ବିଶେଷ

Building: କିମାଶ୍ଚର୍ଯ୍ୟମ୍‌: ପୃଥିବୀର ବୃହତ୍ତମ କୋଠା

ଯୁକ୍ତରାଷ୍ଟ୍ର ଆମେରିକାର ଵାସିଂଟନ୍‌ରେ ଥିବା ବୋଇଂ କମ୍ପାନିର ଏଭରେଟ୍‌ ଉଡ଼ାଜାହାଜ କାରଖାନା ହେଉଛି ଆୟତନ ଦୃଷ୍ଟିରୁ ପୃଥିବୀର ବୃହତ୍ତମ କୋଠା। ୯୮.୩ ଏକର ବା ୩୯.୮ ହେକ୍ଟର୍‌ ପରିମିତ ଅଞ୍ଚଳରେ ଏହା ନିର୍ମିତ ଏବଂ ଏହାର ସମୁଦାୟ ଆୟତନ ୪୭.୨ କୋଟି ଘନଫୁଟ୍‌।

ଯୁକ୍ତରାଷ୍ଟ୍ର ଆମେରିକାର ଵାସିଂଟନ୍‌ରେ ଥିବା ବୋଇଂ କମ୍ପାନିର ଏଭରେଟ୍‌ ଉଡ଼ାଜାହାଜ କାରଖାନା ହେଉଛି ଆୟତନ ଦୃଷ୍ଟିରୁ ପୃଥିବୀର ବୃହତ୍ତମ କୋଠା। ୯୮.୩ ଏକର ବା ୩୯.୮ ହେକ୍ଟର୍‌ ପରିମିତ ଅଞ୍ଚଳରେ ଏହା ନିର୍ମିତ ଏବଂ ଏହାର ସମୁଦାୟ ଆୟତନ ୪୭.୨ କୋଟି ଘନଫୁଟ୍‌। ଏହି କୋଠାଟି ଏକ ଛୋଟ ସହର ସହିତ ସମାନ। ଏହା ଭିତରେ ୩୬,୦୦୦ କର୍ମଚାରୀ ରହିବା ପାଇଁ ବ୍ୟବସ୍ଥା ଅଛି ଏବଂ ଅଗ୍ନିଶମ ବିଭାଗ, ବ୍ୟାଙ୍କ, ଡାକ୍ତରଖାନା ଓ ଜଳ ବିଶୋଧନ ପ୍ଲାଣ୍ଟ ପରି ଭିତ୍ତିଭୂମି ମଧ୍ୟ ରହିଛି। କର୍ମଚାରୀମାନେ ଯାତାୟାତ କରିବା ପାଇଁ କାରଖାନା ଭିତରେ ହିଁ ଟନେଲ୍‌ ବ୍ୟବସ୍ଥା ଅଛି। ବିମାନର ବିଭିନ୍ନ ଅଂଶ ନେବାଆଣିବା କରିବା ପାଇଁ ୬୨ କିଲୋମିଟର୍‌ ବିଶିଷ୍ଟ ଟ୍ରାକ୍‌ ରହିଛି, ଯାହା ଉପରେ ୨୬ଟି କ୍ରେନ୍‌ ଚଳପ୍ରଚଳ କରିଥାଏ।

୧୯୬୦ ଦଶକରେ ବୋଇଂ କମ୍ପାନି ସେ ସମୟର ସର୍ବବୃହତ୍‌ ଜମ୍ବୋ ଜେଟ୍‌ ୭୪୭ ନିର୍ମାଣ କରିବାର ଯୋଜନା କରିଥିଲା। ଏଥିପାଇଁ ଏକ ବିଶାଳ ଆକାରର କାରଖାନା ଲୋଡ଼ା ପଡ଼ିଲା, ଏହି ଆବଶ୍ୟକତା ପୂରଣ କରିବା ଲାଗି ଏଭରେଟ୍‌ କୋଠାର ପରିକଳ୍ପନା କରାଗଲା। ୧୯୬୭ରେ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବା ପରେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ପୃଥିବୀର ସର୍ବବୃହତ୍‌ କାରଖାନା ତଥା ବୃହତ୍ତମ କୋଠାର ମାନ୍ୟତା ବଜାୟ ରଖିଛି। ଏଠାରେ ଏକାସମୟରେ ଆଠଟି ବିଶାଳ ବିମାନର ନିର୍ମାଣ କାର୍ଯ୍ୟ ଚାଲିଥାଏ। ଇତିମଧ୍ୟରେ ଏହି କାରଖାନାରେ ହଜାର ହଜାର ସଂଖ୍ୟକ ବିମାନ ନିର୍ମିତ ହୋଇସାରିଲାଣି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button