ଅପରାଧଓଡିଶା
Blank firing: ଜୁଆଆଡ଼ାରେ ପୁଲିସ ଚଢ଼ଉ ବେଳେ ବ୍ଲାଙ୍କ୍ ଫାୟାରିଂ: ୨୦ ଗିରଫ, ୧୦ ଲକ୍ଷ ଟଙ୍କା, ୩୬ ମୋବାଇଲ୍, ଥର୍ ଗାଡ଼ି ଜବତ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ କୁହୁଡ଼ି ଠାରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିବା ବେଳେ ଜୁଆଡ଼ି ଖସିଯିବାକୁ ଉଦ୍ୟମ କରି ପୁଲିସକୁ ଭୟଭୀତ କରିବାକୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଖବର ମିଳିଛି।

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ କୁହୁଡ଼ି ଠାରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିବା ବେଳେ ଜୁଆଡ଼ି ଖସିଯିବାକୁ ଉଦ୍ୟମ କରି ପୁଲିସକୁ ଭୟଭୀତ କରିବାକୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଖବର ମିଳିଛି। ଏହି ଥାନା ଅଧୀନସ୍ଥ କୁଞ୍ଜୁରୀ କାଜୁ ଜଙ୍ଗଲ ପାହାଡ଼ ତଳି ଅଞ୍ଚଳରେ ବିଶାଳ ଜୁଆଆଡ଼ା ଚାଲିଥିବା ଖବର ପାଇ ଟାଙ୍ଗୀ ଆଇଆଇସି ରବୀନ୍ଦ୍ର ଭୁଜବଳଙ୍କ ନିର୍ଦ୍ଦେଶରେ ଗଠିତ ଏକ ପୁଲିସ ଟିମ୍ ଚଢ଼ଉ କରିଥିଲା। ଆଡ଼ାରୁ ୧୦ ଲକ୍ଷ ୩୮ ହଜାର ୫୦୦ ଟଙ୍କା,ଏକ ଦାମି ଥର୍ ଗାଡ଼ି, ୩୬ଟି ମୋବାଇଲ୍ ଫୋନ୍, ୪ଟି ମୋଟର୍ ସାଇକେଲ୍ ଜବତ କରିବା ସହ ୨୦ ଜଣଙ୍କୁ ଗିରଫ କରିଛି।




