ଓଡିଶା

Cattle Hide Trading: ଗୋରୁ ଚମଡ଼ା ଚାଲାଣ ବେଳେ ଅଟକାଇଲେ ବଜରଙ୍ଗ ଦଳ କର୍ମୀ, ରାସ୍ତା ଅବରୋଧ

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ପ୍ରତ୍ୟେକ ସମୟରେ ଗୋ ମାଂସ ଚାଲାଣ କରାଯାଉଛି। ଏହା ସହିତ ଗୋରୁ ଚମଡ଼ା ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ପୁଲିସ ଚାଲାଣ ଉପରେ ରୋକ ଲଗାଇବାରେ ସମ୍ପୂର୍ଣ ବିଫଳ....

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ପ୍ରତ୍ୟେକ ସମୟରେ ଗୋ ମାଂସ ଚାଲାଣ କରାଯାଉଛି। ଏହା ସହିତ ଗୋରୁ ଚମଡ଼ା ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ପୁଲିସ ଚାଲାଣ ଉପରେ ରୋକ ଲଗାଇବାରେ ସମ୍ପୂର୍ଣ ବିଫଳ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ଅପରପକ୍ଷରେ ବଜରଙ୍ଗ ଦଳ କର୍ମୀ ଗୋମାଂସ ଚାଲାଣକାରୀଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି।

ସ୍କୁଟିରେ ଚାଲାଣ

ମଙ୍ଗଳବାର ସକାଳୁ ସ୍ଥାନୀୟ ସିରିପାରୀ ଗ୍ରାମର ଜନୈକ ବ୍ୟବସାୟୀ ଗୋଟିଏ ସ୍କୁଟିରେ ଗୋଟିଏ ଷଣ୍ଢ ଓ ୩ ଗାଈଙ୍କ ମୃତ୍ୟୁ ପରେ ଚମଡ଼ା ଲଦି ନେଇ ଯାଉଥିଲେ। ଗୋପ ବ୍ରାଞ୍ଚ୍ କେନାଲ ବନ୍ଧ ହଂସପାଳରୁ ନିମାପଡ଼ା ରାସ୍ତାରେ ସ୍କୁଟିକୁ ବଜରଙ୍ଗ ଦଳ କର୍ମୀ ଅଟକାଇ ଯାଞ୍ଚ୍ କରିଥିଲେ।

ଅଧିକ ପଚରାଉଚର ପରେ ଗୋରୁ ଚମଡ଼ା ଥିବା ଜଣା ପଡିଥିଲା। ଏହାକୁ ନେଇ ବଜରଙ୍ଗ ଦଳ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଉତେଜନା ଦେଖା ଦେଇଥିଲା।

ଇତିମଧ୍ୟରେ  ଚାଲାଣ କରୁଥିବା ବ୍ୟକ୍ତି ଜଣଙ୍କ ସୁଯୋଗ ଉଣ୍ଡି ଘଯଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହାକୁ ନେଇ ଉତ୍ୟକ୍ତ ଲୋକେ ହଂସପାଳ ନିମାପଡ଼ା ରାସ୍ତାକୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଛି।

ବନମାଳୀପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଗୋ ଚାଲାଣକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button