ମହାନଗରରାଜ୍ୟ

Bus fare: ବଢ଼ିଲା ବସ୍‌ ଭଡ଼ା: ସାଧାରଣ, ଏକ୍ସପ୍ରେସ୍‌ ଭଡ଼ା ୨ ପଇସା ବଢ଼ିଲା

ଭୁବନେଶ୍ବର: ପେଟ୍ରୋଲ ଡିଜେଲ ଦର ବଢ଼ିବାର ୨୪ ଘଣ୍ଟା ନ ପୂରୁଣୁ ଆଜି ରାଜ୍ୟରେ ବସ୍‌ ଭଡ଼ା ବଢ଼ିଛି। ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୨ପଇସା ବଢ଼ିଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍‌ ଭଡ଼ା ୪ରୁ ୬ ପଇସା ବୃଦ୍ଧି ପାଇଛି। ଆଜି ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସାଧାରଣ ବସ୍‌ ଭଡ଼ା ପ୍ରତି କିମି ପିଛା ୮୮ ପଇସା ଥିବା ବେଳେ ଏବେ ୯୦ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୯୨ ପଇସାରୁ ୯୪ ପଇସାକୁ ବୃଦ୍ଧି ପାଇଛି।

ସେହିପରି ଡିଲକ୍ସ ବସ୍‌ ଭଡ଼ା ୧୨୭ ପଇସାରୁ ୧୩୧ ପଇସା, ଏସି ଡିଏକ୍ସ ୧୫୫ ପଇସାରୁ ୧୫୯ ପଇସା ଓ ସୁପର ଡିଲକ୍ସ ଭଡ଼ା ୨୪୧ ପଇସାରୁ ୨୪୭ ପଇସାକୁ ବୃଦ୍ଧି ପାଇଛି। ୨୦୨୧ ମସିହା ଓ ୨୦୧୫ ମସିହାରେ ବିଭାଗ ପକ୍ଷରୁ ଯେଉଁ ସର୍ତ୍ତାବଳୀ ଲାଗୁ ହୋଇଥିଲା ତାହା ଜାରି ରହିବ। ବସ୍‌ ଭଡ଼ା ବଢ଼ାଇବା ଲାଗି ଘରୋଇ ବସ୍‌ ମାଲିକ ସଂଘ ପରିବହନ ବିଭାଗ ନିକଟରେ ଦାବି କରିଆସୁଥିଲା।

 

 

ସୌଜନ୍ୟ ସମ୍ବାଦ

Show More
Back to top button