Breaking News
Browsing Category

Uncategorized

ସାମୁଦ୍ରିକ ଝଡ଼କୁ ଉଗ୍ର କରୁଛି ଜଳବାୟୁ ପରିବର୍ତ୍ତନ

ଗତ ମାସ ଶେଷ ସପ୍ତାହରେ ଆମେରିକାର ଫ୍ଳୋରିଡା ଉପକୂଳରେ ଧ୍ବଂସଲୀଳା ରଚାଇଥିବା ସାମୁଦ୍ରିକ ଝଡ଼ ‘ହେଲେନ୍‌’ ଆମେରିକାବାସୀଙ୍କ ଆଖିରୁ ନିଦ ହଜେଇ ଦେଇଛି। ପ୍ରାୟ ୨୫୦ରୁ ଅଧିକ ଜୀବନ ନେଇଥିବା ଏହି ଝଡ଼ ୨୦୧୭ ମସିହାର ‘ମେରିଆ’ ଝଡ଼ଠାରୁ ଆହୁରି ଉଗ୍ରରୂପ ନେଇଥିଲା ବୋଲି ଜଣାପଡ଼ିଛି। ତେବେ…

ମା’ ବିରଜାଙ୍କ ସିଂହଧ୍ୱଜ ରଥ

ଯାଜପୁରର ପ୍ରସିଦ୍ଧ ଦେବୀ ମାଆ ବିରଜାଙ୍କ ରଥର ନାମ ‘ସିଂହଧ୍ୱଜ’। ମାଆଙ୍କର ଏହି ସାମ୍ବତ୍ସରିକ ରଥଯାତ୍ରା ଶାରଦୀୟ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହୋଇଥାଏ। ଅବଶ୍ୟ ଶ୍ରୀକ୍ଷେତ୍ରରେ ଶାରଦୀୟ ଦୁର୍ଗାପୂଜା ଅବସରରେ, ଏକ ରଥାକୃତି ବିମାନରେ ଶ୍ରୀଦୁର୍ଗାମାଧବଙ୍କର ଯାତ୍ରା ହୁଏ ଏବଂ ତାହାକୁ…

ଅକ୍ଟୋବରରେ ଫେରିଲା ଉତ୍ସାହ: ରାଜ୍ୟରେ ୪୭,୧୩୩ ଗାଡ଼ି ବିକ୍ରି

ଭୁବନେଶ୍ବର: କିଛି ଦିନ ତଳେ ଶେଷ ହୋଇଥିବା ସେପ୍ଟେମ୍ବର ମାସ ଗାଡ଼ି ବଜାର ଲାଗି ଏକ ଅତ୍ୟନ୍ତ ଜଟିଳ ସମୟ ଥିଲା। ତିନିଚକିଆ ଗାଡ଼ିକୁ ବାଦ ଦେଲେ ଅନ୍ୟ ସବୁ ପ୍ରକାର ଗାଡ଼ି ବିକ୍ରି ଏହି ମାସରେ କମିଥିଲା। ଦୁଇଚକିଆ, କମର୍ସିଆଲ, କାର୍, ଟ୍ରାକ୍ଟର ଆଦିର ବିକ୍ରି ହ୍ରାସ ପାଇଥିଲା। ସର୍ବଭାରତୀୟ…

ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା ଗୁରୁତ୍ବପୂର୍ଣ୍ଣ

ପ୍ରତିଦିନ ରାସ୍ତା ଦୁର୍ଘଟଣା ଖବର ଆମେ ଆଖପାଖରୁ ଶୁଣିବାକୁ ପାଉ ଅଥବା ସମ୍ବାଦପତ୍ରରେ ପଢ଼ିଥାଉ। ହେଲେ ଏତେ ଦୁର୍ଘଟଣା ଘଟୁଛି କାହିଁକି ଓ ରାସ୍ତାରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ଦେଖିଲେ ସାଧାରଣ ଲୋକଟିଏ କ’ଣ କରିପାରିବ? ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲ୍‌ର ପୂର୍ବତନ ନିର୍ଦ୍ଦେଶକ…

ଚତୁର୍ଦଶ ଦିନରେ ମା’ ବିରଜାଙ୍କ ଶାରଦୀୟ ଉତ୍ସବ

ଯାଜପୁରଟାଉନ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଉତ୍ସବର ଚତୁର୍ଦଶ ଦିବସ ରୀତିନୀତି ସହ ପାଳିତ ହୋଇଛି। ଷଷ୍ଠଦିନରେ ଶ୍ରଦ୍ଧାଳୁମାନେ ପାଦ ଦର୍ଶନ କରିବା ସହ ମା’ଙ୍କ ରଥ ଟାଣିଥିଲେ। ମୁଖ୍ୟ ମନ୍ଦିର ସମ୍ମୁଖ ଯଜ୍ଞ ମଣ୍ଡପରେ ଚାଲିଥିବା ମହାଯଜ୍ଞର ଆଜି ଥିଲା ଦ୍ବିତୀୟ ଦିନ।…

‘ଆମ ଓଡ଼ିଶା’ ନିଶା ନିବାରଣ ବ୍ରତ ଅଭିଯାନ ପକ୍ଷରୁ ସମୂହ ଦୀପଦାନ ଓ ପ୍ରାର୍ଥନାସଭା

ଭୁବନେଶ୍ୱର: ‘ଆମ ଓଡ଼ିଶା’ ନିଶା ନିବାରଣ ବ୍ରତ ଅଭିଯାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସମୂହ ଦୀପଦାନ ଓ ପ୍ରାର୍ଥନାସଭା ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମସ୍ତରରେ ଅନୁଷ୍ଠିତ ହୋଇଯାଇଛି। ଆବାହିକା ଅପର୍ଣ୍ଣା ନାୟକଙ୍କ ନେତୃତ୍ୱରେ ଏଥିରେ ଉଭୟ ପୁରୁଷ ଓ ମହିଳା ନିଶାନିବାରଣ…

ପଟିଆଗଡ଼ ମହାବୀର ଦୁର୍ଗାପୂଜା କମିଟି: ଅମ୍ବର ପ୍ୟାଲେସ୍‌ରେ ବିରାଜିବେ ମା’

ଚନ୍ଦ୍ରଶେଖରପୁର: ପଟିଆଗଡ଼ ମହାବୀର ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ସାର୍ବଜନୀନ ଦୁର୍ଗାପୂଜା ମହାସମାରୋହରେ ପାଳିତ ହେବାକୁ ଯାଉଛି। ଚଳିତବର୍ଷ ପାଇଁ ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। କମିଟି ଏଥର ରାଜସ୍ଥାନର ଅମ୍ବର ପ୍ୟାଲେସ୍ ନିର୍ମାଣ କରିଛି, ଯାହାର ଉଚ୍ଚତା ୭୨ ଫୁଟ୍‌ ଓ ଓସାର ୮୦…

ଓୟୁଟିଆର୍‌ କ୍ୟାମ୍ପସ୍‌ ‌ହେବ ପ୍ରଦୂଷଣମୁକ୍ତ: ପ୍ରତିଷ୍ଠା ହେବ ଇ-ବାଇକ୍‌ ସେୟାରିଂ ଷ୍ଟେସନ୍‌

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍) କ୍ୟାମ୍ପସ ‌ହେବ ପ୍ରଦୂଷଣମୁକ୍ତ। ପେଟ୍ରୋଲ ଚାଳିତ ବାଇକ୍‌ ଓ ସ୍କୁଟିର ବ୍ୟବହାର କମ୍‌ କରାଯିବ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ କିମ୍ବା ବାହାରକୁ ଯିବା ଆସିବା କରିବା ସମୟରେ ଇ-ବାଇକ୍‌ ବ୍ୟବହାର କରିବେ।…

କେରାଣ୍ଡିମାଳ ପାହାଡ଼ରେ ବିରାଜିତ ମା’ ବାଳକୁମାରୀ

ଚିକିଟି: ଗଞ୍ଜାମ ଜିଲ୍ଲାର ପ୍ରମୁଖ‌ ଦେବୀ ପୀଠଗୁଡ଼ିକ ମଧ୍ୟରେ ମା’ ବାଳକୁମାରୀ ପୀଠ ହେଉଛି ଅନ୍ୟତମ। ବ୍ରହ୍ମପୁର ସହରଠୁ ୨୭ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠକୁ ବର୍ଷସାରା ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। କେରାଣ୍ଡିମାଳ ପାହାଡ଼ ଉପରେ ବିରାଜିତ ମା’…

କାନଭାସ୍‌ରେ ନାରୀର ଶକ୍ତି

ଚନ୍ଦ୍ରଶେଖରପୁର: ନାରୀ ଦୁର୍ବଳା, ଅବଳା କିମ୍ବା ପଛୁଆ ନୁହେଁ। ନାରୀ ବର୍ତମାନ ପ୍ରତିଟି କ୍ଷେତ୍ରରେ ପୁରୁଷ ସହିତ ତାଳ ଦେବାକୁ, ଏପରିକି ତା’ଠୁ ବଳିଯିବାକୁ ସକ୍ଷମ। କାନ୍‌ଭାସ୍‌ ଉପରେ ଏଭଳି ଏକ ପ୍ରସଙ୍ଗର ପ୍ରତିଫଳନ ଦର୍ଶକଙ୍କୁ ଚମତ୍କୃତ କରିଥିଲା ଆଜି ବୁଦ୍ଧଆର୍ଟ ଗ୍ୟାଲେରିରେ। ‘ନାରୀ’…