ରାଜନୀତି
BJP, Mission West Bengal: ମମତାଙ୍କ ଗଡ଼ରେ ମନ୍ତ୍ର ଫୁଙ୍କୁଛନ୍ତି ବିଜେପିର ଚାଣକ୍ୟ, ବେଙ୍ଗଲରେ ବିଜୟର ବାନା ଉଡ଼ାଇବାକୁ ଶାହଙ୍କ ରଣନୀତି…
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ କରିବାକୁ ତିନି ଦିନିଆ କୋଲକାତା ଗସ୍ତରେ ଅଛନ୍ତି । ଏଥର ଯେମିତି ବି ହେଲେ ପଶ୍ଚିମବଙ୍ଗରେ ଫୁଲ ଫୁଟାଇବାକୁ ପଡ଼ିବ, ଏଥିପାଇଁ ଫୁଲ୍ ଦମରେ ଲାଗିପଡିଛନ୍ତି ବିଜେପିର ବଡ଼ ବଡ଼ ନେତା ଓ କର୍ମୀ ।

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ କରିବାକୁ ତିନି ଦିନିଆ କୋଲକାତା ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ଦଳର ସାଙ୍ଗଠନିକ ଶକ୍ତି ଓ ଦୁର୍ବଳତାର ସମୀକ୍ଷା କରିବା ସହ ବିଭିନ୍ନ ସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା କରି ସିଧାସଳଖ ଫିଡ୍ବ୍ୟାକ ନେଉଛନ୍ତି । ଏଥର ଯେମିତି ବି ହେଲେ ପଶ୍ଚିମବଙ୍ଗରେ ଫୁଲ ଫୁଟାଇବାକୁ ପଡ଼ିବ, ଏଥିପାଇଁ ଫୁଲ୍ ଦମରେ ଲାଗିପଡିଛନ୍ତି ବିଜେପିର ବଡ଼ ବଡ଼ ନେତା ଓ କର୍ମୀ ।



