Breaking News
Browsing Category

ଖେଳ

କୋଲକାତାର ପ୍ରଥମ ବିଜୟ

ଗୁଆହାଟୀ: ଚଳିତ ଆଇପିଏଲ୍‌ରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ପ୍ରଥମ ବିଜୟ ହାସଲ କରିଛି। ବୁଧବାର ଏହି ଦଳ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍‌ସକୁ ଏକତରଫା ଭାବେ ୮ ୱିକେଟ୍‌ରେ ହରାଇ ପଏଣ୍ଟ୍‌ ଖାତା ଖୋଲିଛି। ଅନ୍ୟପକ୍ଷରେ ରାଜସ୍ଥାନ ଦୁଇଟି ମ୍ୟାଚ୍‌ରୁ ଦ୍ବିତୀୟ…

୨୦୩୬ ଅଲିମ୍ପିକ୍ସ: ଭାରତ କରିବ ୬୪,୦୦୦ କୋଟିର ବିଡ୍

ଅହମଦାବାଦ: ୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ବିଡ୍ ଦାଖଲ କରିବା ଦିଗରେ ଭାରତ ଆଉ ପାଦେ ଆଗେଇଛି। ଗୁଜରାଟର ଦ୍ବୈତନଗରୀ ଅହମଦାବାଦ ଓ ଗାନ୍ଧୀନଗରରେ ଏହାକୁ ଆୟୋଜନ କରିବା ଲାଗି ଯୋଜନା କରାଯାଉଛି। ଭାରତ ଏଥିଲାଗି ୩୪୭୦୦ରୁ ୬୪୦୦୦ କୋଟି ଟଙ୍କାର ବିଡ୍ ଦାଖଲ କରିବାକୁ ଲକ୍ଷ୍ୟ ରଖିଛି।…

ଭାରତରେ ଖେଳିବେ ମେସି

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ବିଶ୍ବକପ୍‌ ବିଜେତା ଅଧିନାୟକ ଲିଓନେଲ ମେସି ଭାରତରେ ଖେଳୁଥିବାର ଦେଖିବାକୁ ମିଳିବେ। ପ୍ରାୟ ୧୪ ବର୍ଷ ପରେ ଭାରତ‌ ଗସ୍ତରେ ଆସି ମେସି ଅକ୍ଟୋବର ୧୪ରେ କେରଳରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବାର ସୂଚୀ ପ୍ରସ୍ତୁତ ହୋଇଛି। ଗତବର୍ଷ ନଭେମ୍ବରରେ କେରଳ…

ଜାତୀୟ ଉପକନିଷ୍ଠ ଅସିଚାଳନା ଆଜିଠୁ

କଟକ: କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଗୁରୁବାରଠୁ ଆରମ୍ଭ ହେବ ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା। ରବିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୩ ଦିନିଆ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ବୁଧବାର ଘୋଷିତ ହୋଇଛି। ଏଥିଲାଗି ରାଜ୍ୟ କ୍ରୀଡ଼ା ବିଭାଗ ସହାୟତାରେ…

ନୱାଜଙ୍କ ରେକର୍ଡ ଶତକ: ନ୍ୟୁଜିଲାଣ୍ଡକୁ ହରାଇଲା ପାକିସ୍ତାନ

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ଗସ୍ତରେ ପାକିସ୍ତାନ ପ୍ରଥମ ବିଜୟ ପାଇଛି। ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ହାରିଥିବା ଭ୍ରମଣକାରୀ ଦଳ ଓପନର୍‌ ହାସନ ନୱାଜଙ୍କ ରେକର୍ଡ ଶତକ ବଳରେ ତୃତୀୟ ମ୍ୟାଚ୍‌କୁ ଶୁକ୍ରବାର ସହଜରେ ଜିତି ନେଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାକୁ ପାକିସ୍ତାନ ୧-୨ ସ୍ତରକୁ…

ଗୁକେଶଙ୍କ ସହ ଚେସ୍‌ ଖେଳିଲେ, ଅଶ୍ବିନଙ୍କ ନାଁରେ ଚେନ୍ନାଇ ରାସ୍ତା

ନୂଆଦିଲ୍ଲୀ: ଆଇପିଏଲ୍‌ ପୂର୍ବରୁ ନୂଆ ବିଶ୍ବ ଚେସ୍‌ ବିଜେତା ଡି ଗୁକେଶଙ୍କୁ ଐତିହାସିକ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ଠାରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଏହି ୧୮ ବର୍ଷୀୟ ଚେସ୍‌ ତାରକା ସିଏସ୍‌କେ ଖେଳାଳିଙ୍କୁ ଭେଟିଥିଲେ। ସେ ମଧ୍ୟ…

ଆଜିଠାରୁ ଆଇପିଏଲ୍‌ ଆକର୍ଷଣ: କେକେଆର୍‌-ଆର୍‌ସିବି ପ୍ରଥମ ଭେଟ

କୋଲକାତା: ଦେଢ଼ ଦଶନ୍ଧି ଧରି ଭାରତୀୟ କ୍ରିକେଟ୍‌ର ଅନ୍ୟତମ ପରିଚୟ ପାଲଟିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ଆଉ ଏକ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଦୁଇ ମାସରୁ ଊର୍ଧ୍ବ ସମୟ ଚାଲିବାକୁ ଥିବା ଏହି ଲୋଭନୀୟ ଲିଗ୍‌ କୋଲକାତାର ଐତିହାସିକ ଇଡେନ୍ ଗା‌ର୍ଡେନ୍ସରୁ ଆରମ୍ଭ ହୋଇ…

ଆକାଶରେ ଘୋଟି ଆସିଲାଣି କଳା ବାଦଲ, ଆଇପିଏଲ ଉଦଘାଟନୀ ମ୍ୟାଚରେ ଗ୍ରହଣ ଲଗାଇବ କି ବର୍ଷା ?

କୋଲକାତା: ଆଜିଠୁ ଆରମ୍ଭ ହେଉଛି ଆଇପିଏଲ ମହାଯୁଦ୍ଧ । କୋଲକାତା ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ଆଇପିଏଲର ଉଦଘାଟନୀ ମ୍ୟାଚ୍ । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମନରେ ଅନେକ ଉତ୍ସାହ ଥିବାବେଳେ ମ୍ୟାଚ୍ କେତେବେଳେ ଆରମ୍ଭ ହେବ ତାକୁ ଅପେକ୍ଷା କରିଛନ୍ତି । ଘଣ୍ଟା କଣ୍ଟାର ସମୟ ଠିକ୍ ୭ଟାରେ ଆରମ୍ଭ…

ଖେଳାଳି ଓ ଅମ୍ପାୟାରରେ ତନ୍ମୟ ପ୍ରଥମ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୨୦୦୮ରେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ର ବିଜେତା ହୋଇଥିଲା। ଏହି ଦଳର ସଦସ୍ୟ ଥିବା କୋହଲିଙ୍କ ସାଥୀ ଖେଳାଳି ତଥା ଫାଇନାଲ୍ ମ୍ୟାଚ୍‌ର ହିରୋ ତନ୍ମୟ ଶ୍ରୀବାସ୍ତବ ଆଗାମୀ ଆଇପିଏଲ୍‌ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି।‌…

ଶନିବାରଠୁ ଆଇପିଏଲ୍‌, ବଢ଼ୁଛି ଉତ୍କଣ୍ଠା: ଗୁଆହାଟୀକୁ ସ୍ଥାନାନ୍ତର ହେଲା କେକେଆର୍‌-ଏଲ୍‌ଏସ୍‌ଜି ମ୍ୟାଚ୍

କୋଲକାତା: ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ତେବେ ରାମନବମୀ ଅବସରରେ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ସ୍ଥାନୀୟ ପୁଲିସ ମନା କରିବା ପରେ ଏପ୍ରିଲ ୬ରେ ଏଠାରେ ଖେଳାଯିବାକୁ ଥିବା କୋଲକାତା…