Bus Catches Fire In Karnataka: କର୍ଣ୍ଣାଟକରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୯ଜଣ ଜୀବନ୍ତ ଦଗ୍ଧ
ପୁଣି ଜଳିଲା ବସ୍। ଜୀବନ୍ତ ଦଗ୍ଧ ହେଲେ ୯ଯାତ୍ରୀ। କର୍ଣ୍ଣାଟକରେ ଏକ ବସ୍, ଟ୍ରକ୍ ସହିତ ଧକ୍କା ଖାଇବା ପରେ ଜଳିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଛି।

ଚିତ୍ରଦୁର୍ଗ(କର୍ଣ୍ଣାଟକ): ପୁଣି ଜଳିଲା ବସ୍। ଜୀବନ୍ତ ଦଗ୍ଧ ହେଲେ ୯ଯାତ୍ରୀ। କର୍ଣ୍ଣାଟକରେ ଏକ ବସ୍, ଟ୍ରକ୍ ସହିତ ଧକ୍କା ଖାଇବା ପରେ ଜଳିଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଟ୍ରକ୍ ଚାଳକ ଓ ବସ୍ରେ ଥିବା ୮ଜଣ ଯାତ୍ରୀ। ସିବାର୍ଡ ଟୁରିଷ୍ଟ ଦ୍ୱାରା ପରିଚାଳିତ ବସ୍ଟି ୩୨ଜଣଙ୍କୁ ନେଇ ବେଙ୍ଗାଲୁରୁରୁ ଗୋକର୍ଣ୍ଣକୁ ଯାଉଥିବା ବେଳେ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା।
କେମିତି ଘଟିଥିଲା ଦୁର୍ଘଟଣା?
ମିଳିଥିବା ସୂଚନା ମୁତାବକ, ରାତି ୨ଟାରେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ଟ୍ରକ୍ ନିୟନ୍ତ୍ରଣ ହରାଇ ବସ୍ ଆଡକୁ ମାଡ଼ି ଆସିବା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍ର ଡିଜେଲ ଟାଙ୍କି ଫାଟିଯିବାରୁ ସଙ୍ଗେ ସଙ୍ଗେ ବସ୍ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ଶୋଇଥିବା ଯାତ୍ରୀ ଓ ବସ୍ ଚାଳକ, କ୍ଲିନର ଓ କଣ୍ଡକ୍ଟର ବସ୍ରୁ ଡେଇଁ ପଡ଼ିଥିଲେ। ହେଲେ ୮ଜଣ ଯାତ୍ରୀ ବସ୍ ଭିତରେ ଫସିଯିବା ପରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ, ଦୁର୍ଘଟଣା ମହାଁମୁହିଁ ହୋଇଥିବାରୁ ଟ୍ରକ୍ ଚାଳକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାଯାଇଛି
ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଏହି ଦୁର୍ଘଟଣା ବିଷୟରେ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି। ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ଲେଖାଯାଇଛି ଯେ, “କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନି ହେବା ଖବର ପାଇ ଗଭୀର ଦୁଃଖିତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ।”




