Bullet Hits Car: କାରକୁ ଧକ୍କା ଦେଲା ବୁଲେଟ, ୨ ଗୁରୁତର

କାରକୁ ଧକ୍କା ଦେଲା ବୁଲେଟ । ୨ ଗୁରୁତର ଜଣେ ଆହତ। ଆନନ୍ଦପୁର – ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ବେତିରା ଛକ ନିକଟରେ କାରକୁ ଧକ୍କା ଦେଲା ବୁଲେଟ। ନନ୍ଦିପଦା ପୁଲିସ ପହଞ୍ଚି ୨ଟି ଯାକ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ହାଟଡିହି(କିଶୋର ଆଚାର୍ଯ୍ୟ ): କାରକୁ ଧକ୍କା ଦେଲା ବୁଲେଟ । ୨ ଗୁରୁତର ଜଣେ ଆହତ। ଆନନ୍ଦପୁର – ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ବେତିରା ଛକ ନିକଟରେ କାରକୁ ଧକ୍କା ଦେଲା ବୁଲେଟ। ଦୁର୍ଘଟଣାରେ ବୁଲେଟରେ ବସିଥିବା ୨ ଯୁବକ ଗୁରୁତର ଜଣେ ଆହତ ହୋଇଛନ୍ତି ।

ଆହତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି

ସୂଚନାରୁ ଜଣା ପଡ଼ିଛି ଯେ ବେତିରା ଛକ ନିକଟରେ ଜଣେ ବ୍ୟକ୍ତି ନିଜ ଘରକୁ ତାଙ୍କ କାରଟିକୁ ନେଉଥିବା ସମୟରେ ଭଦ୍ରକ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବୁଲେଟ କାରକୁ ଧକ୍କା ଦେଇଥିଲା। ବୁଲେଟରେ ବନ୍ତ ଅଞ୍ଚଳର ଚାରି ଜଣ ଯୁବକ ବସିଥିବା ବେଳେ ସେଥିରୁ ୨ ଜଣ ଗୁରୁତର ହୋଇଛନ୍ତି ଓ ଅନ୍ୟଜଣେ ଆହତ ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନନ୍ଦିପଦା ପୁଲିସ ପହଞ୍ଚି ୨ଟି ଯାକ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ସୌଜନ୍ୟ ସମ୍ବାଦ