Uncategorized

Census Update: ଜନଗଣନା,ମୋବାଇଲ୍ ଆପ୍‌ରେ ନିଜର ଗଣନା କରିପାରିବେ ନିଜେ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏନେଇ ନିୟମ ଏବଂ ସମୟସୀମା ଘୋଷଣା କରାଯାଇଛି। ପରିବାର ତାଲିକାଭୁକ୍ତ କରିବା ଏବଂ ଗଣନା ପ୍ରକ୍ରିୟା ଚଳିତ ବର୍ଷ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଆରମ୍ଭ ହେବ...

ନୂଆଦିଲ୍ଲୀ:କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏନେଇ ନିୟମ ଏବଂ ସମୟସୀମା ଘୋଷଣା କରାଯାଇଛି। ପରିବାର ତାଲିକାଭୁକ୍ତ କରିବା ଏବଂ ଗଣନା ପ୍ରକ୍ରିୟା ଚଳିତ ବର୍ଷ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଆରମ୍ଭ ହେବ। ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି କାର୍ଯ୍ୟ ସମାପ୍ତ କରିବା ପାଇଁ ୩୦ ଦିନ ସମୟ ଦିଆଯିବ।

ଏଥର ଜନଗଣନାରେ ଲୋକମାନଙ୍କ ପାଖରେ ଆତ୍ମଗଣନା କରିବାର ବିକଳ୍ପ ମଧ୍ୟ ରହିବ। ଅର୍ଥାତ୍ ସେମାନେ ନିଜର ସୂଚନା ଏଣ୍ଟ୍ରି କରିପାରିବେ। ଏହି ସୁବିଧା ଘର ଘର ସର୍ଭେ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଉପଲବ୍ଧ ହେବ। ସରକାର ପୂର୍ବ ୨୦୨୦ ଆଦେଶକୁ ରଦ୍ଦ କରି ନୂତନ ନିୟମ ଅନୁଯାୟୀ ଏହି କାର୍ଯ୍ୟକୁ ସବୁଜ ସଙ୍କେତ ଦେଇଛନ୍ତି।

୨୦୨୧ ମସିହାରେ ଜନଗଣନା ସ୍ଥଗିତ ରଖାଯାଇଥିଲା

ଜନଗଣନା ୨୦୨୧ ମସିହାରେ ହେବାର ଥିଲା କିନ୍ତୁ କୋଭିଡ-୧୯ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ତାହା ଏବେ ପୁନର୍ବାର ଆରମ୍ଭ ହେଉଛି। ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ପରିବାର ତାଲିକାଭୁକ୍ତ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା କରାଯିବ। ଗଣନା ୧ ଏପ୍ରିଲ ୨୦୨୬ ରୁ ଆରମ୍ଭ ହେବ ଏବଂ ୨୮ ଫେବ୍ରୁଆରି ୨୦୨୭ ପର୍ଯ୍ୟନ୍ତ ଚାଲିବ।

ଜନଗଣନା କାର୍ଯ୍ୟ କେବେ ସମାପ୍ତ ହେବ?

ସମଗ୍ର ଦେଶ ପାଇଁ ଚୂଡ଼ାନ୍ତ ଜନସଂଖ୍ୟା ସଂଖ୍ୟା ପାଇଁ ରେଫରେନ୍ସ ସମୟ ୧ ମାର୍ଚ୍ଚ ୨୦୨୭ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିବ। ତେବେ ଲଦାଖ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ତୁଷାରପାତ ଏବଂ ଦୁର୍ଗମ ଅଞ୍ଚଳ ପାଇଁ ନିୟମ ଥଥା ସମୟସୀମା ସାମାନ୍ୟ ଭିନ୍ନ ହୋଇପାରେ।

ଜନଗଣନା ପାଇଁ କେତେ ବଜେଟ୍ ?

ଗତ ଡିସେମ୍ବରରେ, ପୟଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏହି କାର୍ଯ୍ୟ ପାଇଁ ୧୧,୭୧୮ କୋଟିରୁ ଅଧିକ ବଜେଟ୍ ଅନୁମୋଦନ କରିଥିଲେ। ଏହି ଜନଗଣନାରେ ଏକ ପ୍ରମୁଖ ପରିବର୍ତ୍ତନ ହେବ। ଜନସଂଖ୍ୟା ଗଣନା ସହିତ ଜାତି ସୂଚନା ଅନ୍ତର୍ଭୁକ୍ତ କରାଯିବ। ଏହା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ କାର୍ଯ୍ୟ, ଏହାକୁ ସମାପ୍ତ କରିବାକୁ ପ୍ରାୟ ୩ ନିୟୁତ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ପଡିବ। ଏହା ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା ହେବ। ଏଥିରେ କାଗଜ କଲମ ବଦଳରେ ମୋବାଇଲ୍ ଆପ୍ ବ୍ୟବହାର କରି ଘର ଘର ବୁଲି ସୂଚନା ସଂଗ୍ରହ କରାଯିବ।

ତଥ୍ୟ ମନିଟରିଂ ପାଇଁ ସ୍ୱତନ୍ତ୍ର ପୋର୍ଟାଲ

ତଥ୍ୟ ଉପରେ ନଜର ରଖିବା, ସଠିକତା ସୁନିଶ୍ଚିତ କରିବା ଏବଂ ତ୍ରୁଟି କମ୍ କରିବା ପାଇଁ ଏକ ପୋର୍ଟାଲ ବିକଶିତ କରାଯାଇଛି। ସରକାର କହିଛନ୍ତି, ତଥ୍ୟ ଏପରି ଭାବରେ ସଂରକ୍ଷଣ କରାଯିବ ଯାହା ଯୋଜନା ପାଇଁ ଆବଶ୍ୟକୀୟ ତଥ୍ୟକୁ ଏକ ବଟନ୍ କ୍ଲିକ୍‌ରେ ଉପଲବ୍ଧ କରିବ।  ସେନ୍ସସ୍ ଆଜ୍ ଏ ସର୍ଭିସ୍(CaaS) ନାମକ ଏକ ନୂତନ ସେବା ସମସ୍ତ ସରକାରୀ ମନ୍ତ୍ରଣାଳୟକୁ ସ୍ୱଚ୍ଛ ଏବଂ ସଂଗଠିତ ତଥ୍ୟ ପ୍ରଦାନ କରିବ।

ସମଗ୍ର ଜନଗଣନା ପ୍ରକ୍ରିୟା କିପରି ହେବ?

ଜନଗଣନା ଦଳର ସଦସ୍ୟ ପ୍ରତି ଲୋକଙ୍କ ଘରକୁ ଆସିବେ। ସେମାନେ ଦୁଇଟି ଭିନ୍ନ ଭିନ୍ନ ସେଟ୍‌ର ପ୍ରଶ୍ନ ପଚାରିବେ। ପ୍ରଥମ ସେଟ୍‌ରେ ଘରେ ଥିବା ସୁବିଧା ବିଷୟରେ ପ୍ରଶ୍ନ ରହିଥିବ। ଦ୍ୱିତୀୟ ସେଟ୍‌ରେ ପରିବାର ସଦସ୍ୟଙ୍କ ବିଷୟରେ ସୂଚନା ସଂଗ୍ରହ କରାଯିବା ପାଇଁ ପ୍ରଶ୍ନ ରହିଥିବ।  ସରକାରୀ ସ୍କୁଲ ଶିକ୍ଷକମାନେ ଏହି କାର୍ଯ୍ୟ କରିବେ। ରାଜ୍ୟ ସରକାର ସେମାନଙ୍କୁ ସେମାନଙ୍କର ନିୟମିତ କର୍ତ୍ତବ୍ୟ ସହିତ ଏହି ଦାୟିତ୍ୱ ମଧ୍ୟ ଦେବେ।

ଜନଗଣନାକୁ କିପରି ସଠିକ୍ ଭାବରେ ତଦାରଖ କରାଯିବ?

ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଏକ ପୋର୍ଟାଲ(Computerized Maintenance Management System)CMMS ସୃଷ୍ଟି କରାଯାଇଛି। ଯାହା ଦ୍ବାରା ସରକାର ରିୟଲ ଟାଇମ୍  ଜନଗଣନାର ପ୍ରଗତିକୁ ଟ୍ରାକ୍ କରିପାରିବେ। ତେବେ ଜଣେ ଗଣନାକାରୀଙ୍କ ଆସିବା ପାଇଁ ସାଧାରଣ ଲୋକଙ୍କୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ।

ଜନଗଣନା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଜନଗଣନା ଆପ୍ କିମ୍ବା ପୋର୍ଟାଲ ବ୍ୟବହାର କରି ଜଣେ ନିଜେ ନିଜର ସୂଚନା ଏଣ୍ଟ୍ରି କରିପାରିବେ। ଯେହେତୁ ଏହି ପ୍ରକ୍ରିୟା ଡିଜିଟାଲ୍, ସମ୍ପୂର୍ଣ୍ଣ ତଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button