ଓଡିଶା

Chief Minister Hikes Stipend ସରକାରୀ ଆୟୁର୍ବେଦିକ୍ ଓ ହୋମିଓପ୍ୟାଥିକ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ସରକାରୀ ଆୟୁର୍ବେଦିକ୍ ଓ ହୋମିଓପ୍ୟାଥିକ୍ ଛାତ୍ରଛାତ୍ରୀଙ୍କ stipend ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବର: ସରକାରୀ ଆୟୁର୍ବେଦିକ୍ ଓ ହୋମିଓପ୍ୟାଥିକ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜରେ ପଢୁଥିବା ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମିଳୁଥିବା ଷ୍ଟାଇପେଣ୍ଡକୁ ବୃଦ୍ଧି କରିଛନ୍ତି  ମୁଖ୍ୟମନ୍ତ୍ରୀ। ଆୟୁର୍ବେଦ ଓ ହୋମିଓପାଥିକ୍ ଚିକିତ୍ସା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଏହାଦ୍ବାରା ଉଭୟ ପାଠ୍ୟକ୍ରମରେ ପିଜି କରୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ। ଏହି ନୂତନ ଷ୍ଟାଇପେଣ୍ଡ ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ। ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୩୧ ହଜାରରୁ ୪୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ୩୨ ହଜାରରୁ ୫୨ ହଜାର ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ଷ୍ଟାଇପେଣ୍ଡ ୩୩ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର।

ଏହି ନିଷ୍ପତ୍ତି ଅନୁଯାୟୀ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡରେ ୫୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏଣେ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ହେଉଛି ୬୨ ପ୍ରତିଶତ ବୃଦ୍ଧି । ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବୃଦ୍ଧି ୬୭ ପ୍ରତିଶତ ବୋଲି ଜଣାଯାଇଛି ।

ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ

 

ସେହିପରି ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର ହାଉସ୍ ସର୍ଜନମାନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଚଳିତ ବର୍ଷ ଅଗଷ୍ଟ ପହିଲାରୁ ଲାଗୁହେବ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଶିକ୍ଷା ଓ ରୋଗୀ ସେବାରେ ଅଧିକ ମନୋନିବେଶ କରି ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button