ଦେଶ ବିଦେଶ

Boeing: ପ୍ରିନ୍ସ ସୁଲତାନ ଏୟାରବେସ୍‌ ଆକ୍ରମଣରେ ବୋଇଂ ଇ-୩ ସେଂଟ୍ରି କ୍ଷତିଗ୍ରସ୍ତ

ଇରାନ ଶୁକ୍ରବାର ସାଉଦି ଆରବର ପ୍ରିନ୍ସ ସୁଲତାନ ଏୟାରବେସ୍‌ ଉପରେ ଭୟଙ୍କର ଆକ୍ରମଣ କରି ଆମେରିକା ସେନାର ଅନେକ ଏକ ଗୁରୁତ୍ବପୂର୍ଣ୍ଣ ବିମାନକୁ ନଷ୍ଟ କରିଦେଇଥିଲା। ଏଥିରେ ନିରୀକ୍ଷଣ ବିମାନ ଇ-୩ ଏଡବ୍ଲୁଏସିଏସ୍‌ କମାଣ୍ଡ ଓ କଣ୍ଟ୍ରୋଲ ବିମାନ ରହିଛି

ତେହେରାନ: ଇରାନ ଶୁକ୍ରବାର ସାଉଦି ଆରବର ପ୍ରିନ୍ସ ସୁଲତାନ ଏୟାରବେସ୍‌ ଉପରେ ଭୟଙ୍କର ଆକ୍ରମଣ କରି ଆମେରିକା ସେନାର ଅନେକ ଏକ ଗୁରୁତ୍ବପୂର୍ଣ୍ଣ ବିମାନକୁ ନଷ୍ଟ କରିଦେଇଥିଲା। ଏଥିରେ ନିରୀକ୍ଷଣ ବିମାନ ଇ-୩ ଏଡବ୍ଲୁଏସିଏସ୍‌ କମାଣ୍ଡ ଓ କଣ୍ଟ୍ରୋଲ ବିମାନ ରହିଛି। ଇରାନ ୬ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୨୯ଟି ‌ଡ୍ରୋନ୍‌ ଦ୍ବାରା ଆକ୍ରମଣ କରିଥିବା ଇରାନର ପ୍ରେସ୍‌ ଟିଭି ପ୍ରକାଶ କରିଛି।

ଇରାନ ଆକ୍ରମଣ ଯୋଗୁ ଆମେରିକାର ଅନେକ ରିଫିଉଲିଂ ବିମାନ ସହିତ ୟୁଏସ୍‌ ଏମ୍‌କ୍ୟୁ୯ ଡ୍ରୋନ ଓ ଏଫ୍‌-୧୬ ଜେଟ୍‌ ନ‌ଷ୍ଟ ହୋଇଥିବା ପ୍ରେସ୍‌ ଟିଭି ପ୍ରକାଶ କରିଛି। ୱାଲ ‌ଷ୍ଟ୍ରିଟ୍‌ ଜର୍ଣ୍ଣାଲ ମଧ୍ୟ ଏହାର ରିପୋର୍ଟରେ ବୋଇଂ ଇ-୩ ସେଣ୍ଟ୍ରି ବିମାନ କ୍ଷତିଗ୍ରସ୍ତ ହୋଇଥିବା କହିଛି। ଏହା ଏକ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ବିମାନ। ଏହି ବିମାନ ଉନ୍ନତ ରାଡାର ମାଧ୍ୟମରେ ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ବିମାନ ଓ କ୍ଷେପଣାସ୍ତ୍ରର ନିରୀକ୍ଷଣ କରିପାରେ ଓ ସେନାକୁ ରିୟଲ ଟାଇମ ସୂଚନା ପ୍ରଦାନ କରିପାରେ।

ଶୁକ୍ରବାର ଇରାନ ପକ୍ଷରୁ ହୋଇଥିବା ଆକ୍ରମଣରେ ୧୨ ଆମେରିକା ସୈନ୍ୟ ଆହତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ରିପୋର୍ଟ ଅନୁଯାୟୀ, ଇରାନ ଉପରେ ଆକ୍ରମଣ ପୂର୍ବରୁ ଆମେରିକା ନିକଟରେ ୧୬ଟି କାର୍ଯ୍ୟକ୍ଷମ ଇ-୩ ସେଣ୍ଟ୍ରି ବିମାନ ରହିଥିଲା। ଏହି ବିମାନର ତୁରନ୍ତ ସହଜ ବିକଳ୍ପ ମିଳିପାରିବ ନାହିଁ ବୋଲି ୱାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ପ୍ରକାଶ କରିଛି। ଇ-୩ ଏଡବ୍ଲୁଏସିଏସ୍‌ର ବିକଳ୍ପ ଇ-୭ ଭେଜଟେଲର ମୂଲ୍ୟ ୭୦୦ ନିୟୁତ ଡଲାର ବା ପାଖାପାଖି ୫୮୦୦ କୋଟି ଟଙ୍କା ବୋଲି କୁହାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button