Chaudawara jail: ଚୌଦ୍ବାର ଜେଲ୍ରେ ହଟଚମଟ: ଅଧୀକ୍ଷକଙ୍କ କମ୍ପ୍ୟୁଟରରୁ ଦସ୍ତାବିଜ ଭାଇରାଲ୍, ହ୍ବାଟସଆପ୍ରେ ବୁଲୁଛି ୩୭୫ ପୃଷ୍ଠାର ତଥ୍ୟ
ଚୌଦ୍ବାର ସର୍କଲ୍ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ଚୌଦ୍ବାର ଜେଲ୍ର ପୂର୍ବତନ ଜେଲର୍ ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ସନ୍ତୋଷିନୀ ଦାଶ ପରସ୍ପର ବିରୋଧରେ ଥାନାରେ ଏତଲା ଦେବା ଘଟଣା....

କଟକ: ଚୌଦ୍ବାର ସର୍କଲ୍ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ଚୌଦ୍ବାର ଜେଲ୍ର ପୂର୍ବତନ ଜେଲର୍ ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ସନ୍ତୋଷିନୀ ଦାଶ ପରସ୍ପର ବିରୋଧରେ ଥାନାରେ ଏତଲା ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ଶ୍ରୀ ରାଉଳଙ୍କ ନିଜ ସରକାରୀ କମ୍ପ୍ୟୁଟରରୁ ୩୭୫ ପୃଷ୍ଠାର ଗୁରୁତ୍ବପୂର୍ଣ୍ଣ ସରକାରୀ ଚିଠି ଭାଇରାଲ୍ ହେବାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଏଥିରେ ଜେଲ୍ର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।
୨୦୨୫ ଅକ୍ଟୋବର ୩ରେ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ବାର ସର୍କଲ ଜେଲ୍ରୁ ଫେରାର ହୋଇଯିବା ପରେ ଗୋଟିଏ ପରେ ଗୋଟିଏ ବିବାଦ ସାମନାକୁ ଆସିଛି। ବରିଷ୍ଠ ଅଧୀକ୍ଷକଙ୍କ କମ୍ପ୍ୟୁଟରରୁ ଭାଇରାଲ୍ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଚିଠି ଭିତରେ କଟକ ରେଞ୍ଜ୍ର ଡିଆଇଜିଙ୍କୁ ବିଭିନ୍ନ ସମୟରେ କଏଦୀଙ୍କୁ ଆକ୍ରମଣ ସଂକ୍ରାନ୍ତ ଆଭ୍ୟନ୍ତରୀଣ ରିପୋର୍ଟ, ଜେଲ୍ର ୬ ଜଣିଆ ସିକ୍ୟୁରିଟି ଅଡିଟ୍ ଟିମ୍ ଦ୍ବାରା ଜେଲ୍ରେ ଥିବା ସମସ୍ତ ଦୁର୍ବଳତା ଚିହ୍ନଟ ସଂକ୍ରାନ୍ତ ଜେଲ୍ ଡିଜିଙ୍କୁ ଚିଠି, ଜେଲ୍ରେ ମୋବାଇଲ୍, ଗଞ୍ଜେଇ, ବ୍ରାଉନସୁଗାର, ମାରଣାସ୍ତ୍ର କାରବାର ହେଉଥିବା ସଂକ୍ରାନ୍ତରେ ଆଭ୍ୟନ୍ତରୀଣ ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଗଠନ ହୋଇଥିବା ୨୦ ଜଣିଆ ଟିମ୍ର ନିର୍ଦ୍ଦେଶନାମା ସଂକ୍ରାନ୍ତ ଚିଠି ଇତ୍ୟାଦି ରହିଛି। ସିଧାସଳଖ ଜେଲ୍ ଡିଜିଙ୍କୁ ଜେଲ୍ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଲେଖାଯାଇଥିବା ଚିଠି ବି ଏହି ୩୭୫ ପୃଷ୍ଠାରେ ରହିଛି। ଅନ୍ୟପଟେ ପରସ୍ପର ବିରୋଧରେ ଦେଇଥିବା ଏତଲାକୁ ନେଇ ପୁଣି ଥରେ ଉଭୟ ଅଧୀକ୍ଷକ ଓ ଜେଲର୍ ମୁହାଁମୁହିଁ ହୋଇଛନ୍ତି। ବରିଷ୍ଠ ଜେଲ୍ ଅଧୀକ୍ଷକ ଶ୍ରୀ ରାଉଳ ରବିବାର ଶ୍ରୀମତୀ ଦାଶଙ୍କ ବିରୋଧରେ ଚୌଦ୍ବାର ଥାନାରେ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ଆଣିଥିଲେ। ଏଥିରେ ଦର୍ଶାଇଥିଲେ ଯେ ଶ୍ରୀମତୀ ଦାଶ ଚୌଦ୍ବାର ଜେଲ୍ରୁ ବଦଳି ହେବା ପରେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା ରଘୁରାଜ ମାଝୀଙ୍କୁ କ୍ୟାଣ୍ଟିନ୍ର ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ ପ୍ରଦାନ କରି ନ ଥିଲେ। ସେ ଜେଲ୍ରେ ଅନେକ କଏଦୀଙ୍କୁ ବିନା କାରଣରେ ନିର୍ଯାତନା ଦେଇଥିବାର ରେକର୍ଡ ରହିଛି।
ମୁହଁ ଖୋଲୁନାହାନ୍ତି ଜେଲ୍ ଡିଜି
ଅଧୀକ୍ଷକଙ୍କ ଏତଲାକୁ ମିଛ କହିଲେ ଜେଲର୍
ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଓ ମଧୁକାନ୍ତଙ୍କୁ ଶ୍ରୀମତୀ ଦାଶ ଦୁର୍ଗାପୂଜା ସମୟରେ ଦୁଇ ଥର ବିନା ଅନୁମତିରେ ଆଣିଥିବା ସଂକ୍ରାନ୍ତରେ ମଧ୍ୟ ବରିଷ୍ଠ ଅଧୀକ୍ଷକ ଏତଲାରେ ଦର୍ଶାଇଥିଲେ। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମତୀ ଦାଶ। ଶ୍ରୀମତୀ ଦାଶଙ୍କ କହିବା ଅନୁଯାୟୀ, ପୂଜା ସମୟରେ କେବଳ ଫେରାର ଦୁଇ ବିହାରୀ କଏଦୀ ଆସି ନ ଥିଲେ ବରଂ ସମସ୍ତ କଏଦୀ ବାହାରକୁ ଆସିଥିଲେ। ଜେଲ୍ରୁ ବାହାରି ଦୁର୍ଗାପୂଜା ଦେଖିବାକୁ କଏଦୀଙ୍କ ପାଇଁ କୌଣସି କଟକଣା ନଥିଲା। କ୍ୟାଣ୍ଟିନ୍ ଟଙ୍କା ହେରଫେର୍ ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ନୂଆ ଜେଲର୍ଙ୍କୁ ଦାୟିତ୍ବ ହସ୍ତାନ୍ତର ସମୟରେ କ୍ୟାଣ୍ଟିନ ଟଙ୍କା ସମ୍ପର୍କିତ ସମସ୍ତ ତଥ୍ୟ ଦସ୍ତାବିଜରେ ସ୍ପଷ୍ଟ ଉଲ୍ଲେଖ ରହିଛି। ତେଣୁ ଏଥିରେ କୌଣସି ପ୍ରକାର ସତ୍ୟାସତ୍ୟ ନଥିବା ଶ୍ରୀମତୀ ଦାଶ କହିଛନ୍ତି। ଚୌଦ୍ବାର ଜେଲ୍ର ଏଭଳି ଘଟଣା ହଟଚମଟ ସୃଷ୍ଟି କରିଥିଲେ ବି ଜେଲ୍ ଡିଜି ସୁଶାନ୍ତ କୁମାର କୁମାର ନାଥଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି ପ୍ରତିକ୍ରିୟା ମିଳିପାରି ନାହିଁ।
ସୌଜନ୍ୟ ସମ୍ବା




