ମନୋରଞ୍ଜନ

Car: ୟାମିଙ୍କ ୫ କୋଟିର କାର୍‌ ଉପହାର

‘ଧୁରନ୍ଧର୍‌ ପାର୍ଟ-୧’ ଓ ‘ଧୁରନ୍ଧର୍‌ ପାର୍ଟ-୨’ ପରେ ସବୁଠି ଚାଲିଛି ରଣବୀର ସିଂହଙ୍କ ଚର୍ଚ୍ଚା। କଲେକ୍ସନ୍‌କୁ ଦେଖିଲେ ‘ଧୁରନ୍ଧର୍‌ ପାର୍ଟ-୨’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି। ୮ ଦିନ ଏହି ଫିଲ୍ମ ସାରା ଦୁନିଆରେ ୧ ହଜାର କୋଟି ପାର୍‌ କରି ସାରିଲାଣି।

‘ଧୁରନ୍ଧର୍‌ ପାର୍ଟ-୧’ ଓ ‘ଧୁରନ୍ଧର୍‌ ପାର୍ଟ-୨’ ପରେ ସବୁଠି ଚାଲିଛି ରଣବୀର ସିଂହଙ୍କ ଚର୍ଚ୍ଚା। କଲେକ୍ସନ୍‌କୁ ଦେଖିଲେ ‘ଧୁରନ୍ଧର୍‌ ପାର୍ଟ-୨’ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି। ୮ ଦିନ ଏହି ଫିଲ୍ମ ସାରା ଦୁନିଆରେ ୧ ହଜାର କୋଟି ପାର୍‌ କରି ସାରିଲାଣି। ଏସବୁ ଭିତରେ ରଣବୀରଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ମୁମ୍ବାଇ ବିମାନବନ୍ଦରରେ ୫ କୋଟି ଟଙ୍କିଆ ଜିଏମ୍‌ସି ହାମ୍ମର୍‌ କାର ସହ ନଜର ଆସିଛନ୍ତି। କୁହାଯାଉଛି, ‘ଧୁରନ୍ଧର-୨’ର ଏତେ ବଡ଼ ସଫଳତାକୁ ନେଇ ଏହାର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପତ୍ନୀ ତଥା ଅଭିନେତ୍ରୀ ୟାମି ଗୌତମ କୁଆଡ଼େ ରଣବୀରଙ୍କୁ ଏହି ଦାମୀ କାର୍‌ ଉପହାର ଦେଇଛନ୍ତି। ଜଣେ ୟୁଜର୍‌ ତାଙ୍କ ଏକ୍ସ୍‌ ହ୍ୟାଣ୍ଡଲ୍‌ରେ ଏହି ଭିଡିିଓଟିକୁ ସେୟାର୍‌ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button