ମହାନଗର

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସ: ‘ରାଧାରାଣୀ ସଙ୍ଗେ ନାଚେ ମୂରଲୀପାଣି’

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସରେ ଓଡ଼ିଶୀ ନୃତ୍ୟର ଅତୁଳନୀୟ ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା।

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ  ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ  ଉତ୍ସବର ତୃତୀୟ ଦିବସରେ ଓଡ଼ିଶୀ ନୃତ୍ୟର ଅତୁଳନୀୟ ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା। ପୂର୍ବାହ୍ନରେ ଗଡ୍‌ ମେକର୍ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦଳଗତ ମଙ୍ଗଳାଚରଣ ପରେ ଓଡ଼ିଶୀ ଏକକ ନୃତ୍ୟ ପର୍ଯ୍ୟାୟରେ ଇଶାନି ମିଶ୍ର ‘ରାଧାରାଣୀ ସଙ୍ଗେ ନାଚେ ମୂରଲୀପାଣି’, ହିମାନୀ ସାରଥି ‘ସାବେରୀ ପଲ୍ଲବୀ’, ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର ‘ଦରବାରୀ ପଲ୍ଲବୀ’ ପରିବେଷଣ କରିଥିଲେ। ଓଡ଼ିଶୀ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ତେଜସ୍ୱିନୀ ବାରିକ ଓ ରିଷିତା ପାତ୍ରଙ୍କ ‘ମଙ୍ଗଳାଚରଣ’ ଦର୍ଶକଙ୍କୁ ଆହ୍ଲାଦିତ କରିଥି। ଶେଷରେ ଦଳଗତ  ନୃତ୍ୟରେ ଶ୍ରୀ ବିଦ୍ୟା ସଂଗୀତ ଏବଂ କଳା ପ୍ରତିଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ‘ଦଶ ମହାବିଦ୍ୟା’ ପରିବେଷିତ ହୋଇଥିଲା।

ଅପରାହ୍ନ କାର୍ଯ୍ୟକ୍ରମରେ ମୁମ୍ବାଇରୁ ଆସିଥିବା ସ୍ମିତାଳୟର ଶିଳ୍ପୀମାନେ ଦୁର୍ଗସ୍ତୁତି ପରିବେଷଣ କରିଥିଲେ। ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସାଇ ଦୀପା ଦାସ ଓ ଶୁଭଶ୍ରୀ ରାୟ,  ଅଦ୍ରିକା  ଚଟ୍ଟୋପାଧ୍ୟାୟ ଓ ପ୍ରିୟଙ୍କା ଘୋଷ, ଦ୍ୱୈତ ନୃତ୍ୟରେ ସମ୍ପୂର୍ଣ ଇନ୍ଦୁ ପାଣି ଓ ସଞ୍ଜନା ଗୌଡ଼, ଏକକ ନୃତ୍ୟରେ ସୁବ୍ରତା ପଣ୍ଡା,  ଅନୀଶ ରାଘବନ, ମୌମିତ ବାତ୍ସ ଘୋଷ, ପରିବେଷଣ କରିଥିଲେ।  ଶେଷରେ କଳ୍ପୋଦୀପ ଅନୁଷ୍ଠାନର ଶିଳ୍ପୀମାନେ ‘ଶିବତାଣ୍ଡବ’ ପରିବେଷଣ କରିଥିଲେ।

ସଂଧ୍ୟା ଅଧିବେଶନରେ  ଅତିଥି ଭାବେ ଗୁରୁ ଦୁର୍ଗା ଚରଣ ରଣବୀର, ‘ଆର୍ଟ ଭିଜନ’ର ସମ୍ପାଦିକା ଗୁରୁ ଇଲିଆନା ସୀତାରିଷ୍ଟ ଓ ଶୁଚିଶ୍ମିତା ମନ୍ତ୍ରୀ ଯୋଗ ଦେଇଥିଲେ। ନୃତ୍ୟାଙ୍ଗନା ସଙ୍ଗୀତା ଦାଶଙ୍କ  ଅଭିନୟ ‘କେଡେ ଛନ୍ଦ ଜାଣେ ଲୋ’ ପରିବେଷଣରୁ ସନ୍ଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଶ୍ରୀଦତ୍ତ ଭୋଳଙ୍କ ଏକକ ନୃତ୍ୟ, ଅଞ୍ଜଳି ଦାଶ ଓ ଲୋପାମୁଦ୍ରା ସାହୁଙ୍କ ଦ୍ୱୈତ ନୃତ୍ୟ ଚିତାକର୍ଷକ ଥିଲା। ଏହା ପରେ ସୋନାମ ପଣ୍ଡା, ଦେବଯାନୀ ଦାସ, ଶ୍ରୁତିଶ୍ରୀ ରାଉତ ଓ ତନୁଶ୍ରୀ ସାହୁ, ସମ ଗୋରୟା, ଟୁବୁଲା କୁମାର, ଅଦ୍ୟାଶା ଫାଉଣ୍ଡେସନ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ ପରିଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button