଦଳର ଦ୍ବିତୀୟ ସ୍ତରର ନେତା ସୃଷ୍ଟି ହୋଇନାହାନ୍ତି। ପୁରୁଖା ନେତାଙ୍କ ନିଗମ କିମ୍ବା ପରିଷଦ ପଦ ପାଇବା ଆଶା ମଉଳି ଯାଉଛି।

ଫଳରେ ଶିବିରରେ ଉତ୍ସାହ ନାହିଁ। କଂଗ୍ରେସର ସ୍ଥିତି ସାଧାରଣ ନିର୍ବାଚନ ପରଠୁ ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ି ଯାଇଛି। ପୁରୁଖା ନେତା ନରସିଂହ ମିଶ୍ରଙ୍କ କ୍ଷୋଭ ଦଳର ନେତୃତ୍ବ ଉପରେ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦଳ ତାଙ୍କୁ ଆଉ ପଚାରୁ ନଥିବା କହି ନରସିଂହ ମିଶ୍ର ସିଧା ପିସିସି ନେତୃମଣ୍ଡଳୀର ସମନ୍ବୟକୁ ଚ୍ୟାଲେଞ୍ଜ କରିଛନ୍ତି। ତେଣୁ ଦଳ ଭିତରେ କିିଛି ଠିକ୍‌ ନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିପରି, ବିଜେଡି ବର୍ଷତମାମ କୌଣସି ବଡ଼ କାର୍ଯ୍ୟକ୍ରମ କରି ନିଜ ଶକ୍ତି ପ୍ରଦର୍ଶନ କରିନାହିଁ। ପରାଜିତ ପ୍ରାର୍ଥୀଙ୍କ କାର୍ଯ୍ୟକ୍ରମ କେବଳ ନିଜ କ୍ୟାରିଅର୍‌ ବଞ୍ଚାଇବା ଭିତରେ ସୀମିତ ରହିଛି। ପ୍ରସଙ୍ଗ ଗୁଡ଼ାଏ ଥି‌ଲେ ବି ଦଳର ବିକ୍ଷିପ୍ତ ଆଚରଣ ବିଜେପିକୁ କାଟୁ କରୁନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button