ଓଡିଶାଖେଳମହାନଗର

Chess Championship: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଚେସ୍‌ ଉଦ୍‌ଘାଟିତ: ଭାଗନେଉଛନ୍ତି ୩୦ ବିଶ୍ବବିଦ୍ୟାଳୟର ୩୦୦ ଖେଳାଳି ଓ ଅଧିକାରୀ

ଉଦ୍‌ଘାଟିତ ‌ହୋଇଯାଇଛି। ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ (ଏଆଇୟୁ) ଅନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ପାଞ୍ଚ ଦିନିଆ ପ୍ରତିଯୋଗିତା ବିଶ୍ବବିଦ୍ୟାଳୟର ବିଶ୍ବନାଥନ ଆନନ୍ଦ ଅନ୍ତର୍ଜାତୀୟ ଚେସ୍‌ ହଲ୍‌ଠାରେ ଖେଳାଯାଉଛି। ପୂର୍ବାଞ୍ଚଳର ୩୦ ବିଶ୍ବବିଦ୍ୟାଳୟର ୩୦୦ ଖେଳାଳି ଓ ଅଧିକାରୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାର ଶୀର୍ଷ ଚାରିଟି ଦଳ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବେ।

ସୋମବାରର ଉଦ୍‌ଘାଟନୀ ଉତ୍ସବରେ କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ପ୍ରଫେସର୍‌ ଗଗନେନ୍ଦୁ ଦାସ, ଅନ୍ତର୍ଜାତୀୟ ମାଷ୍ଟର୍‌ ଶେଖର ଚନ୍ଦ୍ର ସାହୁ, ଫିଡେର ବରିଷ୍ଠ ଟ୍ରେନର୍‌ ତଥା ଏଆଇୟୁ ପର୍ଯ୍ୟବେକ୍ଷକ ଡ. ଧିନୁ ଏମ୍‌ଆର, କିସ୍‌ ବିଶ୍ବବିଦ୍ୟାଳୟର ଯୁଗ୍ମ କ୍ରୀଡ଼ା ନିର୍ଦ୍ଦେଶକ ରୁଦ୍ରକେଶ ଜେନା ଏବଂ ଅଲ୍‌ ଓଡ଼ିଶା ଚେସ୍‌ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ କିଟ୍‌, କିସ୍‌ ଓ କିମ୍ସ ପ୍ରତିଷ୍ଠାତା ପ୍ରଫେସର୍‌ ଅଚ୍ୟୁତ ସାମନ୍ତ ସମସ୍ତ ଅଂଶଗ୍ରହଣକାରୀ ଦଳ ଓ ଖେଳାଳିଙ୍କୁ ଶୁଭକାମନା ଜ୍ଞାପନ କରିବା ସହ ଖେଳୁଆଡ଼ ମନୋଭାବକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ର ଗଠନ ଓ ସମଗ୍ର ଶିକ୍ଷା ଉପରେ ଶ୍ରୀ ସାମନ୍ତ ଗୁରୁତ୍ବାରୋପ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button