ମହାନଗର

Bus crushes: ସାମ୍ବାଦିକାଙ୍କ ସମେତ ୨ ମହିଳାଙ୍କୁ ଦଳିଦେଲା ବସ୍‌

ଆଜି ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ....

ପିପିଲି: ଆଜି ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟ ଜମାଲପୁର ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ  ଜଣେ ମହିଳା ସାମ୍ବାଦିକଙ୍କ ସମେତ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଖଣ୍ତଗିରି ଥାନା କଳିଙ୍ଗନଗରରେ ରହୁଥିବା ସାମ୍ବାଦିକ ଶିଲା ପଟ୍ଟନାୟକ(୪୦) ଓ ତାଙ୍କର ଜଣେ ବାନ୍ଧବୀ  ଘାଟିକିଆ ଅଞ୍ଚଳର ସିପିକା ନାୟକ(୩୬)। ସେମାନେ ସ୍କୁଟି ଯୋଗେ ପୁରୀ ଯାଉଥିବା ବେଳେ ଜମାଲପୁର ଛକ ପାଖରେ  ବାଲିରେ ଚକା ସ୍ଲିପ୍‌ କରିଥିଲା। ସେମାନେ ରାସ୍ତାରେ ପଡ଼ିଯାଇଥିଲେ। ଠିକ୍‌ ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା (ଓଡି-୦୨ଡିବି- ୮୧୯୯) ଶାରଳା ବସ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ବସ୍‌ଟି ଦ୍ରୁତଗତିରେ ପୁରୀ ଅଭିମୁଖେ ପଳାଇଥିଲା। କିନ୍ତୁ ସତ୍ୟବାଦୀ ଥାନା ପୁଲିସ ବସ୍‌କୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଛି। ମୃତ ସିପିକା ନାୟକଙ୍କ ସ୍ବାମୀ ପ୍ରଦୀପ୍ତ ରାଉତଙ୍କ ଅଭିଯୋଗକ୍ରମେ ପିପିଲି ଥାନା ପୁଲିସ ଏକ ମାମଲା ରୁଜୁକରିଛି।  ମୃତ ଶିଲା ନ୍ୟୁଜ୍-୭ ଚାନେଲ୍‌ରେ କାର୍ଯ୍ୟରତ ଥିଲେ। ସେମାନେ କୌଣସି କୋର୍ଟକଚେରି କାମରେ ପୁରୀ ଯାଉଥିଲେ। ଶିଲାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button