ବିଶେଷ

Carving work: କିମାଶ୍ଚର୍ଯ୍ୟମ୍‌: ଦାନ୍ତରେ କୋରି କାରୁକାର୍ଯ୍ୟ

ଚୀନର ହୁବେଇ ପ୍ରଦେଶର ନିବାସୀ ୨୫ ବର୍ଷୀୟା ଚେନ୍‌ କ୍ବିନ୍‌ଙ୍କ ଅଭିନବ ଦକ୍ଷତା ପାଇଁ ତାଙ୍କୁ ‘ମାନବ ଥ୍ରିଡି ପ୍ରିଣ୍ଟର୍‌’ କୁହାଯାଉଛି। ସେ କୌଣସି ସରଞ୍ଜାମ ବ୍ୟବହାର ନକରି କେବଳ ନିଜର ଦାନ୍ତ ସାହାଯ୍ୟରେ ଗାଜରକୁ ରାମ୍ବି ବିଭିନ୍ନ ସୂକ୍ଷ୍ମ ପ୍ରତିକୃତି ତିଆରି କରୁଛନ୍ତି।

ଚୀନର ହୁବେଇ ପ୍ରଦେଶର ନିବାସୀ ୨୫ ବର୍ଷୀୟା ଚେନ୍‌ କ୍ବିନ୍‌ଙ୍କ ଅଭିନବ ଦକ୍ଷତା ପାଇଁ ତାଙ୍କୁ ‘ମାନବ ଥ୍ରିଡି ପ୍ରିଣ୍ଟର୍‌’ କୁହାଯାଉଛି। ସେ କୌଣସି ସରଞ୍ଜାମ ବ୍ୟବହାର ନକରି କେବଳ ନିଜର ଦାନ୍ତ ସାହାଯ୍ୟରେ ଗାଜରକୁ ରାମ୍ବି ବିଭିନ୍ନ ସୂକ୍ଷ୍ମ ପ୍ରତିକୃତି ତିଆରି କରୁଛନ୍ତି। ଏପରି କରି ସେ ପୃଥିବୀର ଏକମାତ୍ର ଦାନ୍ତ ଖୋଦନକାରୀର ପରିଚୟ ହାସଲ କରିସାରିଲେଣି। ଚେନ୍‌ କହନ୍ତି ଯେ ଆକସ୍ମିକ ଭାବେ ସେ ଏହି କଳା ଆବିଷ୍କାର କରିଥିଲେ। ସେ ଗତ ବର୍ଷର ସ୍ପ୍ରିଙ୍ଗ୍‌ ଫେଷ୍ଟିଭାଲ୍‌ ସମୟରେ ୱେବ୍‌ ଷ୍ଟ୍ରିମିଂ କରୁଥିବା ବେଳେ ଗାଜର ଖାଉଥିଲେ।

ସେତେବେଳେ ସେ ଅଗ୍ର ଦାନ୍ତରେ ଗାଜରଟିକୁ କୋରି ବିଭିନ୍ନ ଆକାର ଦେବାକୁ ଚେଷ୍ଟା କରି ସଫଳ ହେଲେ। ଦର୍ଶକମାନେ ଏହା ଦେଖି ତାଙ୍କୁ ପ୍ରଶଂସା କଲେ। ଏହା ପରେ ସେ ବିଭିନ୍ନ ପନିପରିବା ସହିତ ପରୀକ୍ଷାନିରୀକ୍ଷା କଲେ, କିନ୍ତୁ ଗାଜର ହିଁ ଏଥିପାଇଁ ପ୍ରକୃଷ୍ଟ ବୋଲି ତାଙ୍କୁ ନିଷ୍କର୍ଷ ମିଳିଲା। ଏ ଭିତରେ ସେ ଗାଜରରେ ଶତାଧିକ କଳାକୃତି ନିର୍ମାଣ କରିସାରିଲେଣି। ସେଥି ମଧ୍ୟରୁ ଗ୍ରେଟ୍‌ ଵାଲ୍‌ ଅଫ୍‌ ଚାଇନା, କ୍ରେନ୍‌ ଟାଵର୍‌, ରାଣୀ ମୁକୁଟ ପ୍ରତିକୃତି ସବୁଠାରୁ ପ୍ରସିଦ୍ଧ। ଦୀର୍ଘ ସମୟ ଦାନ୍ତର ବ୍ୟବହାର ଯୋଗୁଁ ଚେନ୍‌ ବେଳେବେଳେ ‘ସେନ୍‌ସିଟିଭିଟି’ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ଦାନ୍ତର ଯତ୍ନ ନେବା ପାଇଁ ସେ ମିଠା ଜିନିଷ ଖାଇବା କମ୍ କରିଦେଇଛନ୍ତି ଏବଂ ଦିନକୁ ଦୁଇଥର ବ୍ରସ୍‌ କରନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button