Breaking News

ବୌଦ୍ଧ ଜିଲାର ପ୍ରତ୍ୟେକ ପଞ୍ଚାୟତରେ ଖୋଲିଲା ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହ

0

ବୌଦ୍ଧ : ଅଦ୍ୟ ତା ୦୭.୦୬.୨୦୨୩ ରିଖ ବୁଧବାର ଦିନ ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ   ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜିଲ୍ଲାର ସମସ୍ତ ୬୯ ଗୋଟି ଗ୍ରାମପଞ୍ଚାୟତରେ ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହକୁ ଲୋକାର୍ପିତ କରିଛନ୍ତି ।

ଜିଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ଅମାତ କହିଥିଲେ ଯେ ରାଜ୍ୟର ବିକାଶରେ ଶିକ୍ଷାର ପ୍ରମୁଖ ଭୂମିକା ରହିଛି । ୯୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ଜିଲାରେ ଏହି ପାଠାଗାରଗୁଡିକ ଶିକ୍ଷାର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବାସହ ଜିଲ୍ଲାର ବିକାଶରେ ସହାୟକ ହେବ ।

ଆଭାସି ଜରିଆରେ ଅନୁଷ୍ଠିତ ଏହି ବୈଠକରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀକକ୍ଷଠାରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତାରେ ପାଠାଗାର ସ୍ଥାପନ ନିଷ୍ପତିକୁ ସ୍ୱାଗତ କରିବା ସହିତ ଏହାଦ୍ୱାରା ଗ୍ରାମାଞ୍ଚଳର ଶିକ୍ଷା ପ୍ରେମୀ ଲୋକମାନେ ଉପକୃତ ହେବେ ଏବଂ ପାଠାଗାର ଗୁଡିକ ସୁପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ।

ଆଭାସୀ ଜରିଆରେ ସମସ୍ତ ୬୯ ଟି ଗ୍ରାମପଞ୍ଚାୟତର କର୍ମକର୍ତ୍ତା ଓ ଅଧିକାରୀ, ପ୍ରତ୍ୟେକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଏହି ବୈଠକରେ ଯୋଡି ହୋଇ ପାଠଗାର ଖୋଲାଯିବା ନିଷ୍ପତିକୁ ସ୍ୱାଗତ କରିଥିଲେ । କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତର ସରପଞ୍ଚ ସୌଦାମିନୀ ମଲ୍ଲିକ,ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର କହଁର ଓ ବୌଦ୍ଧ ବ୍ଲକ ବ୍ରାହ୍ମଣିପାଲି ପଞ୍ଚାୟତର ସରପଞ୍ଚ ଅରୁଣ ବାଘ ଏବଂ ଖୁଣ୍ଟବନ୍ଧ ପଞ୍ଚାୟତର ସରପଞ୍ଚ ଟୁନି ମହାନନ୍ଦିଆ ପ୍ରମୁଖ ଆଭାସୀ ଜରିଆରେ ପାଠାଗାର ଓ ଭିଡିଓ ସମ୍ମିଳନୀ କକ୍ଷ ସ୍ଥାପନ ନେଇ ନିଜର ଖୁସି ବ୍ୟକ୍ତ କରିଥିଲେ । ଜିଲାପାଳ ସତ୍ୟରଂଜନ ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହିତ ଏହି ପାଠାଗାର ଓ ସମ୍ମିଳନୀ କକ୍ଷର ସୁପରିଚାଳନା ନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ।

ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଥିଲେଯେ ରାଜ୍ୟରେ ପ୍ରଥମ କରି ବୌଦ୍ଧଜିଲାର ସମସ୍ତ ପଞ୍ଚାୟତରେ ପାଠାଗାର ସ୍ଥାପନ କରାଯାଇଥିବାବେଳେ ପାଠାଗାର ମଧ୍ୟମରେ ଇ-ଲାଇବ୍ରେରୀ ଖୋଲାଯାଇ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ବୟସ୍କ ଲୋକଙ୍କ ପାଇଁ ଉପାଦେୟ ୮୦ ହଜାର ପୁସ୍ତକକୁ ଯୋଡାଯାଇଛି । ଏହାବ୍ୟତୀତ ପ୍ରତ୍ୟେକ ପାଠାଗାରକୁ ୫୦ ହଜାର ଟଙ୍କା ମୂଲ୍ୟର ବହି ଯୋଗାଇଦିଆଯାଇଛି ।

ଜନସାଧାରଣ ଏହି ପାଠାଗାରର ଉପଯୋଗ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାସହ ନିଜର ତଥା ଜିଲା ଓ ରାଜ୍ୟର ସାମଗ୍ରୀକ ବିକାଶରେ ସାମିଲ ହେବାକୁ ନିବେଦନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଡେପୁଟି କଲେକ୍ଟର ଝରଣା ପ୍ରଧାନ,ସତ୍ୟଜିତ ମହାପାତ୍ର,ଶାସ୍ୱତ ପ୍ରଧାନ,ହୃଷିକେଶ ତ୍ରିପାଠୀ, ଜିଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ,ଜିଲ୍ଲା ଜରୂରୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଜିଲା ସ୍ୱଳ୍ପ ସଂଚୟ ଅଧିକାରୀ ବିରଞ୍ଚି ଧରୁଆ, ଜିଲା ସମାଜ ମଙ୍ଗଳ ଅଧିକାରୀ ସସ୍ମିତା ପ୍ରଧାନ, ବାଲ୍ୟବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.