Breaking News
Browsing Category

ଓଡିଶା

ସୁନା ଦର ଖସିଲା: ୭୦ହଜାର ତଳେ ସୁନା, ଲକ୍ଷେ ତଳକୁ ଖସିଲା ରୁପା

ଭୁବନେଶ୍ବର: ଓଡ଼ିଶା ସମେତ ସାରା ଦେଶରେ ସୁନା ଦାମ୍‌ ଲଗାତାର ଭାବେ ହ୍ରାସ ପାଉଛି। ଗୁରୁବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୧୦୦ ଟଙ୍କା ହ୍ରାସ ପାଇ ୭୦ ହଜାର ଟଙ୍କା ତଳକୁ ଖସିଆସିଛି। ଦୀର୍ଘଦିନ ପରେ ସୁନାକୁ ୭୦ ହଜାର ଟଙ୍କା ତଳେ ଦେଖିବାକୁ ମିଳିଛି।…

ବର୍ବରକାଣ୍ଡ: ୨ ନାବାଳକ ଭାଇଙ୍କୁ ପିଟିପିଟି ନିଆଁରେ ଫିଙ୍ଗିଦେଲେ

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦାନୋଝାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ଜାଳି ଦେଇଥିବା କହି ଗାଁର ଦୁଇଜଣ ବ୍ୟକ୍ତି ଜଣେ ନାବାଳକଙ୍କୁ ପିଟିପିଟି ଜଳନ୍ତା ପାଳଗଦାରେ ଫିଙ୍ଗି ଦେଇଛନ୍ତି। ନାବାଳକଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ବଡ଼ଭାଇ ମଧ୍ୟ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଅନନ୍ତ, ଶ୍ରୀନିବାସ ଓ ଜୟୀଙ୍କୁ ‘ମୋହନସୁନ୍ଦର ଦେବ ଗୋସ୍ବାମୀ’ ପୁରସ୍କାର

ଭୁବନେଶ୍ବର: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଘୋଷଣା ହୋଇଛି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏଥର ଏକାଥରକେ ୩୨, ୩୩ ଓ ୩୪ତମ ଚଳଚ୍ଚିତ୍ର ପୁରସ୍କାର ଯଥାକ୍ରମେ ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଘୋଷଣା ହୋଇଛି। ଏଥିସହ…

ସୁରୁଚି ବଜାରରେ ଭୟାବହ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ରାଉରକେଲା: ସିଭିଲଟାଉନସିପସ୍ଥ ସୁରୁଚି ବଜାରରେ ଆଜି ସକାଳ‌େ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଲାଗିଲା ନିଆଁ l ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ରାସନ ଓ ଉପହାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି l ରାଉରକେଲା ଇସ୍ପାତ କାରଖାନା ଓ ଓଡ଼ିଶା ଅଗ୍ନିଶମ ବିଭାଗର ପାଞ୍ଚଟି ଦମକଳ ପହଞ୍ଚି ନିଆଁକୁ…

‘ଶିଶୁ ଦିବସ’ରେ ପିଲାଙ୍କୁ ଛାଡ଼ି ସବୁଦିନ ପାଇଁ ପରିପାରିକୁ ଚାଲିଗଲେ ପ୍ରଧାନଶିକ୍ଷକ

କଣ୍ଟାବାଞ୍ଜି: ପବିତ୍ର ‘ଶିଶୁ ଦିବସ’ ପାଇଁ ବିଦ୍ୟାଳୟ ପରିସର ଉତ୍ସବମୁଖର ଥିବା ବେଳେ ଏଠାରେ କାର୍ଯ୍ୟରତ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ନିଜର ପ୍ରିୟ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କୁ ଛାଡ଼ି ସବୁଦିନ ପାଇଁ ପରପାରିକୁ ଚାଲିଯାଇଛନ୍ତି। ଏହି ଅଭାବନୀୟ ଘଟଣା ନେଇ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ…

ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ ଜେଲ୍ ପଠାଯିବ: ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ, ସିଧା ଜେଲ୍ ପଠାଯିବ। ସମବାୟ ଆନ୍ଦୋଳନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସରକାର…

ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର: ଖାଉଟି ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ। ଆସନ୍ତା ୮ ତାରିଖରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ…

ନଭେମ୍ବର ୧୬ରୁ ରାଜ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ କମିବ: ଶୀତ ବଢ଼ିବ

ଭୁବନେଶ୍ୱର: ନଭେମ୍ବର ୧୬ରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର…

ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି। ୫-ଟି ସ୍କୁଲ୍‌ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି। ରାଜ୍ୟସ୍ତରୀୟ ଶିଶୁ…

ଶିଶୁ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆଜିର ଶିଶୁ କାଲିର ଭବିଷ୍ୟତ । ସମାଜର ବିକାଶ ପାଇଁ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଅପରିହାର୍ଯ୍ୟ। ଶିଶୁମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ…