Breaking News
Browsing Category

ମହାନଗର

ମହାନଗର

ଆଦାନି ବସାଇବ ସିମେଣ୍ଟ କାରଖାନା: ରାଜ୍ୟ ସରକାରଙ୍କ ସହ ଚାଲିଛି କଥାବାର୍ତ୍ତା

ଭୁବନେଶ୍ବର: ଶିଳ୍ପପତି ଗୌତମ ଆଦାନି ସିମେଣ୍ଟ ବ୍ୟବସାୟ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଖୁବ୍‌ଶୀଘ୍ର ଏକ ନୂଆ କାରଖାନା ସ୍ଥାପନ କରିବାକୁ ଯାଉଛନ୍ତି। ସେହି କାରଖାନା ଓଡ଼ିଶାରେ ସ୍ଥାପନ ହେବ। ଏଥିପାଇଁ କମ୍ପାନି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା କରୁଥିବା…

ଜନପଥରେ ପାର୍କିଂ ଟେଣ୍ଡର୍‌ ଡାକିଲା ବିଏମ୍‌ସି

ଭୁବନେଶ୍ୱର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଓ ବିଏମ୍‌ସି ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ମାର୍ଟ ସିଟି ତିଆରି କରିଥିବା ଜନପଥରେ ପାର୍କିଂ ପାଇଁ ବିଏମ୍‌ସି ଟେଣ୍ଡର ଡାକିଛି। ଶିଶୁ ଭବନ ଛକରୁ କାଳୀମନ୍ଦିର ଯାଏଁ ଖାଲି ଥିବା ସ୍ଥାନରେ ଅଫ୍‌…

ଝାଡ଼ଖଣ୍ଡର ନାବାଳିକାଙ୍କୁ ଘରେ ଖଟାଉଥିଲେ ଦମ୍ପତି, ବିର୍ସା ଛକରୁ ଉଦ୍ଧାରକଲା ପୁଲିସ

ରାଉରକେଲା: ଝାଡ଼ଖଣ୍ଡରୁ ଗରିବ ୯ ବର୍ଷର ନାବାଳିକାଙ୍କୁ ପାଠପଢ଼ାଇବାକୁ ଆଣି ଘରେ ଚାକରାଣି ପରି ଖଟାଉଥିବା ରାଉରକେଲାର ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ଉଦ୍ଧାର ନାବାଳିକାଙ୍କୁ ପ୍ଲାଣ୍ଟସାଇଟ ପୁଲିସ ଉଦ୍ଧାର କରି ଚାଇଲ୍‌ଡଲାଇନ୍‌ ‘ଦିଶା’କୁ ହସ୍ତାନ୍ତର କରିଛି। ଶିଶୁ ମଙ୍ଗଳ ସମିତି…

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଜଧାନୀରେ ‘ରନ୍ ଫର୍ ୟୁନିଟି’ ମାରାଥନ୍

ଭୁବନେଶ୍ବର: ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ  ରାଜଧାନୀ ଭୁବନେଶ୍ବରରେ ‘ରନ୍ ଫର୍ ୟୁନିଟି’ ମାରାଥନ୍ ଆୟୋଜିତ ହୋଇଛି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ…

ମନୋକ୍ରୋମରେ ମହାନଗର: ଅଣ୍ଡା ଗୋଟାକ ୧୦ ପଇସା, ଫାଟିଥିଲେ ୮ ପଇସା

ଭୁବନେଶ୍ବର: ଭୁବନେଶ୍ବରକୁ ମୁଁ ପ୍ରଥମେ ୧୯୬୫ ମସିହାରେ ଆସିଥିଲି। ଜଣେ ବନ୍ଧୁଙ୍କ ଘରେ ରହିଥିଲି। ସେତେବେଳେ ପ୍ରଦର୍ଶନୀ ପଡ଼ିଆରେ ଉତ୍କଳ ଦିବସ ପାଳନ ମନେଅଛି। ସେଠାରେ ବିଭିନ୍ନ ମେଳା ହେଉଥିଲା। ତା’କୁ ଦେଖିବାକୁ ଲୋକେ ଦୂରଦୂରାନ୍ତରୁ ସାଇକେଲ୍‌ ଓ ଶଗଡ଼ରେ ଆସୁଥିଲେ। ସହରର ପ୍ରାୟ ସବୁ…

କ୍ୟାପିଟାଲ୍‌ ହସ୍ପିଟାଲ୍‌‌େର ଲଗାମଛଡ଼ା ସୁରକ୍ଷାକର୍ମୀ: ୱାର୍ଡ ଭିତରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ବର: ପୁଣି ବିବାଦ ଘେରକୁ ଆସିଛି କ୍ୟାପିଟାଲ୍‌ ହସ୍ପିଟାଲ। ସୁରକ୍ଷା ଦେବାକୁ ନିଯୁକ୍ତ ସୁରକ୍ଷାକର୍ମୀ ନିଜେ ପାଲଟିଗଲା ପିଶାଚ। ରୋଗୀଙ୍କୁ ସୁରକ୍ଷା ଯୋଗାଉଥିବା ସୁରକ୍ଷାକର୍ମୀ ଜଣେ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବେଡ୍‌ ଉପରେ…

ପଙ୍କ କାଦୁଅରେ ଘାଣ୍ଟି ହେଉଛି ଜୀବନ: ରଣସିଂହପୁର ପଞ୍ଚାୟତ ଉପକଣ୍ଠରେ ବିଚ୍ଛିନ୍ନାଞ୍ଚଳର ଭ୍ରମ

ଖଣ୍ଡଗିରି: ରାସ୍ତା ସମସ୍ୟାରୁ ମୁକୁଳି ପାରୁ ନାହାନ୍ତି ଭୁବନ ପ୍ରାଇଡ୍‌ ଆପାର୍ଟମେଣ୍ଟ ବାସିନ୍ଦା। ରଣସିଂହପୁର ପଞ୍ଚାୟତ ଅଧୀନ ବିଜୁ ପଟ୍ଟନାୟକ ପୁଲିସ ଏକାଡେମି ପଛପାର୍ଶ୍ବରେ ଥିବା ଏହି ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାଜଧାନୀର ଉପକଣ୍ଠ ତଥା ଜାତୀୟ ରାଜପଥଠାରୁ ମାତ୍ର ୨କିଲୋମିଟର…

ଧରାବତରଣ କରିବେ ମହାକାଳୀ: ଦୁର୍ଲଭ ଦଶମହାବିଦ୍ୟା ବେଶରେ ଦର୍ଶନ ଦେବେ ମା’

ଭୁବନେଶ୍ୱର: ଧରାବତରଣ କରିବେ ମହାକାଳୀ। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ସହରର ବିଭିନ୍ନ କାଳୀ ମନ୍ଦିରରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାଜଧାନୀର ପୁରୁଣା କାଳୀପୂଜା ମଧ୍ୟରୁ ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ବହୁ ପୁରୁଣା। ଏଠାରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ…

ଜେଲ୍ ସ୍ଥାନାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ବର: ରାଜଧାନୀର ମଧ୍ୟ ଭାଗରେ ଥିବା ଝାରପଡ଼ା ଜେଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ‘ଆଞ୍ଚଳିକ ସୁରକ୍ଷା ମଞ୍ଚ’ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଦାବି କରାଯାଇଛି। ମଞ୍ଚର ସଭାପତି ଜଗନ୍ନାଥ ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି…

ବାଣ ପାଇଁ ବଢ଼ୁଛି ଚୋରା ବିସ୍ଫୋରକ କାରବାର: କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଦୀପାବଳି ପୂର୍ବରୁ ବାଣ କାରବାର ନାଁରେ ବେଆଇନ ବିସ୍ଫୋରକ କାରବାର ବଢ଼ିଚାଲିଛି। ବିନା ଲାଇସେନ୍ସରେ ବାଣ ତିଆରି ହେଉ ଅବା ବିସ୍ଫୋରକ ଗଚ୍ଛିତ ରଖିବା ବେଳେ ଅସାବଧାନତା ଯୋଗୁଁ ଧନଜୀବନ କ୍ଷୟକ୍ଷତି ଘଟୁଛି। ଇତିମଧ୍ୟରେ ଭୁବନେଶ୍ବର ଉପକଣ୍ଠ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ…