ଅପରାଧଦେଶ ବିଦେଶ

Bodies Arrive In India:ମଧ୍ୟପ୍ରାଚ୍ୟ ଯୁଦ୍ଧରେ କୁଏତରେ ମୃତ୍ୟୁବରଣ କରିଥିବା ୨୦ ସାଧାରଣ ନାଗରିକଙ୍କ ମୃତଦେହ ଭାରତରେ ପହଞ୍ଚିଲା

କୁଏତ ଏୟାରୱେଜର ଏକ ସ୍ୱତନ୍ତ୍ର ବିମାନ କେରଳର ଏଏର୍ଣ୍ଣାକୁଲମରେ ଥିବା କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଏଥିରେ ୨୦ ଜଣ ସାଧାରଣ ନାଗରିକଙ୍କ ମୃତଦେହ ରହିଛି।

ଏର୍ଣ୍ଣାକୁଲମ: ମଧ୍ୟପ୍ରାଚ୍ୟ ଯୁଦ୍ଧ ୩୩ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ଇରାନ ଏବଂ ଇସ୍ରାଏଲର ଶହ ଶହ ଲୋକଙ୍କ ଜୀବନ ଯାଇଛି। ଯୁଦ୍ଧ ଭାରତ ସମେତ ଅନ୍ୟାନ୍ୟ ଦେଶଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି। ଇରାନ ଆକ୍ରମଣରେ କୁଏତରେ ଅନେକ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା।

ମଙ୍ଗଳବାର-ବୁଧବାର ବିଳମ୍ବିତ ରାତିରେ କୁଏତ ଏୟାରୱେଜର ଏକ ସ୍ୱତନ୍ତ୍ର ବିମାନ କେରଳର ଏଏର୍ଣ୍ଣାକୁଲମରେ ଥିବା କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଏଥିରେ ୨୦ ଜଣ ସାଧାରଣ ନାଗରିକଙ୍କ ମୃତଦେହ ରହିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଯୁଦ୍ଧରେ ୮ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଦାବି କରୁଛି। ମୃତଦେହ ସତ୍ୟର ପ୍ରମାଣ ଦେଉଛି ନା ବୈଦେଶିକ ମନ୍ତ୍ରଣାଳୟ ସତ କହୁଛି ସେନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button