ଓଡିଶାଜିଲ୍ଲା

Chief Minister: ଅନୁଦାନ ଅଜାଡ଼ିଦେଲେ ମୁଖ୍ୟମନ୍ତ୍ରୀ: ‘ଗ୍ରେଟର୍‌ ବ୍ରହ୍ମପୁର ପାଇଁ ଡିପିଆର୍‌ କର’

ବହୁଦିନର ଦାବିକୁ ବିଜେଡି ଉପେକ୍ଷା କରୁଥିଲା। ବ୍ରହ୍ମପୁର ସହରର କଳେବର ବଢ଼ିବାକୁ କେହି ଗୁରୁତ୍ବ ଦେଉନଥିଲେ। ଯଦିଓ ଗତ କିଛି ମାସ ହେଲା ତତ୍ପରତା ଆରମ୍ଭ ହୋଇଥିଲା, ତାହା କେବଳ କାଗଜକଲମରେ।

ବ୍ରହ୍ମପୁର: ବହୁଦିନର ଦାବିକୁ ବିଜେଡି ଉପେକ୍ଷା କରୁଥିଲା। ବ୍ରହ୍ମପୁର ସହରର କଳେବର ବଢ଼ିବାକୁ କେହି ଗୁରୁତ୍ବ ଦେଉନଥିଲେ। ଯଦିଓ ଗତ କିଛି ମାସ ହେଲା ତତ୍ପରତା ଆରମ୍ଭ ହୋଇଥିଲା, ତାହା କେବଳ କାଗଜକଲମରେ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗ୍ରେଟର୍‌ ବ୍ରହ୍ମପୁର’ ଘୋଷଣା କରିବା ସହ ତୁରନ୍ତ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ପରି ବ୍ରହ୍ମପୁର ସହରର କଳେବର ବୃଦ୍ଧି ହେବ। ଏହାକୁ ‘ଗ୍ରେଟର୍‌ ବ୍ରହ୍ମପୁର ସିଟି’ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ଆବଶ୍ୟକ ଡିପିଆର୍‌ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଜନାବଦ୍ଧ ଭାବେ ସମସ୍ତ ମୌଳିକ ସେବା ଯୋଗାଇ ଦେବା ପାଇଁ ସହରରେ ଟାଉନ୍‌ ପ୍ଲାନିଂ ବା ଟିପି ସ୍କିମ୍‌ ଲାଗୁ କରାଯିବ। ବର୍ତ୍ତମାନ ଦୁଇଟି ଟିପି ସ୍କିମ୍‌ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏହାଦ୍ବାରା ସହର ଉପକଣ୍ଠରେ ଉନ୍ନତ ସହରୀ ଭିତ୍ତିଭୂମି ବିକାଶ ହେବା ସହିତ ଜମି ମାଲିକମାନେ ମଧ୍ୟ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦକ୍ଷିଣ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ଫୋକସ୍‌

୬୦୦୦ କୋଟିରେ ବ୍ରହ୍ମପୁର-ଜୟପୁର ରାସ୍ତା ୬ ଥାକିଆ ହେବ
୫୨ କୋଟିରେ ବ୍ରହ୍ମପୁର ସହରରେ ରାସ୍ତା ଫିଟିବ
ମହାନଗର ନିଗମ ଅଞ୍ଚଳରେ ହେବ ଫୁଡ୍‌ ଷ୍ଟ୍ରିଟ୍‌

ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର। ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ନିହାତି ଜରୁରି। ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୫୨ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସହରର ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ଓ ଟ୍ରାଫିକ୍‌ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହା ସହାୟକ ହେବ। ସେହିପରି ବ୍ରହ୍ମପୁର-ଜୟପୁରକୁ ସଂଯୋଗ ଲାଗି ଏକ ୬ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ଏଥିଲାଗି ୬୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିନିମନ୍ତେ ପ୍ରକ୍ରିୟା ଜାରି ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଖାଲି ସେତିକି ନୁହେଁ, ବ୍ରହ୍ମପୁରର ଖାଦ୍ୟ ପ୍ରସିଦ୍ଧିକୁ ନେଇ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ଫୁଡ୍‌ ଷ୍ଟ୍ରିଟ୍‌ ନିର୍ମାଣ କରାଯିବ। ଏହି ସହରର ବିକାଶ ପାଇଁ ଆଗାମୀ ଦିନରେ ଆହୁରି ଅନେକ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ସମୃଦ୍ଧ ଓଡ଼ିଶା ଗଠନରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ଭୂମିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

 

ସୌଜନ୍ୟ ସମ୍ବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button