Breaking News

ବ୍ୟଙ୍ଗ ଏକ ସ୍ବତନ୍ତ୍ର କଳା ଯାହା ଲେଖିବା ପାଇଁ କଷ୍ଟକର ଏବଂ ବୁଝିବା ପାଇଁ ସେଭଳି ବୁଦ୍ଧିମତାର ଆବଶ୍ୟକତା ଅଛି

ବ୍ୟଙ୍ଗ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର:  ଓଡିଶାର ସୁନାମଧନ୍ୟ ବ୍ୟଙ୍ଗ ସାହିତ୍ୟିକଙ୍କର ତିନ ଗୋଟି ବ୍ୟଙ୍ଗ ପୁସ୍ତକ ରବିବାର ଦିନ ଭୁବନେଶ୍ବରସ୍ଥ ଜୟଦେବ ଭବନ ପରିସରରେ ଲୋକାର୍ପିତ ହୋଇଯାଇଛି  ।ଲୋକାର୍ପିତ ପୁସ୍ତକ ଗୁଡିକ ହେଲା  ଜ୍ଞାନ ହୋତାଙ୍କ “ପଇତା ମାରା”,  ସରୋଜ କୁମାର ଶତପଥୀଙ୍କ “ତେଲ ମାଲିସ୍ ” ଏବଂ ପ୍ରିୟବ୍ରତ ପଣ୍ଡାଙ୍କ “କବିର ସ୍ବର୍ଗବାସ”  । ବିଶିଷ୍ଟ ବ୍ୟଙ୍ଗକବି ତଥା ସ୍ଥମ୍ବକାର  ଜ୍ଞାନ ହୋତାଙ୍କ ଜନ୍ମଦିନ ଅବସରରେ ଅନୂଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ସବ୍ୟସାଚି ମହାପାତ୍ର, ବୈଷ୍ଣବ ମହାନ୍ତି ଏବଂ ଅଧ୍ୟାପକ ବିଶ୍ବରଞ୍ଜନ ଯୋଗ ଦେଇ ବ୍ୟଙ୍ଗ ସାହିତ୍ୟର ତାତ୍ପର୍ଯ୍ଯତା ଓ ସମାଜ ପାଇଁ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ୟଙ୍ଗ ଏକ ସ୍ବତନ୍ତ୍ର କଳା ଯାହା ଲେଖିବା ପାଇଁ କଷ୍ଟକର ଏବଂ ବୁଝିବା ପାଇଁ ସେଭଳି ବୁଦ୍ଧିମତାର ଆବଶ୍ୟକତା ଅଛି ବୋଲି ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଥିଲେ  । ଜୟଦେବ ଭବନ ପ୍ରେକ୍ଷାଳୟର ଭବ୍ୟ ମଞ୍ଚରେ ଏକ ଭିନ୍ନ ଢଙ୍ଗରେ ବହିର ଜନ୍ମଦିନ ପାଳନ ଉପସ୍ଥିତ ସାହିତ୍ୟ ପ୍ରେମୀମାନଙ୍କୁ ଅବିଭୁତ କରିଥିଲା  ।

ମଞ୍ଚାସିନ ସମସ୍ତ ଅତିଥିମାନେ ଏଭଳି ଏକ ନିଆରା ଢଙ୍ଗରେ ବହି ଓ ଲେଖକଙ୍କ ଜନ୍ମଦିନ ପାଳନର ଭୁରିଭୁରି ପ୍ରଶଂସା କରିଥିଲେ  ।  ଅତିଶ ମହାନ୍ତି ଉକ୍ତ କାର୍ଯ୍ଯକ୍ରମର ଆବାହକ ଥିବାବେଳେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଜ୍ଞାନୀ ଦେବାଶିଷ ।  ସନ୍ଦିପ ମହାପାତ୍ରଙ୍କ ପରିଚାଳନାରେ ସଭାଟି ବେଶ ଉପଭୋଗ୍ୟ ଥିଲା  ।  ଛନ୍ଦା ମିଶ୍ର ଓ ଡା.ଦେବାଶିଷ ମହାପାତ୍ର ପୁସ୍ତକ ତିନି ଗୋଟିର ସମୀକ୍ଷା କରିଥିଲା ବେଳେ ପାଠକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ତିନି ଲେଖକ  । ପରିଶେଷରେ ପ୍ରକାଶକ ଶ୍ରୀଯୁକ୍ତ ରାଜ କିଶୋର ଦାସ  (ଏଥନା ବୁକ୍ସ ) ଧନ୍ୟବାଦ ଅର୍ପଣ କରିଥିଲେ  ।ଏହି ସମାରୋହରେ ଓଡିଶାର ବିଶିଷ୍ଟ ବ୍ୟଙ୍ଗକାର ଓ ସୁନାମଧନ୍ୟ ସାହିତ୍ୟିକମାନେ ଯୋଗ ଦେଇଥିଲେ  ।

Comments are closed.