ଅର୍ଥନୀତିମହାନଗର

Brands of Odisha, Pride of India: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ଆଜିଠାରୁ ଆବେଦନ, ଶେଷ ତାରିଖ ୨୦୨୬ ଜାନୁଆରି ୨୦

‘ସମ୍ବାଦ’ ପକ୍ଷରୁ ଆୟୋଜନ କରାଯାଉଥିବା ‘ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।

ଭୁବନେଶ୍ୱର: ‘ସମ୍ବାଦ’ ପକ୍ଷରୁ ଆୟୋଜନ କରାଯାଉଥିବା ‘ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୬: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଆଗ୍ରହୀ ବ୍ରାଣ୍ଡ୍‌ ଓ ସଂସ୍ଥାଗୁଡ଼ିକ ସ୍ୱତନ୍ତ୍ର ଭାବେ ଖୋଲାଯାଇଥିବା ପୋର୍ଟାଲ www.sambadawards.com ଅନୁଧ୍ୟାନ କରି ଆବେଦନ କରିପାରିବେ। ପୋର୍ଟାଲରେ ଥିବା ଡିଜିଟାଲ୍‌ ଫର୍ମ ଡାଉନ୍‌ଲୋଡ୍‌ କରି ପୁରସ୍କାର ପାଇଁ ଆବେଦନ କରିହେବ। ଆବେଦନର ଶେଷ ତାରିଖ ହେଉଛି ୨୦୨୬ ଜାନୁଆରି ୨୦।

ଓଡ଼ିଶାରୁ ଜନ୍ମ ହୋଇ ଓଡ଼ିଶାରେ ତଥା ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ଏଥିରେ ପୁରସ୍କୃତ କରାଯାଉଛି। ପ୍ରତିଥର ଭଳି ଏଥର ମଧ୍ୟ ପାଞ୍ଚଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ତାହା ହେଉଛି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌), ବୃହତ୍‌ (ଲାର୍ଜ), ମଧ୍ୟମ (ମିଡିୟମ୍‌), କ୍ଷୁଦ୍ର (ସ୍ମଲ୍‌) ଏବଂ ଇମର୍ଜିଂ/ଷ୍ଟାର୍ଟଅପ୍। ପ୍ରତି ବର୍ଗରେ ପ୍ଲାଟିନମ୍, ଗୋଲ୍‌ଡ ଓ ସିଲଭର୍‌ ଭଳି ତିନିପ୍ରକାର ପୁରସ୍କାର ପ୍ରଦାନ ବ୍ୟବସ୍ଥା ରହିଛି। ପୁରସ୍କାରର ସବୁଠୁ ବଡ଼ ଆକର୍ଷଣ ହେଉଛି ଏହା ସମ୍ପୂର୍ଣ୍ଣ ନିରପେକ୍ଷ। ଏକ ସ୍ବାଧୀନ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକୁ ବିଚାର କରି ବିଜେତା ଚୟନ କରିଥାନ୍ତି। ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଉକ୍ତ ବିଚାରକ ମଣ୍ଡଳୀ ଗଠନ କରାଯାଇଥାଏ। ଅତୀତ ସଂସ୍କରଣଗୁଡ଼ିକରେ ଅନେକ କ୍ଷେତ୍ରରେ ବିଚାରକଙ୍କୁ ପ୍ରଭାବିତ କରୁଥିବା ବ୍ରାଣ୍ଡ୍‌ଗୁଡ଼ିକୁ ‘ସ୍ବତନ୍ତ୍ର ଜୁରି ପୁରସ୍କାର’ ମଧ୍ୟ ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇଁ ରାଜ୍ୟର କୋଣ ଅନୁକୋଣରେ ଥିବା ବ୍ରାଣ୍ଡ୍‌ଗୁଡ଼ିକ ଆବେଦନ କରୁଛନ୍ତି।

୨୦୨୬ ଜାନୁଆରି ୩୦ରେ ଭୁବନେଶ୍ବରରେ ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ହେବାକୁ ଥିବା ଭବ୍ୟ ସମାରୋହରେ ବିଜୟୀ ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ମାନଜନକ ‘ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୬’ ପ୍ରଦାନ କରାଯିବ। ନିକଟରେ ଏହି କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରାଯାଇଥିଲା। ଆବେଦନ ସମ୍ପର୍କରେ ଅଧିକ ବିବରଣୀ ପାଇଁ ‘ସମ୍ବାଦ’ର ଡିଜିଏମ୍‌ (ଫାଇନାନ୍ସ) ପ୍ରଭାସ ସାହୁଙ୍କୁ ମୋବାଇଲ ନମ୍ବର ୭୯୭୮୧୩୫୭୨୦ ଓ ପ୍ରସାର ପ୍ରବନ୍ଧକ ଶମ୍ଭୁରାଜ ପଣ୍ଡାଙ୍କୁ ୯୩୩୮୦୦୫୦୫୯ରେ ଯୋଗାଯୋଗ କରାଯାଇପାରିବ; ଅନ୍ୟଥା sambadawards@sambad.in କୁ ଇମେଲ୍‌ କରିହେବ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button