Breaking News

ଶିକ୍ଷାଦାନ ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ସାସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅନୁଷ୍ଠିତ  ହୁଏ ଶିଶୁ ମହୋତ୍ସବ ‘ସୁରଭି’

0

ଫୁଲବାଣୀ: ଶିକ୍ଷାଦାନ ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ସାସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅନୁଷ୍ଠିତ  ହୁଏ ଶିଶୁ ମହୋତ୍ସବ ‘ସୁରଭି’। କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ପରେ ଫୁଲବାଣୀ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବକୁ ଏଜେଓ ଉଚ୍ଚବିଦ୍ୟାଳୟ ଠାରେ ଜିଲା ଶିକ୍ଷା ଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଶିଶୁ ମହୋତ୍ସବ ଓ ନୃତ୍ୟ କଳା ଉତ୍ସବରେ ମୋଟ ୨୭ଟି ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ପାଇଁ ଏହି ‘ସୁରଭି’ କାର୍ଯ୍ୟକ୍ରମ ପ୍ରକୃଷ୍ଟ ମାଧ୍ୟମ। ନୃତ୍ୟ ସଂଙ୍ଗିତ, ବାଦ୍ୟଯନ୍ତ୍ର, ଚିତ୍ରକଳା ବକ୍ତୃତା ଇତ୍ୟାଦିକୁ ଜୀବନରେ ବିନିଯୋଗ କରାଯ।ଇ ପାରିବ।

ଶିଶୁ ମହୋତ୍ସବ ‘ସୁରଭି’ର ଉଦଯାପନି ଉତ୍ସବରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ କଳା ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତ କରି ଭୂୟଶୀ ପ୍ରଶଂସା କରିଥିଲେ। ସମାଜସେବୀ ଅଶୋକ ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବ୍ଲକସ୍ତରୀୟ କାର୍ଯ୍ୟ କ୍ରମରେ ସମସ୍ତଙ୍କ ଉତ୍ସାହ ଉଦ୍ଦୀପନାକୁ ପ୍ରଶଂସା କରିଥିଲେ। ଗ୍ରାମାଞ୍ଚଳରେ ଥିବା ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ କଳାକୁ ପ୍ରଷ୍ପୁଟିତ କରିବାରେ ‘ସୁରଭି’ କାର୍ଯ୍ୟକ୍ରମ ପ୍ରମୁଖ ଭୂମିକା ଗ୍ରହଣ କରଥିବାରୁ ଆୟୋଜକମାନଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ। ଫୁଲବାଣୀ ବ୍ଲକ ଶିକ୍ଷାଧିକାରୀ ରଞନ କୁମାର କହଁର କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ଅତିରିକ୍ତ ଶିକ୍ଷାଧିକାରୀ ଅମୁଲ୍ୟ କୁମାର ଜେନା ଓ ସମସ୍ତ ସିଆରସିସି ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

୧୫୪ଟି ବିଦ୍ୟାଳୟ ର ୫୦୦ରୁ ଅଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ସମାଜକୁ ଶିକ୍ଷା ଦେବାଭଳି ଦଳଗତ ନୃତ୍ୟରେ ଟେଙ୍ଗେରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଫୁଲବାଣୀ ବାଳିକା ଉଚ୍ଚବିଦ୍ୟାଳୟ ୨ୟ ଓ ପେଞିସାହି ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।

Leave A Reply

Your email address will not be published.