Breaking News
Browsing Category

ଓଡିଶା

ଘୁଷୁରିକୁ ମାରି ଖାଇଲା ବାଘୁଣୀ ‘ଜୀନତ୍‌

ବାରିପଦା: ବାଘୁଣୀ ‘ଜୀନତ୍‌ ଏକ ଘୁଷୁରିକୁ ମାରି ଖାଇଥିବା ଜଣାଯାଇଛି। ଏହା ତାର ପ୍ରଥମ ଶିକାର। ଗତକାଲି ରାତି ପ୍ରାୟ ୧୦ଟା ବେଳେ ବାଘୁଣୀ ‘ଜୀନତ୍‌ ଏକ ଘୁଷୁରିକୁ ମାରି ଖାଇଥିଲା। ଏହା ଭଲ ଲକ୍ଷଣ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତାର ଦେହ ଭଲ ଥିବା ସୂଚନା ରହିଛି। ଶିମିଳିପାଳ ବ୍ୟାଘ୍ର…

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଭଦ୍ରକ: କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି। ରାଣିତାଲ ନିକଟରେ ଧୂଆଁ ବାହାରିବାର ଦେଖିବାକୁ ପାଇଥିଲେ…

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ , କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ସରସରା ନିକଟରେ ଅଜଣା ଗାଡ଼ି ଧକ୍କାରେ ସରସରା ଗାଁର ସୁମନ୍ତ ମହାକୁଡ଼ଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ବୌଦ୍ଧ ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।…

ଛାଡ଼ିନି ଜୟକୃଷ୍ଣଙ୍କ ଜ୍ଞାନଅର୍ଜନ ନିଶା: ୭୮ ବର୍ଷରେ ସ୍ନାତକୋତ୍ତର ଡିଗ୍ରୀ

ରାଉରକେଲା: ବିଦ୍ୟା ଅର୍ଜନର ପ୍ରତିବନ୍ଧକ ସାଜିନି ବାର୍ଦ୍ଧକ୍ୟ। ଅଧାରୁ ପାଠ ଛାଡିଦେଉଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା। ୭୮ ବର୍ଷରେ ପବ୍ଲିକ ଆଡମିନିଷ୍ଟ୍ରେସନ୍‌ରେ ୭୦% ନମ୍ବର ରଖି ସମ୍ବଲପୁରସ୍ଥ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ…

ପରକୀୟା ପ୍ରୀତି ପାଇଁ ଛୁଆଙ୍କୁ ତାୱା ଚେଙ୍କ: ରାକ୍ଷସୀ ସାଜିଥିବା ମା’ ଓ ପ୍ରେମିକ ଗିରଫ

ଭୁବନେଶ୍ବର: ପରକୀୟା ପ୍ରୀତିର ନିଶାରେ ଅନ୍ଧ ଓ ଅମଣିଷ ପାଲଟି ଥିବା ମା’ ଓ ତା’ର ପ୍ରେମିକ ଗିରଫ ହୋଇଛନ୍ତି। ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ମହିଳା ଜଣକ ନିଜଘରେ ପ୍ରେମିକ ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା। ପୂର୍ବରୁ ଏସବୁ ଚାଲିଥିଲେ ହେଁ ଏଥର ସେ ଦୃଶ୍ୟକୁ ମହିଳାଟିର ଦୁଇ…

ଭାରତୀୟ ଜାତୀୟ ଶିକ୍ଷାନୀତି ଗୁଣଯୁକ୍ତ ଶିକ୍ଷାର ଆଧାର: ପ୍ରଫେସର ଆଦିତ୍ୟ ଦାଶ

କଟକ: ଦେଶରେ ଉଚ୍ଚ ଗୁଣଯୁକ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ପ୍ରତିଷ୍ଠା ଦିଗରେ ଏବେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଏହା ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତୀୟ ଜାତୀୟ ଶିକ୍ଷାନୀତି ୨୦୨୦ ଏବଂ କୋଭିଡ୍‌ ମହାମାରୀ ପରେ ଦେଶରେ ଗବେଷଣା କ୍ଷେତ୍ରରେ ଏକପ୍ରକାର ବିପ୍ଳବ…

ମହିଳାଙ୍କ ଭାଗୀଦାରି ନୂଆ ଓଡ଼ିଶା ଗଢ଼ିବ: ଗୋବିନ୍ଦ

ବାଲେଶ୍ବର: ସମାଜରେ ପୁରୁଷଙ୍କୁ ଯେତିକି ଅଧିକାର ମିଳୁଛି, ମହିଳାମାନଙ୍କୁ ମଧ୍ୟ ସେତିକି ଅଧିକାର ମିଳିବା ଦରକାର। ନୂତନ ସରକାର ନୂତନ ଓଡ଼ିଶା ଗଠନର ପ୍ରୟାସ କରୁଥିବା ବେଳେ ଏଥିରେ ମହିଳାମାନେ ଭାଗୀଦାର ହୁଅନ୍ତୁ। ମା’ମାନେ ଆଗକୁ ଆସିଲେ, ସମାଜ ଆଗେଇବ। ‘ସମ୍ବାଦ’ ପକ୍ଷରୁ ବାଲେଶ୍ବରରେ…

ରାଜାଧିରାଜ ବେଶରେ ମହାବାହୁ: ବିନା ପହୁଡ଼ରେ ନୀତିକାନ୍ତି

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାଜାଧିରାଜ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ମହୋଦଧିରେ ବୁଡ଼ ପକାଇ ବୋଇତ ବନ୍ଦାଣ ପରେ ମହାପ୍ରଭୁଙ୍କ ଦର୍ଶନ କରି ପଞ୍ଚକ ବ୍ରତ ଶେଷ କରିଛନ୍ତି। ସେପଟେ ପଞ୍ଚକରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ…

ମହାନଦୀକୁ ଡେଇଁଲେ ଯୁବ ଇଞ୍ଜିନିୟର୍: କାରଣ ଅସ୍ପଷ୍ଟ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ଭୂତମୁଣ୍ଡାଇ ପୋଲରୁ ଜଣେ ଯୁବକ ଆଜି ସକାଳେ ମହାନଦୀକୁ ଡେଇଁ ପଡ଼ିଥିବା ଜଣାଯାଇଛି। ଆଜି ସକାଳେ ଯୁବକ ଜଣଙ୍କ ହଠାତ୍ ପାରାଦୀପ ନିକଟସ୍ଥ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଯୁବକ ଜଣଙ୍କ ଭାସୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର…

ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେବା ବେଳେ ଟଳି ପଡ଼ିଲେ ଶିକ୍ଷକ, ହସ୍ପିଟାଲରେ ମୃତ୍ୟୁ

ଝରିଗାଁ: ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳରେ ଶିଶୁ ଦିବସ ପାଳନ ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଆଜି ପୂର୍ବାହ୍‌ଣରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଫୁପୁଗାଁ କ୍ଲଷ୍ଟର ଅନ୍ତର୍ଗତ ତାରାକନାଡ଼ି ଉନ୍ନିତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ…