Breaking News

ବକ୍ସି ଜଗବନ୍ଧୁଙ୍କ ଅଦମ୍ୟ ସାହସ, ଅସୀମ ବୀରତ୍ୱ, ଅପୂର୍ବ ରଣକୌଶଳ ଏବଂ ଆତ୍ମୋତ୍ସର୍ଗ ଅସରନ୍ତି ପ୍ରେରଣାର ଉତ୍ସ

ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର:  ବକ୍ସି ଜଗବନ୍ଧୁଙ୍କ ଅଦମ୍ୟ ସାହସ, ଅସୀମ ବୀରତ୍ୱ, ଅପୂର୍ବ ରଣକୌଶଳ ଏବଂ ମାଟି ମା’ ପାଇଁ ଆତ୍ମୋତ୍ସର୍ଗ କାହାଣୀ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ଭୂଖଣ୍ଡ ପାଇଁ ଅସରନ୍ତି ପ୍ରେରଣାର ଉତ୍ସା ଇଂରେଜମାନଙ୍କ ଅକଥନୀୟ ଅତ୍ୟାଚାର ଓ ଶୋଷଣକୁ ପ୍ରତିହତ କରିବା ପାଇଁ ପାଇକ ଜାତିର ମଉଡ଼ମଣି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହର ଦୁର୍ଦ୍ଦର୍ଷ କାହାଣୀ ଆଜିର ଯୁବପିଢ଼ି ଆନ୍ତରିକତାର ସହ ଅଧ୍ୟୟନ କରିବା ଉଚିତ ବୋଲି ଅତିଥ#ମାନେ ମତ ଦେଇଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି କହିଲେ ଯେ ମାତୃଭୂମିକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବା ପାଇଁ ଭାରତର ଯେଉଁ କେତେଜଣ ବୀର ସନ୍ତାନ ତତ୍କାଳୀନ ବି୍ରଟିଶ ଶାସକଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିବାକୁ ତିଳେମାତ୍ର ଭ୍ରୁକ୍ଷେପ କରିନଥିଲେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ବକ୍ସି ଜଗବନ୍ଧୁା ତାଙ୍କ ପରି ତ୍ୟାଗୀ ପୁରୁଷ ସମଗ୍ର ଭାରତବର୍ଷରେ ବିରଳ ।

ସମ୍ମାନିତ ଅତିଥ# ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର କହିଲେ ଯେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥ#ବା ବକ୍ସିଙ୍କ ମାତୃଭୂମି ପ୍ରତି ଥିଲା ଭଲ ପାଇବା,  ନିଜ ମାତୃଭୂମିର ମୁକ୍ତି ପାଇଁ ଇଂରେଜ ଶକ୍ତି ବିପକ୍ଷରେ ବୀରଦର୍ପରେ ଲଢ଼ିଥ#ବା ସ୍ୱାଭିମାନୀ ବକ୍ସି ଜଗବନ୍ଧୁ ଓଡ଼ିଆ ଜାତିର ଚିରନମସ୍ୟା ବିଶିଷ୍ଟ ସାହିତି୍ୟକ ଓ ସଂସ୍କୃତି ଗବେଷଣ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ବକ୍ସିଙ୍କ ପରି ବୀର ସନ୍ତାନ ଯଦି ଦୁର୍ଗମ ବଣଜଙ୍ଗଲରେ ଅତୀବ କଷ୍ଟସାଧ୍ୟ ଜୀବନ ଅତିବାହିତ କରି ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିନଥାନ୍ତେ ତାହାହେଲେ ଭାରତବର୍ଷ ସ୍ୱାଧୀନ ହୋଇପାରିନଥାନ୍ତାା ତେଣୁ ଏହି ମହାପୁରୁଷମାନଙ୍କୁ ଜାତି ତଥା ସମାଜ ପ୍ରତିମୁହୂର୍ତ୍ତରେ ପ୍ରଣିପାତ କରିବା ଉଚିତ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ୧୮୨୭ ମସିହାରେ ବକ୍ସିଙ୍କ ନେତୃତ୍ୱରେ ବୀରପ୍ରସବିନୀ ଖୋର୍ଦ୍ଧା ମାଟିରେ ସଂଗଠିତ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଅଭିହିତ କରିବା ସହ ବକ୍ସିଙ୍କ ସଂଘର୍ଷମୟ ଓ ତ୍ୟାଗପୂତ ଜୀବନ ଏବଂ ଉଚ୍ଚକୋଟୀର ଆଦର୍ଶ ସଂପର୍କରେ ଆଲୋକପାତ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରି ବକ୍ସି ଜଗବନ୍ଧୁଙ୍କୁ ଭାରତ ସ୍ୱାଧୀନତା ଇତିହାସରେ ଓଡ଼ିଶାର ପ୍ରଥମ ସଂଗ୍ରାମୀ ବୋଲି ଅଭିହିତ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପି୍ରୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱରସୁଧା ଅନୁଷ୍ଠାନର କଳାକାର ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ  ଅଧିକାରୀକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Comments are closed.