ଦେଶ ବିଦେଶ

Pulwama attack mastermind’s: ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡର ପତ୍ନୀ ସହ ଶାହିନର ସଂପର୍କ

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଜେଇଏମ (ଜୈସ୍‌ ଏ ମହମ୍ମଦ) ଲିଙ୍କ୍‌ର ତଦନ୍ତ କରୁଥିବା ତଦନ୍ତକାରୀ ଦଳ ଏକ ବଡ଼ ପର୍ଦ୍ଦାଫାସ କରିଛନ୍ତି। ଜୈସ କମ‌ାଣ୍ଡର ଏବଂ ପୁଲୱାମା ଆକ୍ରମଣ...

ଆଦିଲ୍ଲୀ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଜେଇଏମ (ଜୈସ୍‌ ଏ ମହମ୍ମଦ) ଲିଙ୍କ୍‌ର ତଦନ୍ତ କରୁଥିବା ତଦନ୍ତକାରୀ ଦଳ ଏକ ବଡ଼ ପର୍ଦ୍ଦାଫାସ କରିଛନ୍ତି। ଜୈସ କମ‌ାଣ୍ଡର ଏବଂ ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ଉମର ଫାରୁକ୍‌ର ପତ୍ନୀ ଅଫିରା ବିବି ସହ ସନ୍ଦିଗ୍ଧ ଡାକ୍ତର ଶାହିନ ସୟିଦର ସମ୍ପୃକ୍ତି ଥିବା ଜଣାପଡ଼ିଛି।    ଫାରୁକ୍‌ ହେଉଛି ଜୈସ ମୁଖ୍ୟ ମସୁଦ ଆଝାରର ପୁତୁରା।  ୨୦୧୯ ପୁଲୱାମା ଆକ୍ରମଣରେ ସିଆରପିଏଫ୍‌ର ୪୦ଜଣ ଯବାନ ସହିଦ ହେବାପରେ  ଫାରୁକ୍‌କୁ ଏନ୍‌କାଉଣ୍ଟରରେ ନିପାତ କରାଯାଇଥିଲା। ଉମର ଫାରୁକ୍‌ର ପତ୍ନୀ ଅଫିରା ବିବି ନିକଟରେ ନୂଆ ଲଞ୍ଚ୍‌ ହୋଇଥିବା ଜୈସ୍‌ର ମହିଳା ବ୍ରିଗେଡ୍‌ରେ ଜଣେ ପ୍ରମୁଖ ଚେହେରା ବୋଲି ଜଣାପଡ଼ିଛି। ଦିଲ୍ଲୀରେ ବିସ୍ଫୋରଣ ହେବାର କିଛି ସପ୍ତାହ ପୂର୍ବରୁ ଅଫିରା ବ୍ରିଗେଡ୍‌ର ପରାମର୍ଶଦାତା ପରିଷଦର ‘ଶୁରା’ରେ ଯୋଗ ଦେଇଥିଲା। ମସୁଦ ଆଝାରର ସାନ ଭଉଣୀ ସାଦିଆ ଆଝାର ସହ ସେ କାମ କରୁଥିଲା। ଉଭୟ ଶାହିନ ସୟିଦ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଶାହିନ ସୟିଦ ଫରିଦାବାଦର ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟରେ ବରିଷ୍ଠ ଡାକ୍ତର ଭାବେ କାର୍ଯ୍ୟରତ ଥିଲା ଏବଂ ତା’କାର୍‌ରୁ ରାଇଫଲ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମିଳିବାପରେ ତାକୁ ଗିରଫ କରାଯାଇଛି।  ଶାହିନ ସୟିଦ ଲକ୍ଷ୍ନୌର ମୂଳ ବାସିନ୍ଦା।  ସେ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟରେ ଯୋଗ ଦେବା ପୂର୍ବରୁ ଏକାଧିକ ମେଡିକାଲ କଲେଜରେ କାମ କରୁଥିଲା।

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button