ବିଶେଷ

Bollywood: ବଲିଉଡ୍‌ରେ ଅଭିନୟ କରିବାକୁ ଇଚ୍ଛା

କୋରିଆନ୍‌-ପପ୍‌ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଜିସୁ ନିକଟରେ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିବାର ଆଗ୍ରହ ପ୍ରକାଶ କରିଛନ୍ତି। ‘ବ୍ଲାକ୍‌ପିଙ୍କ୍‌’ ନାମକ କେ-ପପ୍‌ ବ୍ୟାଣ୍ଡ୍‌ର ଏହି ତାରକା ତାଙ୍କର ନେଟ୍‌ଫ୍ଲିକ୍‌ସ ଧାରାବାହିକ....

କୋରିଆନ୍‌-ପପ୍‌ କଣ୍ଠଶିଳ୍ପୀ ତଥା ଅଭିନେତ୍ରୀ ଜିସୁ ନିକଟରେ ବଲିଉଡ୍‌ ଚଳଚ୍ଚିତ୍ରରେ ଅଭିନୟ କରିବାର ଆଗ୍ରହ ପ୍ରକାଶ କରିଛନ୍ତି। ‘ବ୍ଲାକ୍‌ପିଙ୍କ୍‌’ ନାମକ କେ-ପପ୍‌ ବ୍ୟାଣ୍ଡ୍‌ର ଏହି ତାରକା ତାଙ୍କର ନେଟ୍‌ଫ୍ଲିକ୍‌ସ ଧାରାବାହିକ ‘ବଏଫ୍ରେଣ୍ଡ୍‌ ଅନ୍‌ ଡିମାଣ୍ଡ’ର ପ୍ରଚାର ଅବସରରେ ଏକ ସାକ୍ଷାତ୍‌କାର ଦେଇଥିଲେ। ସେଥିରେ ଜିସୁ କହିଛନ୍ତି, ‘ଯଦି ସୁଯୋଗ ମିଳେ ତେବେ ମୁଁ ବଲିଉଡ୍‌ରେ କାମ କରିବାକୁ ଖୁବ୍ ପସନ୍ଦ କରିବି।’ ଏହା ଭାରତରେ ଜିସୁଙ୍କ ପ୍ରଶଂସକମାନଙ୍କ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବଲିଉଡ୍‌ ଓ କେ-ଡ୍ରାମା ମଧ୍ୟରେ ସଙ୍ଗମର ସମ୍ଭାବନା ଅନେକଙ୍କୁ ରୋମାଞ୍ଚିତ କରୁଛି।

ପ୍ରଶଂସକମାନେ ଉତ୍ସାହର ସହ ସଞ୍ଜୟ ଲୀଲା ଭଂସାଲୀ, ୟସରାଜ ଫିଲ୍ମସ, ଧର୍ମା ପ୍ରଡକ୍ସନ୍‌ସକୁ ଅନୁରୋଧ କଲେଣି ଯେ ଜିସୁଙ୍କୁ ନାୟିକ ଭାବେ ନେଇ ଏହି ପ୍ରଯୋଜକ ସଂସ୍ଥାମାନେ ଚଳଚ୍ଚିତ୍ର ନିର୍ମାଣ କରନ୍ତୁ। ୩୧ ବର୍ଷୀୟ ଜିସୁଙ୍କ କେ-ଡ୍ରାମା ଧାରାବାହିକ ‘ବଏଫ୍ରେଣ୍ଡ୍‌ ଅନ୍‌ ଡିମାଣ୍ଡ୍’ର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିରେ ସେ ଏଆଇ ସାହାଯ୍ୟରେ ନିଜ ପସନ୍ଦର ସାଥୀ ଖୋଜିବାର କାହାଣୀ ପ୍ରଦର୍ଶିତ ହୋଇଛି। ଗତ ୬ ତାରିଖରୁ ଏହା ନେଟ୍‌ଫ୍ଲିକ୍‌ସରେ ପ୍ରସାରିତ ହେଉଛି। ଅପରପକ୍ଷେ ସଂଗୀତ କ୍ୟାରିଅର୍‌ରେ ସେ ତାଙ୍କ ବ୍ୟାଣ୍ଡ୍‌ ସାଥୀ ରୋଜ୍‌, ଜେନି ଓ ଲିସାଙ୍କ ସହିତ ‘ଡେଡ୍‌ଲାଇନ୍‌’ ଶୀର୍ଷକ ବିଶ୍ବ ଭ୍ରମଣ ମାସେ ତଳେ ସମାପ୍ତ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button