Breaking News
Browsing Category

ଓଡିଶା

ପଦ୍ମ ଧରିଲେ ସାହାରପଡ଼ା ବ୍ଲକ୍‌ ଅଧ୍ୟକ୍ଷା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସାହାରପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ନାଏକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସୋମବାର ଭୁବନେଶ୍ବରସ୍ଥିତ ମୁଖ୍ୟମନ୍ତ୍ରୀ ନିବାସଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ। ରୀନା ଗତ ପଞ୍ଚାୟତ…

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ: ୧୦୦ ସିଟ୍‌ରେ ପାଠପଢ଼ା ‌ପାଇଁ ଆବେଦନ କରାଯିବ

ଅନୁଗୁଳ: ଅନିଶ୍ଚିତତା ଘେରରେ ରହିଥିବା ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ‌ହେବା ନେଇ ପୁଣି ଆଶା ସଂଚାର ହୋଇଛି। ଏହି ମେଡିକାଲ କଲେଜ ପରିଚାଳନା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ…

ଦୁର୍ବଳ ହେଉଛନ୍ତି ଯାଜପୁରିଆ ନେତା: ରାଜ୍ୟ ମଙ୍ଗ ଧରୁଥିଲେ, ଏବେ ସ୍ଥିତି ଟଳମଳ

ଗଦାଧର ପଣ୍ଡା ଯାଜପୁର: ଦୀର୍ଘ ତିନି ଦଶନ୍ଧି ଧରି ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରିଆସିଥିବା ବିଜୁ ଜନତା ଦଳର ଯାଜପୁରିଆ ନେତାଙ୍କ ଅବସ୍ଥା ଏବେ ବାରଗଣ୍ଡା ଦି କଡ଼ା। ସମୟ କଡ଼ ଲେଉଟାଇବା ଭଳି ଏହି ନେତାମାନେ ଆଜି ନିଜ ଜିଲ୍ଲା ସ୍ଥିତି ସମ୍ଭାଳିବାକୁ ବି ଅସମର୍ଥ। ଜିଲ୍ଲାରେ ବିଜେଡିର ସ୍ଥିତି…

ଡରାଇଲାଣି କୋଏଲ ନଦୀ: ନଦୀରେ ବୁଡ଼ି ନାବାଳକ ନିଖୋଜ

ରାଉରକେଲା: ସହର ଉପକଣ୍ଠରେ ପ୍ରବାହିତ କୋଏଲ ନଦୀ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। କେତେବେଳେ ପିକ୍‌ନିକ କରିବାକୁ ଯାଇ କଲେଜ ଛାତ୍ର ବୁଡ଼ିଯାଉଛନ୍ତି ତ ପୁଣି କେତେବେଳେ ଗାଧେଇବାକୁ ଯାଇ ନାବାଳକ ନିଖୋଜ ହୋଇଯାଉଛନ୍ତି। ବିଗତ ଦିନରେ ଏଭଳି ଲୋମଟାଙ୍କୁରା ଅଘଟଣ ଦେଖିବାକୁ…

ଚିଙ୍ଗୁଡ଼ି ଘେରି ପାଇଁ ହେନ୍ତାଳ ବଣ ସଫା, ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବଢୁଛି ବିପଦ

ଜଗତସିଂହପୁର: ନିକଟରେ ଆସିଥିବା ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ାର ହବାଳିଖଟିରେ ସ୍ଥଳଭାଗ ଛୁଇଁଲା। କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳରେ କ୍ଷୟକ୍ଷତି ହେଲା। କେନ୍ଦ୍ରାପଡ଼ା ଉପକୂଳରେ ବ୍ୟାପକ ହେନ୍ତାଳ ବଣ ପାଇଁ ବାତ୍ୟାର ପ୍ରଭାବ ଯଥେଷ୍ଟ କମିଗଲା ବୋଲି କୁହାଯାଉଛି। ଜଙ୍ଗଲ ବିଭାଗ, ପରିବେଶବିତ୍…

ଶିଆଳିପତ୍ର ଖଲି ପ୍ରସ୍ତୁତ କରି ସ୍ବାବଲମ୍ବୀ ରଶ୍ମିତା: ପଲିଥିନ୍‌ ବ୍ୟବହାର ନ କରିବାକୁ ସଚେତନତା

ଭଞ୍ଜନଗର: ପଲିଥିନ୍ ଓ କାଗଜ ବଦଳରେ ଶିଆଳିପତ୍ର ଖଲିରେ ଖାଇବା ସ୍ବାସ୍ଥ୍ୟକର। ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ଜଳଖିଆ ଖାଇବାକୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଆଳିପତ୍ର ଖଲି ଓ ପ୍ଲେଟ୍‌ର ବହୁଳ ବ୍ୟବହାର ହେଉଛି। ଆଉ ଏହି ଶିଆଳିପତ୍ର ଖଲି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ରଶ୍ମିତା…

କାଳୀ ମେଢ଼ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୬ ଆହତ

କଟକ: କଟକରେ କାଳୀ ମେଢ଼ ଭସାଣି ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଏଥିରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ। ମହମ୍ମଦିଆ ବଜାରରେ ଥିବା ରୟାଲ ଗାର୍ଡେନ ନିକଟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ପଥର ଓ କାଚ ବୋତଲ ମାଡ଼…

ମାନିଲେନି କଟକଣା: ବାୟୁମଣ୍ଡଳରେ ଭରିଗଲା ବିଷ

ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶକୁ ମାନିଲେନି। ପୁଲିସକୁ ଖାତିର କଲେନି। ବିନା ବାଧାରେ ଗୁରୁବାର ସନ୍ଧ୍ୟା ହେଉ ହେଉ ଆରମ୍ଭ ହୋଇଗଲା ଢୋ…‌ଢା। ରାଜଧାନୀରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଲା। କିଏ ଛାତ ଉପରୁ ସୁଁ ସାଁ କରି ରକେଟ୍‌…

ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଯୁବତୀ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ‘ମୋ ବସ୍’ ଧକ୍କାରେ ଜଣେ ଯୁବତୀ ଗୁରୁତର ହୋଇଥିବାର ଖବର ମିଳିଛି। ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚନ୍ଦ୍ରଶେଖରପୁରରେ ମୋ ବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ସୂଚନା ରହିଛି ।…

ନଭେମ୍ବର ଶେ‌ଷ ସୁଦ୍ଧା ଆହୁରି ୨୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆଗାମୀ ଡିସେମ୍ବର ସୁଦ୍ଧା କୋଟିଏ ୨ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା। ଏଣେ  ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ତିନିଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ଅଯୋଗ୍ୟ ହିତାଧିକାରୀଙ୍କ…